ସୁଶାନ୍ତ ସିଂ ରାଜପୁତ କେସ୍: ସିବିଆଇ କରିବ ତଦନ୍ତ

Top Storise ଅପରାଧ ଦେଶ- ବିଦେଶ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ କେସ୍ ଏବେ ସିବିଆଇ ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ,  କାଗଜପତ୍ର ସିବିଆଇକୁ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି କେସର ସମାଧାନ ପାଇଁ ସିବିଆଇକୁ ୧୪ ପ୍ରଶ୍ନର ଉତର ଖୋଜିବାକୁ ପଡିବ ।

୧.ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ?   ୨.ଯଦି ଆତ୍ମହତ୍ୟା, ତାହାହେଲେ କାରଣ କ’ଣ ?  ୩.ଯଦି ହତ୍ୟା ତାହାହେଲେ ଏହା ପଛର କାରଣ  ? ୪.ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟା ଚକ୍ରବର୍ତିଙ୍କ ଭୂମିକା କଣ ? ୫.ସୁଶାନ୍ତ କେସରେ ଫିଲ୍ମ ଦୁନିଆର ଲୋକଙ୍କ ଭୂମିକା କଣ ଥିଲା ? ୬. ସୁଶାନ୍ତଙ୍କ ମୃତ୍ୟୁ ପଛରେ ଅର୍ଥ କାରୋବାର ଥିଲା କି ? ୭. ଷଡଯନ୍ତ୍ର କରି ଫସା ଯାଇଥିଲା ? ୮.ସୁଶାନ୍ତ ଓ ଦିଶା ସାଲିନାଙ୍କ ମୃତ୍ୟୁ ମଧ୍ୟରେ କିଛି ସମ୍ପର୍କ ରହିଛି ? ୯.ସୁଶାନ୍ତଙ୍କ କର୍ମଚାରୀଙ୍କ ଭୂମିକା ? ୧୦.ସୁଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଛରେ ଥିବା ପ୍ରକୃତ କାରଣ ? ୧୧. ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟର ସତ୍ୟତା ? ୧୨.ସାକ୍ଷୀ ସାକ୍ଷ୍ୟ କେତେଦୂର ବିଶ୍ୱାସଯୋଗ୍ୟ ? ୧୩. ୮ ଜୁନରେ ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ କଣ ଘଟିଥିଲା ? ୧୪. ଜୁନ ୧୩ ଓ ୧୪ ରାତିରେ କଣ ଘଟିଥିଲା ।

Leave a Reply

Your email address will not be published. Required fields are marked *