ଭୁବନେଶ୍ୱର: ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୭ଟି ଜିଲ୍ଲାର ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୮୭୪କୁ ବୃଦ୍ଧି ପାଇଛି ।
ମୃତକଙ୍କ ଭିତରେ ବାଲେଶ୍ୱର ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ଭୁବନେଶ୍ୱରରୁ ଆଉ ୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି କଳାହାଣ୍ଡି, ନୟାଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
ଏମାନଙ୍କ ବ୍ୟତୀତ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ଆଉ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଚାରି ଜଣ ମହିଳା ଓ ୧୨ ଜଣ ପୁରୁଷ । ମୃତକଙ୍କ ବୟସ ୩୦ରୁ ୯୧ ବର୍ଷ ଭିତରେ ରହିଛି ।