ମାଲକାନଗିରି: ରାସ୍ତା ଉପରେ ହୁ ହୁ ହୋଇ ଚଳିଗଲା ଚଳନ୍ତାକାର । ମାଲକାନଗିରି ସ୍ଥିତ ଏମଭି ୧୬ ଗା ନିକଟରେ ୩୨୭ ନଂବର ଜାତୀୟ ରାଜପଥରେ ଘଟିଛି ଏପରି ଘଟଣା । କାରଟି ଜାତୀୟ ରାଜପଥରେ ଯାଉଥିବା ବେଳେ କାରରେ ହଠାତ୍ ନିଆଁ ଲାଗି ଯାଇଥିଲା । ଆଉ ନିଆଁ ଦେଖି ଚାଳକ ଏଥିରୁ ବାହାରି ଯାଇଥିଲେ । କାରରୁ ଓହ୍ଲାଇ ପଡିଥିଲେ ସମସ୍ତ ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।