ଅନୁଗୁଳ : ଅନଗୁଳ ଜିଲ୍ଲା କଁଣିଆ ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ସୁଲେଇପାଳ ଗ୍ରାମରେ ଅଭାବନୀୟ ଘଟଣା । ସ୍ଥାନୀୟ ବ୍ରାହ୍ମଣି ନଦୀ କୂଳରେ ଥିବା ଏକ ଆମ୍ବ ତୋଟା ନିକଟରେ ଅପରାହ୍ନ ପ୍ରାୟ ୩.୩୦ ମିନିଟ ସମୟରେ କିଛି ଗାଈ ଚୋରୁ ଥିବା ସମୟରେ ଏକ ବଜ୍ରାଘାତ ହୋଇଥିଲା । ଯେଉଁଥିରେ ୧୪ ଟି ଗାଈ, ବଳଦ ମୃତୁବରଣ କରିଥିଲେ କିନ୍ତୁ ଭଗବାନଙ୍କ କୃପାରୁ ଗାଈ ଚରାଳି ଘଟଣା ସ୍ଥଳରୁ କିଛି ଦୂରରେ ବିଶ୍ରାମ କରୁଥିବାରୁ ବର୍ତି ଯାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମନରେ ଏକ ପ୍ରକାରର ଦୁଃଖର ବାତାବରଣ ଖେଳି ଯାଇଛି । ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ସରପଞ୍ଚ କୁନି ଦେହୁରୀ ଓ ପଞ୍ଚାୟତ ସେକ୍ରେଟେରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ସାନ୍ତ୍ୱନା ଦେବାର ଦେଖା ଯାଇଥିଲା ଓ ସମସ୍ତ ସରକାରୀ ସହାୟତା ପାଇଁ ମଧ୍ୟ ପ୍ରୟାସ କରିବେ ବୋଲି କହିଥିଲେ ସ୍ଥାନୀୟ ସରପଞ୍ଚ ।
