ରାଜ୍ୟସଭାର ୮ ସାଂସଦ ସସ୍‌ପେଣ୍ଡ

Top Storise ଦେଶ- ବିଦେଶ ରାଜନୀତି

ନୂଆଦିଲ୍ଲୀ: ସସ୍‌ପେଣ୍ଡ ହେଲେ ରାଜ୍ୟସଭାର ୮ ସାଂସଦ । ବିଶୃଙ୍ଖଳା ଆଚରଣ ପାଇଁ ୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । କୃଷି ବିଲ୍ ଆଲୋଚନା ବେଳେ ହଙ୍ଗମା କରିଥିବା ୮ ସାଂସଦଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ରାଜ୍ୟସଭା ଏମ୍.ଭେଙ୍କେୟା ନାଇଡୁ  ।

ସସ୍‌ପେଣ୍ଡ ହୋଇଥିବା ୮ ସାଂସଦ ହେଲେ ଟିଏମ୍‌ସି ନେତା ଡେରେକ୍ ଓବ୍ରେନ୍‌, ସଂଜୟ ସିଂହ, ରାଜୁ ସତାଭ, କେ କେ ରାଗେସ୍‌, ରିପୁନ ବୋରା, ଡୋଲା ସେନ୍‌, ସୈଦ ନାଜିର ହୁସେନ ଓ ଏଲାମରାନ କରିମ୍ । ରାଜ୍ୟସଭାର ମତ ଲୋଡି ଏମାନଙ୍କୁ ସପ୍ତାହେ ପାଇଁ ସସ୍‌ପେଣ୍ଡ କରିଛନ୍ତି ଅଧ୍ୟକ୍ଷ ।

ଗତକାଲି କୃଷି ବିଲ୍ ଆଗତ ବେଳେ ରାଜ୍ୟସଭାରେ ଜୋରଦାର ହଙ୍ଗମା ଦେଖିବାକୁ ମିଳିଥିଲା । ବିରୋଧୀ ଦଳ ଗୃହରେ ବିଲ୍ ଚିରିବା ସହ ହଙ୍ଗାମା କରିଥିଲେ ।

Leave a Reply

Your email address will not be published. Required fields are marked *