ଭାରତ ବିରୋଧରେ ମିଛ ଖବର ପ୍ରସାରଣ କରୁଥିବା ୱେବସାଇଟକୁ ବନ୍ଦ କରାଯିବା ଜାରୀ ରହିବ: ଅନୁରାଗ ଠାକୁର

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଭାରତ ବିରୋଧରେ ସୁଚିନ୍ତିତ ଷଡଯନ୍ତ୍ର ଅନୁସାରେ ମିଥ୍ୟା ଖବର ପ୍ରସାରଣ କରୁଥିବା ୱେବସାଇଟ ଓ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରାଯିବା ଜାରୀ ରହିବ ବୋଲି ଗୁରୁବାର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଚେତାବନୀ ଦେଇଛନ୍ତି । ୨୦୨୧ରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୨୦ ୟୁଟ୍ୟୁବ ଚ୍ୟାନେଲ ଓ ୨ ୱେବସାଇଟ ବନ୍ଦ କରାଯାଇଥିଲା । ସେଗୁଡିକ ହେଲା, ଦି ପଂଚ ଲାଇନ, ଇଂଟରନ୍ୟାଶନାଲ ୱେବ ନ୍ୟୁଜ, ଖାଲସା ଟିଭି, ଦି ନେକେଡ ଟ୍ରୁଥ, ନ୍ୟୁଜ୨୪, ୪୮ ନ୍ୟୁଜ, ଫିକସନାଲ, ହିଷ୍ଟୋରିକାଲ ଫ୍ୟାକ୍ଟସ, ପଞ୍ଜାବ ଭାଇରାଲ, ନୟା ପାକିସ୍ତାନ ଗ୍ଲୋବାଲ, କଭର ଷ୍ଟୋରୀ, ଗୋ ଗ୍ଲୋବାଲ ଇକମର୍ସ, ଜୁନୈଦ ହଲୀମ ଅଫିସିଆଲ, ତାୟବ ହନିଫ, ଜୈନ ଅଲୀ ଅଫିସିଆଲ, ମୋହସିନ ରାଜପୁତ ଅଫିସିଆଲ, କନିଜ ଫାତିମା, ସଦାଫ ଡୁରାନୀ, ମିଆନ ଇମ୍ରାନ ଅହମ୍ମଦ ଓ ନାଜାମ ଉଲ ହାସନ ବାଜୱା ।

ସିବଲଙ୍କ କଟାକ୍ଷ: ତେବେ ଅନୁରାଗଙ୍କ ଏହି ବୟାନ ପରେ ପୂର୍ବ କେନ୍ଦ୍ର ମନ୍ତ୍ରୀ କପିଳ ସିବଲ କଟାକ୍ଷ କରି କହିଛନ୍ତି ଯେ, ଯେଉଁ ଦଳ ମିଛ ଖେଳାଉଛି ଏବଂ ସମାଜକୁ ବାଂଟୁଛି ସେମାନଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *