ଆଉ ୩ କରୋନା ଆକ୍ରାନ୍ତଙ୍କ ଜୀବନ ଗଲା, ସମସ୍ତେ କଟକ ଜିଲ୍ଲାର

Top Storise ରାଜ୍ୟ

ଭୁବନେଶ୍ବର: ବିଗତ ୪ ଦିନ ହେଲା ରାଜ୍ୟରେ କ୍ରମାଗତ ଭାବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ପରିଲକ୍ଷିତହେଉଛି । ଗତ ୪ଦିନ ମଧ୍ୟରେ କରୋନା ସଂକ୍ରମଣରେ ଜୀବନ ହାରିଲେଣି ୬ ଜଣ ଆକ୍ରାନ୍ତ । ଏଣେ ଆଜି ରାଜ୍ୟରେ ଆଉ ୩ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତିନି ମୃତକ କଟକ ଜିଲ୍ଲାର ହୋଇଥିବା ବେଳେ ଏମାନେ କୋଭିଡ-୧୯ ଭୁତାଣୁରେ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତିନି ମୃତକଙ୍କ ମଧ୍ୟରୁ ଜଣେ ୮୦ ଓ ଜଣେ ୭୧ ବର୍ଷିୟ ବୃଦ୍ଧ ହୋଇଥିବା ବେଳେ ଅନ୍ୟ ଜଣେ ୫୩ ବର୍ଷୀୟ ବ୍ୟକ୍ତି ଅଛନ୍ତି ।

Leave a Reply

Your email address will not be published. Required fields are marked *