ମନ୍ଦିର ଖୋଲିବା ଦାବିରେ ଶ୍ରୀମନ୍ଦିର ସାମ୍ନାରେ ଧାରଣା, ଆସନ୍ତାକାଲି ଘଣ୍ଟ ବାଡେଇ ପ୍ରତିବାଦ

Top Storise ରାଜ୍ୟ

ପୁରୀ: ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବିରେ ପୁଣି ଉଠିଲା ସ୍ୱର । ପୁରୀ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିଲେ ସେବାୟ । ଖୁବ୍‌ଶିଘ୍ର ଶ୍ରୀମନ୍ଦିର ଖୋଲାଯାଉ ବୋଲି ଦାବି କରି ଦାମୋଦର ମହାସୁଆର ସହଯୋଗୀଙ୍କ ସହ ମିଶି ମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି ।
ସେପଟେ କାଲିଠୁ ମନ୍ଦିର ଖୋଲିବା ଦାବିରେ ଘଂଟ ବାଡେଇ ପ୍ରତିବାଦ କରିବ ଓଡ଼ିଶା ମନ୍ଦିର ସେବାୟତ ସଂଘ ।

ବାରମ୍ବାର ସରକାରଙ୍କୁ ନିବେଦନ ଓ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିବା ଦ୍ବାରା ସେବାୟତମାନେ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି। ତେଣୁ ଆସନ୍ତା ୭ ତାରିଖରେ ରାଜ୍ୟର ଲକ୍ଷାଧିକ ମନ୍ଦିର ସମ୍ମୁଖରେ ସେବାୟତମାନେ ସକାଳ ୯ଟାରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ। ଏହାବ୍ୟତୀତ ସେବାୟତଙ୍କ ପରିବାର ସଦସ୍ୟମାନେ ସେମାନଙ୍କ ଘର ସମ୍ମୁଖରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ। ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସରକାର ମନ୍ଦିର ଖୋଲନ୍ତୁ ନ ହେଲେ ନଚେତ ସେବାୟତଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ ବୋଲି  ଗତକାଲି ଭୁବନଶ୍ୱେରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହାସଂଘର କର୍ମକର୍ତ୍ତା।

Leave a Reply

Your email address will not be published. Required fields are marked *