ଦିନିକିଆରେ ଦେଖିବାକୁ ମିଳିନପାରେ ରୋହିତ-କୋହଲି ଯୋଡ଼ି । ଅଷ୍ଟ୍ରେଲିଆ ଗସ୍ତ ହେବ କି ଶେଷ ଦିନିକିଆ ସିରିଜ୍ । ଟେଷ୍ଟ ଓ ଟି-୨୦ ପରେ ଏବେ ODIରୁ ବି ଅବସର ନେଇପାରନ୍ତି ଏହି ଯୋଡ଼ି

୨୦୨୭ରେ ହେବ ଦିନିକିଆ ବିଶ୍ବକପ୍ । ତେବେ ଏଥିପାଇଁ ବିସିସିଆଇର ଯୋଜନାରେ ନାହାନ୍ତି ବିରାଟ ଓ ରୋହିତ । କାରଣ ଆଗାମୀ ବିଶ୍ବକପ୍ ପାଇଁ BCCI ଏକ ଯୁବ ଟିମ୍ ପ୍ରସ୍ତୁତ କରିବାକୁ ଚାହୁଁଛି । ଆଉ ଏହି ଟିମ୍ ରେ ଫିଟ୍ ବସୁନାହାନ୍ତି କୋହଲି ଆଉ ରୋହିତ।
ଦେବେ କି ଅଗ୍ନିପରୀକ୍ଷା ?
ରିପୋର୍ଟ ଅନୁଯାୟୀ, ଯଦି ରୋହିତ ଓ କୋହଲି ଅଷ୍ଟ୍ରେଲିଆ ଗସ୍ତ ପରେ ବି ଖେଳିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଡିସେମ୍ବରରୁ ODI ଫର୍ମାଟରେ ଅନୁଷ୍ଠିତ ହେବାକୁ ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ପଡ଼ିବ । ତେବେ ପୁଣି କ୍ରିକେଟ ବୋର୍ଡର ଏହି କଠୋର ସର୍ତ୍ତ ପାଇଁ ରୋହିତ ଓ ବିରାଟ ଅଷ୍ଟ୍ରେଲିଆ ଟୁର୍ ପରେ ଦିନିକିଆରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବର୍ତ୍ତମାନ ସ୍ଥିତିରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳରୁ ଷ୍ଟାର କଲଚର୍କୁ ସମାପ୍ତି କରିବାକୁ ଚାହୁଁଛନ୍ତି ।
ଟିମ୍ ମ୍ୟାନେଜମେଣ୍ଟ ୨୦୨୭ ଦିନିକିଆ ବିଶ୍ବକପ୍ ପାଇଁ ଏକ ରଣନୀତି ପ୍ରସ୍ତୁତ କରୁଛି । ଯେଉଁଥିରେ ରୋହିତ ଓ କୋହଲି ଫିଟ୍ ହେଉନାହାନ୍ତି ।
୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଏହା ପରେ ଉଭୟ ଦିନିକିଆ ଓ ଟେଷ୍ଟରେ ଖେଳ ଜାରି ରଖିଥିଲେ । କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫିରେ ଉଭୟଙ୍କ ଖରାପ ପ୍ରଦର୍ଶନ ପରେ ଟେଷ୍ଟ କ୍ରିକେଟରୁ ମଧ୍ୟ ସେମାନେ ଅବସର ଘୋଷଣା କରିଥିଲେ ।

ବିରାଟ କୋହଲି ଏପର୍ଯ୍ୟନ୍ତ ଦେଶ ପାଇଁ ୪ଟି ଦିନିକିଆ ବିଶ୍ୱକପ୍ ଖେଳିଥିବା ବେଳେ ରୋହିତ ୩ଟି ବିଶ୍ବକପ ଖେଳିସାରିଛନ୍ତି । ତେବେ ଆଗାମୀ ୨୦୨୭ ବିଶ୍ବକପ୍ରେ ଦୁଇ ଷ୍ଟାର କ୍ରିକେଟର ଦଳରେ ରହୁଛନ୍ତି ନା ବିସିସିଆଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଛି ତାହାକୁ ଅପେକ୍ଷା କରିଛନ୍ତି ସମସ୍ତ କ୍ରିକେଟ ପ୍ରେମୀ
ତରବରିଆ ନିଷ୍ପତ୍ତି ନେବନି ବିସିସିଆଇ
ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଦିନିକିଆ କ୍ୟାରିଅରକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । କିନ୍ତୁ ବିସିସିଆଇ ଏ ଦୁଇ ଜଣଙ୍କୁ ନେଇ ତୁରନ୍ତ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହିଁ । ବିରାଟ କୋହଲି ଏବଂ ରୋହିତ ଶର୍ମା ଦୁହେଁ ଟେଷ୍ଟ ଏବଂ ଟି୨୦ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି । ଏଥିପାଇଁ ଦୁହେଁ କେବଳ ଦିନିକିଆ ପାଇଁ ଉପଲବ୍ଧ ରହିବେ ।

ବିରାଟ କୋହଲି ଏବଂ ରୋହିତ ଶର୍ମା ଅଗଷ୍ଟରେ ପୁଣିଥରେ ମଇଦାନକୁ ଫେରିଥାନ୍ତେ, କିନ୍ତୁ ବାଂଲାଦେଶ ଗସ୍ତ ସ୍ଥଗିତ ହେବା ଯୋଗୁଁ ଫ୍ୟାନ୍ସଙ୍କ ଅପେକ୍ଷା ବଢିଯାଇଛି । ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ୧୯ରୁ ୨୫ ଅଗଷ୍ଟରେ ଖେଳିବ । ଅଷ୍ଟ୍ରେଲିଆ ଗସ୍ତ କରିବା ଟିମ୍ ଇଣ୍ଡିଆ ।

