ଓଡିଶାରୁ ସୁସ୍ଥ ହେଲେ ଆଉ ୧୪୨୨ କରୋନା ରୋଗୀ

Top Storise ରାଜ୍ୟ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୨୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁସ୍ଥ ହୋଇଥିବା ୧୪୨୨ ଜଣଙ୍କ ମଧ୍ୟରୁ ୨୫୫ ଜଣ ଗଞ୍ଜାମରୁ, ୨୨୮ ଜଣ ଖୋର୍ଦ୍ଧା, ୧୩୯ ଜଣ ଗଜପତିରୁ, ୧୦୦ ଜଣ ବଲାଙ୍ଗିରରୁ, ସମ୍ବଲପୁରରୁ ୯୫, କଟକରୁ ୭୧, ୫୭ ଜଣ ସୁନ୍ଦରଗଡରୁ, ୪୫ ଜଣ ପୁରୀରୁ, ୪୪ ଜଣ ଭଦ୍ରକରୁ, ୪୨ ଜଣ ରାୟଗଡାରୁ, ୩୭ ଜଣ ଢେଙ୍କାନାଳରୁ, ୩୬ ଜଣ କନ୍ଧମାଳରୁ, ୩୩ ଜଣ ମାଲକାନଗିରିରୁ, ୩୦ ଜଣ କେନ୍ଦୁଝରରୁ, ୨୯ ଜଣ କୋରାପୁଟରୁ, ୨୮ ଜଣ ଲେଖାଏଁ ନୟାଗଡ ଓ ବୌଦ୍ଧରୁ ସୁସ୍ଥ ହୋଇଛନ୍ତି ।

ସେହିପରି ୨୧ ଜଣ ଝାରସୁଗୁଡାରୁ, ୨୦ ଜଣ ମୟୁରଭଞ୍ଜରୁ, ସୋନପୁରରୁ ୧୯, ଜଗତସିଂହପୁରରୁ ୧୮ ଜଣ, ୧୩ ଜଣ ବାଲେଶ୍ୱରରୁ, ୧୨ ବରଗଡରୁ, କଳାହାଣ୍ଡିରୁ ୧୦, କଳାହାଣ୍ଡିରୁ ୧୦, କେନ୍ଦ୍ରାପଡାରୁ ୭, ୪ ଜଣ ଯାଜପୁରରୁ, ୧ ଜଣ ନବରଙ୍ଗପୁରରୁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୫,୮୦୭ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୩୭,୯୦୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୩୧୪ ଜଣ ମୃତ୍ୟୁବରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *