ବରଗଡ଼ରେ ମାଓବାଦୀ କ୍ୟାମ୍ପ ଧ୍ୱଂସ; ସର୍ଚ୍ଚ ଅପରେସନ ଜାରି

ରାଜ୍ୟ

ବରଗଡ଼: ବରଗଡ ଜିଲ୍ଲାର ପାଇକମଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଏକ ମାଓବାଦୀ ଶିବିର ନିର୍ମାଣ କରାଯାଇଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନାନୁସାରେ, ସଶସ୍ତ୍ର ସୁରକ୍ଷାବଳ କମ୍ବିଂ ଅପରେସନ୍ କରି ଜଙ୍ଗଲରେ ଥିବା ଏହୂ ନିଛାଟିଆ କ୍ୟାମ୍ପରେ ପହଞ୍ଚି ଏହାକୁ ଧ୍ବଂସ କରିଛନ୍ତି ।

ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ଜଙ୍ଗଲ ଭିତର କ୍ୟାମ୍ପରୁ ନକ୍ସଲ ପୋଷାକ, କିଟ୍ ବ୍ୟାଗ, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି । ଏହାପରେ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ସମୀକ୍ଷା କରିଛି ।

Leave a Reply

Your email address will not be published. Required fields are marked *