ଆଦିବାସୀଙ୍କ ନିଆରା ‘ମାଗେ ପରବ’

ରାଜ୍ୟ

ଯାଜପୁର: ଚାଲିଛି ଖୁସିମଜା। ଝୁମୁଛନ୍ତି ଲୋକେ। ପାରମ୍ପରିକ ବିଦ୍ୟାର ତାଳେତାଳେ ନାଚୁଛନ୍ତି ପିଲାରୁ ବୁଢା। ପ୍ରତ୍ୟେକ ବର୍ଷ ମାଘ ମାସ ଆସିଲେ ଚଳଚଞ୍ଚଳ ହୋଇ ଉଠେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ପୁରୁଣାପାଣି ଅଞ୍ଚଳ। ବେଶ ଧୁମଧାମରେ ପାଳନ କରାଯାଏ ମାଗେ ପରବ୍।

ଏଠାରେ ବସବାସ କରୁଥିବା ଆଦିବାସୀଙ୍କ ମୁଖ୍ୟ ପର୍ବ ହେଉଛି ଏହି ମାଗେ ପରବ୍। ୪ ଦିନ ଧରି ଏହା ପାଳନ କରାଯାଇଥାଏ। ପ୍ରଥମ ଦିନରେ ଗୁରିଃ ପରବ୍ (ଗୁହାଳ ପୂଜା), ୨ୟ ଦିନରେ ମାରାଂ ପରବ୍ (କୂଳ ଦେବତା ପୂଜା), ୩ୟ ଦିନରେ ଯାତ୍ରା ପରବ୍(ପାରମ୍ପରିକ ନାଚଗୀତ) ଓ ୪ର୍ଥ ବା ଶେଷ ଦିନରେ ହାର୍ ମାଗେଆଃ(ଭୂମି ପୂଜା) ଅନୁଷ୍ଠିତ ହୋଇଥାଏ।

ଧୀରେଧୀରେ ଆଦିବାସୀଙ୍କ ପରମ୍ପରା ଲୋପ ପାଇ ଆସୁଥିବା ବେଳେ ଏହି ମାଗେ ପରବ ପୁଣିଥରେ ଉଜ୍ଜୀବିତ କରୁଛି ଭାଇଚାରାର ଭାବ। ଏହି ଅବସରରେ ଦୂରଦୂରାନ୍ତରେ ରହୁଥିବା ଏମାନଙ୍କ ଆତ୍ମୀୟସ୍ବଜନ ମାନେ ଆସି ଏଥିରେ ସାମିଲ ହୋଇଥାନ୍ତି ।

୪ ଦିନ ଯାକ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ସଜେଇ ହୋଇ ଏହି ପରବ୍ ରେ ନିଜକୁ ହଜେଇ ଦିଅନ୍ତି ଆଦିବାସୀ। ଦିନରେ ପାରମ୍ପରିକ ନୃତ୍ୟଗୀତ ସାଙ୍ଗକୁ ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ସତରେ ବେସ୍ ନିଆରା ଆଦିବାସୀ ମାନଙ୍କର ଏହି ମାଗେ ପରବ୍।

Leave a Reply

Your email address will not be published. Required fields are marked *