ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା, ଆହତଙ୍କ ଙ୍କୁ ୫୦ ହଜାର ଟଙ୍କା ସହାୟତା

Top Storise ରାଜ୍ୟ

ସୋନପୁର: ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଏହାସହିତ ଆହତ ଛାତ୍ର ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ମୁତାବକ ଆଜି ପ୍ରାୟ ୧୧ଟାରେ ସୋନପୁର ଥାନା ଅନ୍ତର୍ଗତ ଅର୍ଜୁନପୁର ପଟରୁ ବିନିକା ଠାରୁ ଏକ କାର ଦ୍ରୁତଗତିରେ ଯାଉଥିବା ବେଳେ ଶରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକ ନିକଟରେ ପରୀକ୍ଷା ଦେଇ ଘରକୁ ବାହାରୁଥିବା ଛାତ୍ରମାନଙ୍କୁ ଧକ୍କା ଦେଇଥି‌ଲା। ଫଳରେ ମୋଟ୍‌ ୪ ଜଣ ଛାତ୍ର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତର ଓ ଆହତ ଛାତ୍ରମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ରାଜା ପେରା ଓ ସୁବ୍ରତ ଭୋଇଙ୍କୁ ଡାକ୍ତର ମୃତ ‌ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ରାଜେଶକୁ ବୁର୍ଲା ସ୍ଥାନାନ୍ତିରତ କରାଯାଇଥିଲା। ବାଟରେ ରାଜେଶଙ୍କ ମୃତ୍ୟ ଘଟିଥିଲା। ଅନ୍ୟ ଜଣେ ଆହତ କପିଳ ଭୁଏ(ଅଷ୍ଟମ ଶ୍ରେଣୀ)କୁ ସୋନପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ରଖାଯାଇଛି।

Leave a Reply

Your email address will not be published. Required fields are marked *