ଭାରତର ଅନ୍ୟତମ ବୃହତ ଋଣ ପ୍ରଦାନକାରୀ ସ˚ସ୍ଥା ଏଚ୍ଡିଏଫ୍ସି ୨୦୨୦, ମାର୍ଚ୍ଚ ୩୧ ପରେ ଯେତେବେଳେ ଷ୍ଟକ୍ ଏକ୍ସଚେଞ୍ଜଗୁଡ଼ିକୁ ସୂଚିତ କଲା ଯେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ୍ ପିପୁଲ୍ସ ବ୍ୟାଙ୍କ୍ ଅଫ୍ ଚାଇନା (ପିବିଓସି) କମ୍ପାନିର ୧.୭୫ କୋଟି ସେୟାର କିଣି ୧.୦୧% ଅ˚ଶଧନର ଅଧିକାରୀ ହୋଇଛିି, ସେତେବେଳେ ଅର୍ଥ ବଜାରରେ ହଇଚଇ ସୃଷ୍ଟି ହୋଇଗଲା। କରୋନା ଆତଙ୍କରେ ସେୟାର ବଜାର ଧରାଶାୟୀ ହୋଇ ସେୟାର ଦାମ ଅତି ତଳକୁ ଖସି ଯାଇଥିବା ବେଳେ ‘ପିବିଓସି’ ଏହି ଅ˚ଶଧନ କିଣିଥିଲା। ଏମିତିରେ ଦେଖିବାକୁ ଗଲେ ଗୋଟିଏ କମ୍ପାନିରେ ୧% ଅ˚ଶଧନ ଆହରଣରେ ସେହି କମ୍ପାନିର ମାଲିକାନା ବଦଳି ଯିବାର ବା ସେହି କମ୍ପାନି ବିଦେଶୀଙ୍କ ହାତକୁ ଚାଲିଯିବାର କୌଣସି ଆଶଙ୍କା ନାହିଁ। ତଥାପି ଏହି ଅସମୟରେ ଭାରତୀୟ କମ୍ପାନିଗୁଡ଼ିିକରେ ନିବେଶ କରିବା ପାଇଁ ଚୀନର ଅହେତୁକ ଆଗ୍ରହ ସରକାରଙ୍କୁ ବିଚଳିତ କରିଥିଲା। କାରଣ ସେତେବେଳକୁ କରୋନା ସ˚କ୍ରମଣର ବିପତ୍ତି ମଧୢରେ ଅନ୍ୟାନ୍ୟ ଦେଶରୁ ସମାନ ପ୍ରକାର ଖବରମାନ ଆସି ଚୀନର ସୈତାନୀ ବୁଦ୍ଧିକୁ ସ୍ପଷ୍ଟ କରିଦେଇଥିଲା।