ବ୍ୟୁରୋ : ଡିଜେ ବାଜିଲା ଧୂଆଁ ଧୂଳି ଉଡେଇ ଧୁମ୍ ଧାମରେ ବାହାଘର ସରିଲା। ପରିବାର ସହ ଭୋଜିଭାତ ବି ବେଶ୍ ଜମିଲା। ଠିକ୍ ପରଦିନ ହନିମୁନ୍ ପାଇଁ ପ୍ଲାନ୍ ଚାଲିଥିଲା। ସ୍ଥାନ ବି ଠିକ୍ ହେଲା। ମାତ୍ର ତା ପୂର୍ବରୁ ସବୁ ଏପରି ହେଲା କେହି ବିଶ୍ବାସ କରି ପାରିଲେ ନାହିଁ। ଚତୁର୍ଥୀ ଦିନ ନିଜ ସ୍ତ୍ରୀ ଶୋଇଛି ଅନ୍ୟ ଏକ ପୁରୁଷ ସହ। ତାଙ୍କ ଭିତରେ ଏପରି କିଛି ଚାଲିଛି ଯାହା ଦେଖିବା ଯୋଗ୍ୟ ନଥିଲା। ଇନ୍ଦୋର ସହରରେ ଘଟିଛି ଏପରି ଏକ ଘଟଣା । ଦୁହ୍ଲନ ଓ ତାଙ୍କ ଗ୍ୟାଙ୍ଗର ଲୋକ ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଛି ।
ଇନ୍ଦୋରରେ ଜଣେ ଯୁବକଙ୍କ ଖୁବ୍ ଧୁମଧାମରେ ବିବାହ ହୋଇଥିଲା । ବିବାହ ପରେ ପ୍ରଥମ ରାତ୍ରିକୁ ସ୍ମରଣୀୟ କରିବା ପାଇଁ ବର ରାଜା ସମସ୍ତ ବ୍ୟବସ୍ଥା କରିଥିଲେ । ହେଲେ ସୁହାଗ ଶେଯରେ ପହଞ୍ଚିବା ପରେ ନବବିବାହିତା ବାହାନା କରିଥିଲେ । ପିରିୟଡ ହୋଇଥିବାରୁ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି କହିଥିଲେ । ଏହି ପ୍ରକାରେ ବାହାନା କରି ସ୍ୱାମୀକୁ ନିଜ ପାଖକୁ ପଶିବାକୁ ଦେଉନଥିଲା କନ୍ୟା ।
ହେଲେ ତା’ପର ଦିନ ସବୁ କିଛି ଓଲଟପାଲଟ୍ ହୋଇଯାଇଥିଲା । ସ୍ୱାମୀ ଶୋଇଯିବା ପରେ କନ୍ୟା ଲୁଚି ଲୁଚି ବୟଫ୍ରେଣ୍ଡକୁ ଭେଟିଥିଲା । ହେଲେ ଅଧ ରାତିରେ ନିଦ ଭାଙ୍ଗିଯିବାରୁ ସ୍ତ୍ରୀକୁ ନପାଇ ଖୋଜିଥିଲେ ନବବିବାହିତ । ପାଖ ରୁମରେ ଗୁଣୁଗୁଣୁ ଶୁଭିବା ପରେ ସେଠାରେ ଯାହା ଦେଖିଲେ, ହଠାତ୍ ସେ କାକୁସ୍ଥ ହୋଇଯାଇଥିଲେ । ନିଜ ନବବିବାହିତା ସ୍ତ୍ରୀ ପର ପୁରୁଷ ସହ ଅସଞ୍ଜତ ଅବସ୍ଥାରେ ଥିଲେ ।
ଏକଥା ଦେଖିବା ପରେ ଯୁବକ ଜଣକ ପରିବାର ଲୋକଙ୍କୁ ଡାକିଥିଲେ । ହେଲେ ଏହି ପାଟିତୁଣ୍ଡ ଭିତରେ ଲୁଟେରୀ କନ୍ୟା ଓ ତା’ର ବୟଫ୍ରେଣ୍ଡ୍ ଗଳା ବାଟ ଦେଖି ଛୁ ମାରି ସାରିଥିଲେ । ମଧ୍ୟସ୍ଥିକୁ ଖୋଜିବା ସମୟରେ ତା‘ର ମଧ୍ୟ କିଛି ଖୋଜଖବର ନଥିଲା । ପୋଲିସ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ଅସଲ କଥା ପଦାକୁ ଆସିଥିଲା । ତେବେ କନ୍ୟା, ମଧ୍ୟସ୍ଥି ଓ ତା’ ପରିବାର ଲୋକ କାହାର ବି ପତ୍ତା ନଥିଲା ।

