ବିପଦ ସଙ୍କେତ ଉପରେ ମହାନଦୀ ଓ ଜଳକା

Top Storise ରାଜ୍ୟ

ଭୁବନେଶ୍ୱର: ବଢୁଛି ମହାନଦୀ । ଜଳସ୍ତର ବଢ଼ିବାରେ ଲାଗିଛି । ବିପଦ ସଙ୍କେତ ଟପିଛି ମହାନଦୀ । ଜଳକା ନଦୀ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ମହାନଦୀ କଟକ ନରାଜଠାରେ ବିପଦ ସଙ୍କେତ ପାର୍ କରିଛି । ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର ରହିଛି । ସକାଳ ୬ଟା ସୁଦ୍ଧା ସେଠାରେ ଜଳସ୍ତର ରହିଛି ୨୬.୮୧ ମିଟର ।

ସେହିପରି ବାଲେଶ୍ୱର ଜିଲ୍ଲା ମଥାନୀଠାରେ ଜଳକା ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । କିନ୍ତୁ ପାଣି ଧିରେ ଧିରେ ଖସୁଛି । ସକାଳ ୬ଟା ସୁଦ୍ଧା ମଥାନୀରେ ଜଳକାର ଜଳସ୍ତର ରହିଛି ୬.୧୭ ମିଟର । ଏଠାରେ ବିପଦ ସଙ୍କେତ ରହିଛି ୫.୫୦ ମିଟର ।

Leave a Reply

Your email address will not be published. Required fields are marked *