ବେକରେ ଫାଶି ଲଗାଇ ଆତ୍ମହତ୍ୟା କଲା ନାବାଳିକା; କାରଣ ଅସ୍ପଷ୍ଟ

Top Storise ରାଜ୍ୟ

ଯାଜପୁର: ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ୧୦ମ ଶ୍ରେଣୀ ଛାତ୍ରୀ। ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କଷାପା ପଞ୍ଚାୟତର କମାଳପୁର ଗାଁରେ। ୧୪ ବର୍ଷର ଏହି ନାବାଳିକା ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।

ସୂଚନାନୁସାରେ ମୃତ ନାବାଳିକା ହେଉଛନ୍ତି ଉକ୍ତ ଗ୍ରାମର କ୍ଷୀରୋଦ ଚନ୍ଦ୍ର ସାମଲଙ୍କ ଝିଅ କାଜଲ ସାମଲ। ସେ ସ୍ଥାନୀୟ ପଲ୍ଳାସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦ ଶ୍ରେଣୀରେ ପଢ଼ୁଥିଲେ।

ଘଟଣା ସଂପର୍କରେ ସ୍ଥାନୀୟ ମଙ୍ଗଳପୁର ପୋଲିସ୍ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବର୍ତ୍ତମାନ ସୁଦ୍ଧା ଏହି ନାବାଳିକାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *