20200710-pratap sadangi copy

ଆସିଲା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ

Top Storise ରାଜନୀତି ରାଜ୍ୟ

ଭୁବନେଶ୍ୱର: କିଛି ଦିନ ତଳେ ବିଜେପି ବିଧାୟକ କରୋନା ପଜିଟିଭ ଥିବା ଜଣାପଡିଥିଲା। ତାଙ୍କ ସହ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସାକ୍ଷାତ କରିଥିଲେ । ବିଧାୟକ ପଜିଟିଭ ଚିହ୍ନଟ ହେବାପରେ ନୂଆ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ସଂଘରୋଧରେ ରଖିଥିବା ପ୍ରକାଶ କରିଥିଲେ ।

ତେବେ ଗୁରୁବାର ଅପରାହ୍ନରେ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ତାଙ୍କର ନମୂନା ପରୀକ୍ଷଣ ନିମନ୍ତେ ସଂଗ୍ରହ କରାଯାଇଥିଲା। ଏହାପରେ ଆଜି ଏହାର ରିପୋର୍ଟ ଆସିଛି ଯାହାକି ନେଗେଟିଭ ରହିଛି ।

କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଟ୍ୱିଟ କରି ନିଜର ଖୁସି ଜାହିର କରିଛନ୍ତି ଶ୍ରୀ ଷଡ଼ଙ୍ଗୀ। ‘ମୁଁ ବହୁତ ଖୁସି ଯେ ଭଗବାନଙ୍କ ଦୟାରୁ ମୋର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି ’ ବୋଲି ସେ ଲେଖି ଟ୍ୱିଟ କରିଛନ୍ତି ।

Leave a Reply

Your email address will not be published. Required fields are marked *