ବିହାରରେ ଜାଗା ଦାବି କରୁଛି ନେପାଳ; ବନ୍ଦ କରାଇଲା ଭାରତର ନଦୀବନ୍ଧ ମରାମତି କାମ

ଦେଶ- ବିଦେଶ

ନୂଆଦିଲ୍ଲୀ: ନିଜ ଅଞ୍ଚଳ ବୋଲି ଦାବି କରି ସୀମାନ୍ତ ଅଞ୍ଚଳରେ ନେପାଳୀ ସରକାରୀ କର୍ତ୍ତୃପକ୍ଷମାନେ ବିହାର ସରକାରଙ୍କ ଜଳ ସମ୍ପଦ ବିଭାଗର ନଦୀବନ୍ଧ ମରାମତି କାର୍ଯ୍ୟ ଅଟକାଇଛନ୍ତି।

ବିହାର ସରକାରଙ୍କ ଅଧିକାରୀମାନେ କହିଛନ୍ତି ଯେ, ପୂର୍ବ ବିହାରର ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ଲାଲ୍ ବେକେ ନଦୀ ବନ୍ଧର ମରାମତି କାର୍ଯ୍ୟ କରିବାକୁ ନେପାଳୀ ସରକାରୀ କର୍ତ୍ତୃପକ୍ଷମାନେ ଅନୁମତି ଦେଉନାହାନ୍ତି। ବିହାର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ନଦୀରେ ଅନେକ ବର୍ଷ ତଳୁ ବନ୍ଧ ନିର୍ମାଣ ସରିଥିଲେ ବି ନେପାଳୀ ସରକାରୀ କର୍ତ୍ତୃପକ୍ଷଙ୍କ ଆପତ୍ତି ସେମାନଙ୍କୁ ବିସ୍ମିତ କରିଛି।

Leave a Reply

Your email address will not be published. Required fields are marked *