ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ, ଭାରତବାସୀ ଚୀନ୍ ବିପକ୍ଷରେ ଦୁଇଟି ସଂଗ୍ରାମରେ ଲଢ଼େଇ କରୁଛନ୍ତି- ଗୋଟିଏ ସୀମାନ୍ତରେ ଏବଂ ଅନ୍ୟଟି ସେଠାରୁ ଉତ୍ପତ୍ତି ହୋଇଥିବା ଭୂତାଣୁ ସହ। ଉଭୟ ଯୁଦ୍ଧରେ ଭାରତବାସୀ ବିଜୟମଣ୍ଡିତ ହେବେ।
ହିନ୍ଦୀରେ ଟୁଇଟ୍ କରି ସେ ଲେଖିଛନ୍ତି: ଆଜି ଆମେ ଚୀନ୍ ବିପକ୍ଷରେ ଦୁଇଟି ଯୁଦ୍ଧ ଲଢୁଛନ୍ତି- ଭାରତ ଓ ଚୀନ୍ ସୀମାନ୍ତରେ ଏବଂ ଚୀନ୍ରୁ ଆସିଥିବା ଭୂତାଣୁ ବିପକ୍ଷରେ। ଆମର ୨୦ଜଣ ବୀର ଯବାନ ପଛଘୁଞ୍ଚା ଦେଲେନାହିଁ। ଆମେ ପଛଘୁଞ୍ଚା ଦେବାନାହିଁ ଏବଂ ଉଭୟ ଯୁଦ୍ଧ ଜିଣିବା।