2020708-Astro

କେମିତି କଟିବ ଆଜି

Top Storise ଜୀବନଚର୍ଯ୍ୟା

ରାଶି ଫଳ
ତା ୯-୭-୨୦୨୦ ଗୁରୁବାର

ମେଷ :-
କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ଯାତ୍ରାରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ଶତ୍ରୁମାନେ ପରାଜିତ ହେବେ
ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

ବୃଷ :-
ଆଜି ଆପଣ ଜଗିରଖି ଚଳନ୍ତୁ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖା ଦେଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଉ ହତାଶ ହେବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ । ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ।

ମିଥୁନ :-
ଆଜି ଆପଣଙ୍କୁ ଲକ୍ଷ୍ମୀଙ୍କର କୃପା ମିଳିବ । ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ । ବ୍ୟବସାୟୀମାନେ ଲାଭବାନ ହେବେ ।ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟ ପାଇଁ ଚିନ୍ତିତ ହେବେ ।
କର୍କଟ :-
ପ୍ରତେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଅପରାହ୍ନରେ ଶୁଭ ଖବର ପାଇ ମନ ଖୁସି ରହିବ । ଶରୀର ସୁସ୍ଥ ରହିବ ।ଯାତ୍ରା ପାଇଁ ଦିନଟି ଶୁଭପ୍ରଦ ହେବ । ମହିଳାମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ହେବ ।
ସିଂହ :-
ଆଶା କରୁଥିବା ଦିଗରୁ ଅର୍ଥ ପାଇବେ
ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ । ସତସଙ୍ଗ ଓ ଧର୍ମ ଚର୍ଚ୍ଚା ପ୍ରତି ମନ ବଳାଇବେ । ସ୍ଵାଦିଷ୍ଟ ଭୋଜନ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ ।

କନ୍ୟା :-
ସ୍ନେହ ଶ୍ରଦ୍ଧା ସଦ୍ଇଛା ପାଇ ଖୁସି ହେବେ । କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହେବେ ।ବହୁଦିନର ସମସ୍ୟା ସମାଧାନ ହେବ । ଶତ୍ରୁମାନେ ପରାଜିତ ହେବେ ।
ତୁଳା :-
ପରିବାରରେ ମନମାଳିନ୍ୟ ଦେଖା ଦେଇପାରେ । ବ୍ୟବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ । ମହିଳାମାନେ ଅଶାନ୍ତିରେ ଦିନ କାଟିବେ । ଶାରୀରିକ ଏବଂ ମାନସିକ ଅସୁସ୍ଥତା ଦେଖାଦେବ । ବରିଷ୍ଠ ଅଧିକାରୀମାନଙ୍କର ସହାଯ୍ୟ ସହଯୋଗ ମିଳିବ ପାଇବେ ନାହିଁ ।
ବିଛା :-
ଦୀର୍ଘ ଦିନର ଅଭିଳାଷ ପୁରଣ ହେବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ଅଟକି ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବେ । ବିଦ୍ୟାର୍ଥୀମାନେ ବିଦ୍ୟାରେ କୃତିତ୍ବ ଅର୍ଜନ କରିବେ । ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟା ହେବେ ।
ଧନୁ :-
ଶାରୀରିକ ଏବଂ ମାନସିକ ପାରିବାରିକ ସୁଖ ଆଉ ଆନନ୍ଦ ମିଳିବ । ସ୍ଵାସ୍ଥ୍ୟ ଆଜି ଭଲ ରହିବ । ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ କଟିବ । ଘରର ସାଜସଜ୍ଜା ଏବଂ ମନୋରଞ୍ଜନର ସାଧନ କ୍ରୟ କରିବେ ।

ମକର :-
ଆଜ ଦିନ ଭଲ ଅଛି, ମାନସିକ ଶାନ୍ତି ମିଳିବ । ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳତା ପାଇବେ । ମହିଳାମାନେ କୌଣସି
ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସନୀୟା ହେବେ । ସ୍ଵାଦିଷ୍ଟ ଭୋଜନ ପ୍ରାପ୍ତି ହେବ ।
କୁମ୍ଭ :-
ଆଜି ସାଂସାରିକ ଜୀବନରେ ଭୁଲ୍ ବୁଝାମଣା ଦେଖାଦେବ । ଆଧ୍ୟାତ୍ମିକ ବିଷୟ ଆଡ଼କୁ ଆପଣ ମନୋନିବେଶ କରିବେ । ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ। ମଧ୍ୟାହ୍ନ ପରେ ଆପଣ ଧାର୍ମିକ କାର‌୍ୟ୍ୟଗୁଡ଼ିକ ପ୍ରତି ଆକର୍ଷିତ ହେବେ। ଗୃହସ୍ଥ ଜୀବନ ଶାନ୍ତିପୂର୍ଣ୍ଣ ରହିବ । ଧନ ଲାଭର ଯୋଗ ରହିଛି ।
ମୀନ:-
ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ । ପୂର୍ବର ସମସ୍ୟା ଦୂର ହେବ ଶାନ୍ତି ମିଳିବ । ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ମଧ୍ୟାହ୍ନ ପରେ ପରିବାର ପାଇଁ ଚିନ୍ତିତ ହେବେ ।

Leave a Reply

Your email address will not be published. Required fields are marked *