କରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତର ଅର୍ଥନୀତି କଥା ବିଚାରକୁ ନେଲେ କୃଷିକ୍ଷେତ୍ର କଥା ବିଚାରକୁ ନେବାକୁ ହେବ, କାରଣ ଆଜି ବି ଭାରତରେ ଅଧାରୁ ଅଧିକ ପରିବାର କୃଷି ଉପରେ ନିର୍ଭରଶୀଳ। କରୋନା ଜନିତ ‘ଲକ୍ଡାଉନ୍’ ହେତୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଗାଁ ଲେଉଟାଣି ଓଡ଼ିିଶା ଗ୍ରାମାଞ୍ଚଳରେ ଏକ ସମ୍ପୂର୍ଣ୍ଣ ନୂଆ ଦୃଶ୍ୟପଟ ସୃଷ୍ଟି କଲାଣି। ଏହି ସବୁ ଅଞ୍ଚଳରେ ଅପେକ୍ଷାକୃତ ସ୍ବଳ୍ପ ଶିଳ୍ପ-ଅଭିବୃଦ୍ଧି ହେତୁ ସ˚ଖ୍ୟାଧିକ ଲୋକ କୃଷି କାର୍ଯ୍ୟକୁ ଆପଣାଇ ଥାଆନ୍ତି। କିନ୍ତୁ ବିଭିନ୍ନ ସମ୍ଭାବନା ସତ୍ତ୍ବେ କୃଷିରୁ ଆୟ ଅଧିକ ହେଉ ନ ଥିବାରୁ ସେମାନେ ଜୀବିକା ଅନ୍ବେଷଣରେ ବାହାରକୁ ଯାଇଥାଆନ୍ତି। ଆମର ଅନେକ ଅର୍ଥନୀତି ବିଶେଷଜ୍ଞଙ୍କ ମଧୢ ମତ ଯେ କୃଷି ଅଭିବୃଦ୍ଧି ଦାରିଦ୍ର୍ୟକୁ ଶୀଘ୍ର ହ୍ରାସ କରିପାରିବ ନାହିଁ। କିନ୍ତୁ ଟିକିଏ ନିରିଖେଇ ଦେଖିଲେ ଜାଣିହେବ ଯେ ଅଭିବୃଦ୍ଧିଗତ ସମସ୍ୟା ବାସ୍ତବରେ କୃଷିରେ ନାହିଁ, ରହିଛି ଆମ ବିଚାରରେ।
