କଟକ ଏନଏଚ-୧୬ରେ ଥିବା ନଦୀ ପୋଲରେ ଗାଡି ଚଳାଚଳ ଉପରେ କଟକଣା

Top Storise ରାଜ୍ୟ

କଟକ: ସେପ୍ଟେମ୍ବର ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଏନଏଚ-୧୬ରଥରେ ଥିବା ବ୍ରିଜ୍‌ ଉପ‌େ‌ର ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ୬ ଦିନ ଦିନ ୧୧ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଉକ୍ତ ବ୍ରିଜ୍‌ ଉପରେ ଯାନବାହନ ଚଳାଚଳ କରିବା ନେଇ କମିସନରେଟ୍‌ ପୁଲିସ ପକ୍ଷରୁ କଟକଣା କରାଯିବା ସହିତ ଡାଇଭରସନ୍ କରାଯିବ ବୋଲି ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ଏକ ନିର୍ଦେଶନାମା ଜାରି କରିଛନ୍ତି।

ଜାତୀୟ ରାଜପଥ ନଂ-୧୬ର ‌ଦ୍ବୖେତନଗରୀରେ ଭୁବନେଶ୍ବରରୁ କଟକ ଯିବା ବେଳେ କୁଆଖାଇ, କାଠଯୋଡି ଓ ବିରୁପା ନଦୀର ବାମପଟ ବ୍ରିଜ୍‌ ଏବଂ ମହାନଦୀର ମଝି ବ୍ରିଜ୍‌ରେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍‌ଏଆଇ) ପକ୍ଷରୁ ତଦାରଖ ଓ ଅନୁଧ୍ୟାନ କାର୍ୟ୍ଯ କରାଯିବାକୁ ନିଷ୍ପତ୍ତି ହୋଇଛି।

ଓଡ଼ିଶା ସହରାଞ୍ଚଳ ଆଇନ-୨୦୦୩ର ଧାରା ୨୮ ବଳରେ ପୁଲିସ କମିସନର ଏହି କଟକଣା କରିଛନ୍ତି। ଭୁବନେଶ୍ବରରୁ କଟକ ଯାଉଥିବା ଗାଡ଼ିଗୁଡ଼ିକୁ କୁଆଖାଇର ମଝି ପୋଲ୍‌ରେ ଛିଡାକରାଯିବ । ଜନସାଧାରଣ ଏଥିରେ ସହଯୋଗ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *