ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ସଟଡାଉନ୍ଠାରୁ ଆରମ୍ଭ କରି ଲକଡାଉନ୍ ସବୁ ପ୍ରକାରର କୋଭିଡ କଟକଣା ଲାଗୁ ହୋଇଛି । ଏହି ମାମଲାରେ ଆଜି ୩ ସରକାରୀ ଅଫିସ୍କୁ ସିଲ୍ କରାଯାଇଛି ।
ରାଜଧାନୀରେ ସବ୍ କଲେକ୍ଟର, ତହସିଲଦାର ଏବଂ ସବ୍-ରେଜିଷ୍ଟାର ଅଫିସ୍କୁ ଆସନ୍ତା ୪୮ ଘଂଟା ପାଇଁ ବନ୍ଦ କରାଯାଇଛି । ଏହି କାର୍ଯ୍ୟାଳୟରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଅଫିସର ସମସ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏକ ସୂତ୍ରରୁ ଜଣାପଡିଛି ।