କାବୁଲ: ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାରେ ଆଜି ବଡ ଝଟକା ଲାଗିଛି । ଚୁକ୍ତି ଅନୁସାରେ ଆତଙ୍କବାଦୀଙ୍କୁ ଛାଡିବା ପରେ ତାଲିବାନ ବିଶ୍ୱାସଘାତକତା କରିଛି । ଏପରି କି ଅଶରଫ ଗନି ସରକାରକୁ ଆମେ ମାନିବୁ ନାହିଁ ବୋଲି ଖୋଲାଖୋଲି ଭାବେ ଚ୍ୟାଲେଂଜ କରିଛି । ଏ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଗାନି ସରକାର ୪୬୦୦ ଆତଙ୍କବାଦୀଙ୍କୁ ଛାଡିଥିଲା ।
ଇସଲାମିକ ସରକାର ନେଇ ଆଲୋଚନା ହେଲା କଥା ଆଗକୁ ବଢ଼ିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ଦୀର୍ଘ ଦିନ ଗ୍ୟହ ଯୁଦ୍ଧ ଯୋଗୁ ଆଫଗାନିସ୍ତାନ ଅବସ୍ଥା ଶୋଚନୀୟ ହୋଇ ପଡିଛି । ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଗାନି ସରକାର ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ବିଫଳ ହୋଇଛନ୍ତି । ବର୍ତମାନର ଆଫଗାନିସ୍ତାନ ସରକାର ଆମେରିକା କଥାରେ ନାଚୁଛି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି ।