20200706-bbsr

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ଲୋଗୋ ଉନ୍ମୋଚିତ

Top Storise ରାଜ୍ୟ

ଭୁବନେଶ୍ୱର : ସରକାରଙ୍କର କୋଭିଡ କଟକଣାକୁ ମାନି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଆଜି ସେବା ଫାଉଣ୍ଡେସନର ଲୋଗୋ ଓ ନିରାପତ୍ତା ଜ୍ୟାକେଟ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ସଂଗଠନ ପକ୍ଷରୁ ଆଗାମୀ ଦିନରେ ବୁଲା ଗାଈଗୋରୁ ମାନଙ୍କୁ ପ୍ରତ୍ୟେକ ସପ୍ତାହର ଗୋଟିଏ ଦିନ ନିରନ୍ତର ଭାବେ ଖାଦ୍ୟ ଯୋଗାଇବା ସହ, ମହିଳା, ଶିଶୁ କଲ୍ୟାଣ, ସ୍ୱଚ୍ଛତା, ରକ୍ତଦାନ, ଥାଲାସେମିଆ ସଚେତନତା, ଚାରା ରୋପଣ, ଏବଂ ଅନ୍ୟ ସାମାଜିକ କାମ କରାଯିବ ବୋଲି ସଂଗଠନ ଉପସଭାପତି ବିସ୍ମୟ ରାଉତ ଓ ସମ୍ପାଦକ ସାର୍ଥକ କୁମାର ପରିଡା ଜଣାଇଛନ୍ତି। ଆଜି ରାଜ୍ୟ ହାଉସିଂ ବୋର୍ଡ଼ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ମହିଳା ଶିଶୁ କଲ୍ୟାଣ ବିଭାଗ ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ,ସେବା ର ଉପସଭାପତି ବିସ୍ମୟ ରାଉତ, ସୁଶୀଲକାନ୍ତ ପ୍ରଧାନ ଓ ସମ୍ପାଦକ ସାର୍ଥକ କୁମାର ପରିଡା ଙ୍କ ଦ୍ଵାରା ଲୋଗୋ ଓ ନିରାପତ୍ତା ଜ୍ୟାକେଟ ଉନ୍ମୋଚିତ ହୋଇଛି।

Leave a Reply

Your email address will not be published. Required fields are marked *