ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ଗୋଡଭଙ୍ଗା ଘାଟୀରେ ମଧ୍ୟ ରାତ୍ରିରେ ସାବୁନ ବୋଝେଇ UP-20T 0095 ନମ୍ବର ବିଶିଷ୍ଟ ୧୨ ଚକିଆ ଟ୍ରକ ହରିଦ୍ବାରରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ହେଲପର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଗୋଡଭଙ୍ଗା ଘାଟୀ ଅଣଓସାରିଆ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେଉଥିବା ବେଳେ ଏହି ରାସ୍ତା ଦେଇ କଲିକତା ଅଭିମୁଖେ ପ୍ରତ୍ୟକ ଦିନ ଶହଶହ ଗାଡ଼ି ଯିବା ଆସିବା କରୁଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଆସୁଛି । ତେବେ କେତେବେଳେ କିଏ ମୃତ୍ୟୁ ମୁଖରେ ପଡୁଛି ତୋ କିଏ ବର୍ତ୍ତୀ ଯାଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ ସରକାରଙ୍କ ନଜରରେ ଏହି 53 ନମ୍ବର ରାଜ୍ୟ ରାଜପଥ ଆସିପାରୁନି। ତେବେ କେବେ ସରକାରଙ୍କ ନଜରକୁ ଆସୁଛି ଓ କେବେ ରାସ୍ତା ସମସ୍ୟା ଦୂର ହେଉଛି ଦେଖିବାକୁ ବାକି ରହିଲା ।