20200707-mote baha hua

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

Top Storise ଦେଶ- ବିଦେଶ

କଲିକତା: “ସେ ମୋ ପ୍ରେମିକ ମୁ ତାଙ୍କୁ ବାହାହେବି” ଏହି ସ୍ଲୋଗାନ ଦେଇ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଜଣେ ଯୁବତୀ । ମୁହଁରେ ଅଛି ମାସ୍କ, ପାଳନ କରିଛନ୍ତି ସାମାଜିକ ଦୂରତା । କିନ୍ତୁ ଧାରଣାରେ ଅଛନ୍ତି ଯୁବତୀ । ପ୍ରେମିକ ବାହା ହେବାକୁ ମନାକରିବାରୁ ଶେଷରେ ଏଭଳି କିଛି ଢଙ୍ଗରେ ପ୍ରତିବାଦ କରିଛନ୍ତି ଯୁବତୀ ଜଣଙ୍କ । ଏକା ଜିତ୍, ମୋତେ ବାହା ହୁଅ ।

ଏପରି ଏକ ଚାଞ୍ଚଲ୍ୟକର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଅଞ୍ଚଳରେ । ଅଲିପୁରଦୁଆର ବାବୁରହାଟରେ ଦେଖିବାକୁ ମିଳିଛି ଏପରି । ଧାରଣାରେ ବସିଥିବା ଯୁବତୀଙ୍କ ନାଁ ପ୍ରିୟଙ୍କା କାଜୀ । ନିଜ ପ୍ରେମିକଙ୍କ ଘର ସାମ୍ନାରେ ସେ ଧାରଣା ଦେଇଛନ୍ତି । ପ୍ରିୟଙ୍କାଙ୍କ ଅଭିଯୋଗ ଏହା ଯେ, ରାଜଦୀପ ସିଂହ ରାୟ ନାମକ ଜଣେ ଯୁବକଙ୍କ ସହ ତାଙ୍କର ୩ ବର୍ଷ ହେଲା ସମ୍ପର୍କ ଅଛି । ଉଭୟେ ପରସ୍ପରକୁ ଭଲ ପାଉଥିଲେ । ତେବେ ଗତ କିଛି ମାସ ହେଲା ଧରାଛୁଆଁ ଦେଉନାହାଁନ୍ତି ପ୍ରେମିକ ରାଜଦୀପ ।

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି, ଉଭୟ ବିବାହ କରିବାକୁ ଚାହୁଁଥିଲେ । ଆଉ ଏଥିପାଇଁ ଉଭୟଙ୍କ ପରିବାର ଲୋକେ ମଧ୍ୟ ରାଜି ହୋଇଥିଲେ । ତେବେ ଏତେସବୁ କଥା ପରେ ମଧ୍ୟ ପରବର୍ତ୍ତୀ ସମୟରେ କଥା ଆଗକୁ ବଢ଼ାଇଲେ ନାହିଁ ପ୍ରେମିକ ଓ ତାଙ୍କ ପରିବାର । ଶେଷରେ ଗତକାଲି(ଶନିବାର) ଅପରାହ୍ନରେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଥିଲେ ପ୍ରିୟଙ୍କା । ସମସ୍ତ ପ୍ରକାର କୋଭିଡ ନିୟମ ମାନି ଧାରଣା ଦେଇଥିଲେ, ବାହା ହେବାକୁ ଜିତ କରିଥିଲେ । ଅନ୍ୟପଟେ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୁଅ ଘର ସହ ଯୋଗାଯୋଗ କରିଥିଲା ପୋଲିସ । ସ୍ଥାନୀୟ ସରପଞ୍ଚ ମଧ୍ୟ ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *