ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୧୪ ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ରେକର୍ଡ କଲା ସଂକ୍ରମଣ ସଂଖ୍ୟା । ୨୭ ଜିଲ୍ଲାରୁ ଆଉ ୧୨୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
୫ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାର ୮୬ ମହିଳା । ସେ ପୁର୍ବାରୁ ମଧୁମେହ ରୋଗରେ ପୀଡିତ ଥିଲେ । ଅନ୍ୟ ପାଞ୍ଚ ଜଣ ଗଞ୍ଜାମ ଜିଲ୍ଲାର ୪୧ ବର୍ଷୀୟ ପୁରୁଷ, ୫୧ ବର୍ଷୀୟ ମହିଳା, ୬୯ ବର୍ଷୀୟ ପୁରୁଷ, ୫୭ ବର୍ଷର ପୁରୁଷ ଓ ୬୩ ବର୍ଷୀୟ ପୁରୁଷ ବୋଲି ସୂଚନା ମିଳିଛି । ୪୧ ବର୍ଷୀୟ ପୁରୁଷ ହାଇପର ଟେନସନ ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ହାଇପରଟେନସର ଶୀକାର ଥିଲେ ୬୩ ବର୍ଷୀୟ ପୁରୁଷ, ମଧୁମେହ ରୋଗରେ ପୀଡିତ ଥିଲେ ୫୧ ବର୍ଷୀୟ ମହିଳା, ଉଭୟ ହାଇପରଟେନସର ଓ ମଧୁମେହ ରୋଗରେ ପୀଡିତ ଥିଲେ ୫୭ ବର୍ଷର ଜଣେ ପୁରୁଷ ମାତ୍ର ୬୯ ବର୍ଷୀୟ ପୁରୁଷଙ୍କ ଠାରେ କୌଣସ ପୁରୁଣା ରୋଗ ନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Regret to inform the demise of Six Covid positive patients while under treatment in hospitals.
— H & FW Dept Odisha (@HFWOdisha) July 23, 2020
1. A 41-year old male of Ganjam district who was also suffering from Hypertension
2. An 86-year old female of Khordha district who was also suffering from Diabetes and Hypertension.
3. A 63-year old male of Ganjam district who was also suffering from Hypertension.
— H & FW Dept Odisha (@HFWOdisha) July 23, 2020
4. A 51-year old female of Ganjam district who was also suffering from Diabetes and Diabetic Ketoacidosis.
5. A 69-year old male of Ganjam district.
6. A 57-year old Male of Ganjam district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 23, 2020
ଆଜିର ନୂଆ ୧୨୬୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୪୭ ଜଣ ଚିହ୍ନଟ ହୋଇଛନ୍ତି । ବାକି ୪୧୭ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏଥିସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୨୧,୦୯୯ କୁ ବୃଦ୍ଧି ହୋଇଛି । କିପରି ସ୍ଥାନୀୟ ସଂକ୍ରମଣ କମିବ ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ଆଗରେ ରହିଛି ଗଞ୍ଜାମ । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୫୪୦ ଜଣ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୩୭, ରାୟଗଡ଼ାରୁ ୮୪, ଗଜପତିରୁ ୭୪, ନୟାଗଡ଼ରୁ ୬୧, ସୁନ୍ଦରଗଡ଼ରୁ ୬୦, କଟକରୁ ୪୭, ଭଦ୍ରକରୁ ୩୦, କନ୍ଧମାଳରୁ ୨୯, କୋରାପୁଟରୁ ୨୭, କେନ୍ଦୁଝରରୁ ୨୫, ବରଗଡ଼ରୁ ୨୪, ପୁରୀ ଜିଲ୍ଲାରୁ ୨୨, ସମ୍ବଲପୁରରୁ ୨୦, ଯାଜପୁରରୁ ୧୭, ମୟୂରଭଞ୍ଜରୁ ୧୫, ବାଲେଶ୍ବରରୁ ୯, କେନ୍ଦ୍ରାପଡ଼ାରୁ ୮, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାରୁ ୭ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ସେହିପରି ଢେଙ୍କାନାଳରୁ ୬, ଜଗତସିଂହପୁର ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୩, ବୌଦ୍ଧରୁ ୨, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ ସଂଖ୍ୟା ବଢ଼ୁଥିବା ସୂଚନା ମିଳିଛି ।
Covid-19 Report For 22nd July
— I & PR Department, Odisha (@IPR_Odisha) July 23, 2020
New Positive Cases: 1264
In Quarantine: 847
Local Contacts: 417
(Details of local contacts will be shared by concerned District Administration)
District Wise Cases
1. Angul: 7
2. Balasore: 9
3. Bargarh: 24
4. Bhadrak: 30
5. Balangir: 1
6. Boudh: 2
— I & PR Department, Odisha (@IPR_Odisha) July 23, 2020
7. Cuttack: 47
8. Dhenkanal: 6
9. Gajapati: 74
10. Ganjam: 540
11. Jagatsinghpur: 4
12. Jajpur: 17
13. Jharsuguda: 3
14. Kalahandi: 7
15. Kandhamal: 29
16. Kendrapada: 8
17. Keonjhar: 25
18. Khurda: 137
19. Koraput: 27
20. Mayurbhanj: 15
21. Nawarangpur: 4
22. Nayagarh: 61
— I & PR Department, Odisha (@IPR_Odisha) July 23, 2020
23. Nuapada: 1
24. Puri: 22
25. Rayagada: 84
26. Sambalpur: 20
27. Sundargarh: 60
New Recoveries: 440
Cumulative Tested: 421931
Positive: 21099
Recovered: 13749
Active Cases: 7205
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧,୦୯୯ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୩,୭୪୯ ଜଣ ସୁସ୍ଥ ହୋଇଯାଇଥିବା ବେଳେ ଏବେ ୭, ୨୦୫ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ଗତକାଲି ଏବଂ ଆଜି ହଜାରେ ପାର କରିଛି ସଂକ୍ରମଣ ସଂଖ୍ୟା ଯାହା ପ୍ରଶାସନର ମୁଣ୍ଡ ବିନ୍ଧା କାରଣ ସାଜିଛି ।