କରୋନା ସଂକ୍ରମଣ ଭୟ; ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସତର୍କତା ପାଇଁ ନୋଟିସ ଜାରି

Top Storise ରାଜ୍ୟ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ କରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ। ଏପରିକି ସଂକ୍ରମଣ ଆଶଙ୍କାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

ବିଶ୍ୱବିଦ୍ୟାଳୟ ହଷ୍ଟେଲର ମୁଖ୍ୟ ୱାର୍ଡେନ ପ୍ରଫେସର ବି ସତ୍ୟପାଠୀଙ୍କ ଦ୍ଵାରା ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ ଛାତ୍ରୀ ଏବଂ ଛାତ୍ର ମାନେ ଯଥାକ୍ରମେ ସନ୍ଧ୍ୟା ୫ଟା ୩୦ ଏବଂ ରାତି ୭ଟା ୩୦ ସୁଦ୍ଧା ନିଜ ନିଜ ହଷ୍ଟେଲକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟ ଏକ ବିଜ୍ଞପ୍ତିରେ ମୁଖ୍ୟ ୱାର୍ଡେନ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ତଥା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କୁ ବୁର୍ଲାର ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଫ୍ଲୁ ଲକ୍ଷଣ ଥିଲେ ତୁରନ୍ତ ଜଣାଇବାକୁ କହିଛନ୍ତି।

ସେହିପରି ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ଭିମସାରକୁ ସ୍ଥାନାନ୍ତର କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ୍ବୁଲାନ୍ସ ଡ୍ରାଇଭରର ଟେଲିଫୋନ୍ ନମ୍ବର ଏବଂ ଭିମସାର ନିର୍ଦ୍ଦେଶକଙ୍କ ଟେଲିଫୋନ୍ ନମ୍ବର ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *