ପରଲୋକରେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

Top Storise ରାଜ୍ୟ

ଭୁବନେଶ୍ୱର: ଆଖି ବୁଜିଲେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର । ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା ।

୧୯୨୪ରେ କେ.ସି ଶିବଶଙ୍କର ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ‘ଜହ୍ନମାମୁଁ’ ପତ୍ରିକାରେ ଯୋଗ ଦେଇଥିଲେ। ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ‘ଜହ୍ନମାମୁଁ’ ପତ୍ରିକାରେ ତାଙ୍କ ପୁରା ଜୀବନକାଳ କଟିଥିଲା। ‘ଜହ୍ନମାମୁଁ’ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ କାର୍ଯ୍ୟ କରୁଥିଲେ। ୮୦ ଓ ୯୦ ଦଶକରେ ଜହ୍ନମାମୁଁ ପତ୍ରିକା ବେଶ୍ ଲୋକପ୍ରିୟତା ପାଇଥିଲା।

Leave a Reply

Your email address will not be published. Required fields are marked *