ନାଲିବତି ଗାଡିରେ ଧରାପଡିଲେ ୨ ନକଲି ପୋଲିସ

Top Storise ଅପରାଧ ରାଜ୍ୟ

ବାଲେଶ୍ୱର: ପୋଲିସ ଆଖିରେ ଧୁଳି । ନକଲି ନାଲିବତୀ ଗାଡିରେ ଧରାପଡିଲେ ୨ ନକଲି ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅଂଚଳରୁ ପୋଲିସ ଡ୍ରେସରେ ଆସୁଥିବାବେଳେ ଚେକିଂ ବେଳେ ଧରାପଡିଲେ । ଚେକିଂ ବେଳେ ପୋଲିସକୁ ଦେଖି ଖସି ପଳାଉଥିବାବେଳେ  ପୋଲିସ ଗିରଫ କରିଛି । ୨ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନିକଟରୁ ବନ୍ଧୁକ ଜବତ । ଉଭୟଙ୍କ ନାମରେ ବହୁ ଅପରାଧିକ ମାମଲା ଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲଗେଟ୍ ନିକଟରେ ଏକ ନାଲିବତି ଗାଡ଼ି ପହଞ୍ଚିଥିଲା। ସେଠାରେ ଥିବା ପୁଲିସ୍ କର୍ମଚାରୀମାନେ ଉକ୍ତ ଗାଡ଼ିର ଖାନତଲାସି କରିବାକୁ ଯାଉଥିବା ବେଳେ ସେଥିରେ ଥିବା ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ସେମାନଙ୍କୁ ଅଟକାଇବା ସହିତ ଗାଳିଗୁଲଜ କରିଥିଲେ। ତେବେ ସେହି ଗାଡ଼ିରୁ ଏକ ବନ୍ଧୁକ ଜବତ କରାଯିବା ପରେ ଉଭୟଙ୍କୁ ଖନ୍ତାପଡ଼ା ଥାନାରେ ଅଟକ ରଖିଥିଲା।

ଦୁହେଁ ଭୁବନେଶ୍ବରରୁ ବାଲେଶ୍ବର ଆସୁଥିବା ଜଣାଯାଇଛି। ଏହାପରେ ଉଭୟଙ୍କୁ ପଚରାଉଚରା କରାଯାଇଥିଲା।  ତା’ପରେ ସେହି ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି ଜଣାଯାଇଥିଲା। ଏହାପରେ ପୁଲିସ୍ ଉଭୟଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *