ରଥଯାତ୍ରାରେ ଭଜନ ‘କଳା କାଇଁଚ’ ରିଲିଜ୍

ମନୋରଞ୍ଜନ

ଚନ୍ଦ୍ରଶେଖରପୁର : ବଡ଼ଦାଣ୍ଡରେ ରଥ ଗଡ଼ିବ ବୋ‌ଲି ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେବା ପରେ କୋଟି କୋଟି ଜଗନ୍ନାଥପ୍ରେମୀମାନଙ୍କ ମଧ୍ୟରେ ଅପୂର୍ବ ଖୁସିର ଲହରି ଖେଳିଯାଇଛି। ଓଡ଼ିଆ କଳାକାର ମହଲରେ ମଧ୍ୟ ଅଧିକ ଆନନ୍ଦର ଲହରି ଖେଳିଯାଇଛି। ତେଣୁ ଓଲିଉଡ୍‌ ମେଲୋଡି କଣ୍ଠଶିଳ୍ପୀ ଆରୋହି ଅଜିତା ଆଜି ସଂଧ୍ୟାରେ ଭଜନ ‘କଳା କାଇଁଚ’କୁ ଏକ ୱେବ୍ ମାଧ୍ୟମରେ ରିଲିଜ୍ କରିଛନ୍ତି। ସେ ନିଜେ ଏହି ଭଜନର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଚତୁର୍ଭୁଜ ସାହୁଙ୍କ ରଚନାରେ ଆରୋହି ଦ୍ବିତୀୟ ଥର ପାଇଁ ପୁଣି ଏକ ଭଜନ ଟ୍ରାକ୍ ପ୍ରସ୍ତୁତ କରିଛନ୍ତି। ଆ-ସିରିଜ୍ ପ୍ରଡକସନ୍ ହାଉସ୍ ଦ୍ବାରା ପ୍ରସ୍ତୁତ ଏହି ସ୍ବତନ୍ତ୍ର ରଥଯାତ୍ରା ଭଜନ ଟ୍ରାକ୍‌ରେ ଆରୋହି କଣ୍ଠଦାନ କରି ଭଜନଟିକୁ ଶ୍ରୀଜଗନ୍ନାଥଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ଭଜନ ପ୍ରସ୍ତୁତ କରିବା ପାଇଁ ସେ ଗତ ୧୦ ଦିନ ହେବ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଏହି ଭଜନକୁ ଶ୍ରୋତାମାନେ ଡିଜିଟାଲ୍ ମାଧ୍ୟମରେ ଶୁଣିପାରିବେ। ସେହିଭଳି ଆଗାମୀ ଦିନରେ ବିଭିନ୍ନ ରେଡିଓ ଚ୍ୟ‌ାନେଲରେ ମଧ୍ୟ ଏହି ଭଜନ ପରିବେଷଣ କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *