ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ରବିବାର ଦିନ ଜଗନ୍ନାଥ ଧାମ ପୁରୀ ଓ ଅର୍କକ୍ଷେତ୍ର କୋଣାର୍କକୁ ଆରମ୍ଭ ହୋଇଛି ମୋ ବସ୍ ସେବା ।
ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି । ସୂଚନାନୁଯାୟୀ ଆଜି ସକାଳ ୭ଟା ୩୦ମି.ରେ ମାଷ୍ଟର କାଣ୍ଟିନ୍ ଛକରୁ ୧୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଗଡିଥିଲା ମୋ ବସ୍ ।
ସେହିପରି ଆଜି ସକାଳ ପ୍ରାୟ ୭ଟା ୪୦ମି. ସମୟରେ ୯ ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ କୋଣାର୍କ ଅଭିମୁଖେ ବାହାରିଥିଲା ମୋ ବସ୍ ।