୪୮ ଘଣ୍ଟାରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ, ପାଞ୍ଚ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ନିର୍ଦ୍ଧିରିତ ଦିନଠାରୁ ଆଗକୁ ପହଞ୍ଚିପାରେ । ଆସନ୍ତା ୪୮ ଘଣ୍ଟା ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ । ଆଜି ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପ ସାଗରରେ ମୌସୁମୀ ସକ୍ରିୟ ରହିଛି । ଆସନ୍ତାକାଲି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାକି ମୌସୁମୀ ବାୟୁକୁ ଆଗୁଆ ଓଡ଼ିଶା […]

Continue Reading

ଭୁବନେଶ୍ୱରରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଟିକା ପାଇଁ ଦରକାର ନାହିଁ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ରାଜଧାନୀରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା । ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଆଜିଠୁ ଆଉ ସ୍ଲଟ ବୁକିଂ କରିବାକୁ ପଡ଼ିବ ନାହିଁ । ସେମାନେ ସିଧାସଳଖ ସେଣ୍ଟରକୁ ଯାଇ ଦ୍ୱିତୀୟ ଡୋଜ୍ ଟିକା ନେଇ ପାରିବେ । ଯେଉଁ ସେଣ୍ଟରରେ ପ୍ରଥମ ଡୋଜ୍ ନେଇଥିଲେ ସେହିଠାରୁ ନେବେ ଦ୍ୱିତୀୟ ଡୋଜ୍ ଟିକା । ଆଜିଠାରୁ ପ୍ରତିଦିନ ଅପରାହ୍ମ ୩ଟରୁ ୬ଟା ଭିତରେ ସେମାନେ […]

Continue Reading

ମୁମ୍ବାଇରେ ବର୍ଷା ଆଣିଲା ବିତ୍ପାତ, ୪ ମହଲା କୋଠା ଭୁଶୁଡ଼ି ୧୧ ମୃତ

ମୁମ୍ବାଇ: ଲଗାଣ ବର୍ଷା ପରେ ମୁମ୍ୱାଇରେ ଭୁଶୁଡ଼ିଲା ଚାରି ମହଲା କୋଠା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାଂବଶେଷ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ୍ । ଅଗ୍ନିଶମ, ଏନଡିଆରଏଫ୍ ଓ ପୋଲିସ ଲାଗିଛନ୍ତି । ଗତକାଲି ରାତି ପାଖାପାଖି ୧୧ଟା ବେଳେ ମାଲାଡ ଓ୍ୱେଷ୍ଟ ଅଞ୍ଚଳରେ ଥିବା ୪ ମହାଲା ବିଲଡିଂ ଭୁଶୁଡି ପଡ଼ିଥିଲା । କିଛି ଲୋକଙ୍କୁ ଉଦ୍ଧାର […]

Continue Reading

‘ଦି ଟାଇମ୍ସ‌ ହାଇଅର ଏଜୁକେସନ୍‍’ ରାଙ୍କିଙ୍ଗ୍‌ରେ ଦେଶର ୩୦ତମ ସ୍ଥାନରେ କିଟ୍‌

ଭୁବନେଶ୍ୱର: ଦି ଟାଇମସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ ୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମସ ହାଇଅର ଏଜୁକେସନ୍‍’ ପକ୍ଷରୁ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ ଫଳଫଳ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‍ ୩୦ତମ ସ୍ଥାନ ହାସଲ କରିଛି। ଏହାସହିତ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ୨୫୧+ ବର୍ଗରେ ରହିଛି କିଟ୍‌। […]

Continue Reading

ପରିବହନ ବେଳେ ୨୦ରୁ ଅଧିକ କଣ୍ଟେନରରୁ ଅକ୍ସିଜେନ୍ ଲିକ୍

କଳାହାଣ୍ଡି: ପରିବହନ ସମୟରେ କଣ୍ଟେନରରୁ ଅକ୍ସିଜେନ୍ ନିର୍ଗତ ହୋଇଛି । ରେଳ ଯୋଗେ ଅକ୍ସିଜେନ୍ ପରିବହନ କରାଯାଉଥିଲା । ତେବେ କେସିଙ୍ଗା ରେଳଷ୍ଟେସନ ନିକଟରେ ହଠାତ୍ ଅକ୍ସିଜେନ୍ କଣ୍ଟେନରରୁ ବାହାରିବାକୁ ଲାଗିଥିଲା । ଲିକ୍ ଯୋଗୁ ଦୀର୍ଘ ସମୟ ଯାଏଁ ଏହି ଅମ୍ଳଜାନ ନିର୍ଗତ ହେଉଥିଲା । ପ୍ରାୟ ୨୦ରୁ ଅଧିକ କଣ୍ଟେନରରେ ଅମ୍ଳଜାନ ଝାରସୁଗୁଡାରୁ ରାୟଗଡା ଅଭିମୁଖେ ଯାଉଥିଲା । ତେବେ ହଠାତ୍ କେସିଙ୍ଗା ଷ୍ଟେସନ ନିକଟରେ ଅମ୍ଲଜାନ ଲିକ୍ ହେଉଥିବା ଘଟଣା ଜଣାପଡିଥିଲା । […]

Continue Reading

ବିରଜା ମନ୍ଦିରରେ୧୪୪ ଧାରା ଜାରି

ଯାଜପୁର : କରୋନା ଯୋଗୁ କଟକଣା । ବାହାରକୁ ବାହାରିବାରେ ମଧ୍ୟ ନିୟମ । ଆଗକୁ ରଜ ସାବିତ୍ରୀ ଥିବା ବେଳେ ଭିଡ ନକରିବାକୁ ଦିଆଯାଇଛି ପରାମର୍ଶ । ଗୁରୁବାର ସାବିତ୍ରୀ ପୂଜା ଥିବାରୁ ବଜାର ଗୁଡିକରେ କିଛି ସ୍ଥାନରେ ଭିଡ଼ ଲାଗିଛି । ସେହିଭଳି ମନ୍ଦିର ଗୁଡିକରେ ଭିଡ ଆଶଙ୍କା କରି ଏବେଠୁ କରାଯାଉଛି ସତର୍କ । ପ୍ରଶାସନ ପକ୍ଷରୁ କରାଯାଇଛି କଟକଣା । ଯାଜପୁରରେ ମଧ୍ୟ ସମାନ ନିୟମ କରାଯାଇଛି । ବିରଜା ମନ୍ଦିରରୁ […]

Continue Reading

ଏହି ରାଜ୍ୟରେ ଜୁନ୍‌ ୧୪ ଯାଏ ବଢିଲା ଲକ୍‌ଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ଲକ୍‌ଡାଉନ୍‌କୁ ପୁଣି ଥରେ ବଢାଇଦେଇଛନ୍ତି। ଏହି ଅବଧିକୁ ଜୁନ୍‌ ୧୪ ଯାଏ ବୃଦ୍ଧି କରାଯାଇଛି। ଜୁନ୍‌ ୧୪ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ରହିବ ରାଜ୍ୟ। ଶନିବାର ଅପରାହ୍ନ ୫ ଟାରୁ ସୋମବାର ସକାଳ ୬ ଟା ଯାଏ ଏହି ଲକଡାଉନ୍ ଜାରି ରହିବ। ଶନିବାର ଅପରାହ୍ନ ୫ ଟାରୁ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବ। ଏହା ଭିତରେ ଜରୁରୀ ସେବାକୁ ଅମୁମତି […]

Continue Reading

ପୋଲିସକୁ ବଡ଼ ସଫଳତା, ୬୫୩ କେଜି ଗଞ୍ଜେଇ ଜବତ

ରାୟଗଡା : ପୋଲିସକୁ ମିଳିଲା ବଡ଼ ସଫଳତା । ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ହାତରେ ଧରାପଡ଼ିଲା ଗଞ୍ଜେଇ । ରାୟଗଡା ଜିଲ୍ଲା ପାଲଟିଛି ଚୋରା ଗଞ୍ଜେଇର ପେଣ୍ଠସ୍ଥଳୀ । ଦୁର୍ଗମ ଚନ୍ଦ୍ରପୁର ବ୍ଲକର କୁଟୁଡୁକୁପା ଏବଂ ମୁଚୁକିଗୁଡା ଛକରେ ଥିବା ଏକ ଘରୁ ପ୍ରାୟ ୬୫୩ କେଜି ଗଞ୍ଜେଇ ବିକ୍ରି ହେବାକୁ ଥିଲା । ଏହି ଯୋଜନା କରାଯାଇଥିବା ଖବର ପାଇ ମୁନିଗୁଡା ଏସଡିପିଓ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ । ଗଞ୍ଜେଇ ଚୋରା ଚାଲାଣକୁ ଭଣ୍ଡ […]

Continue Reading

ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ବିରୋଧ

ସୁବର୍ଣ୍ଣପୁର : ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ବିରୋଧ । ଖୁବ୍ ଶୀଘ୍ର ସମାଧାନ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଳା କଂଗ୍ରେସ ପକ୍ଷରୁ ଚାଷୀ ମାନଙ୍କ ସମସ୍ୟା ସୁଧାରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେଥିରେ ଚାଷୀଙ୍କ ଧାନ କିଣାରୁ ନେଇ ଚାଷୀ ପଞ୍ଜୀକରଣ ଓ ଟୋକନ ବ୍ୟବସ୍ଥାର ଭୁଲ ପ୍ରକ୍ରିୟା ପାଇଁ ଚାଷୀମାନେ ତାଙ୍କର ଧାନ ବିକ୍ରି କରି ପାରୁନଥିବା ଜଣାଯାଇଛି । ଏହା […]

Continue Reading

କୋଭାକ୍ସିନ, ଡେଲ୍‌ଟା ଏବଂ ବିଟା ଭାରିଆଣ୍ଟ ପାଇଁ ରକ୍ଷାକାରୀ; ରିପୋର୍ଟ

ନୂଆଦିଲ୍ଲୀ: ସ୍ବଦେଶୀ ଟିକା କୋଭାକ୍ସିନ କରୋନାର ନୂଆ ଷ୍ଟ୍ରେନ୍‌ ଡେଲ୍‌ଟା ଏବଂ ବିଟା ପାଇଁ ରକ୍ଷାକାରୀ। ଭରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ୍ କରୋନାର ଏହି ମାରାତ୍ମକ ଭୂତାଣୁରୁ ସୁରକ୍ଷା ପ୍ରଦାନ କରିଥାଏ। ଏ ନେଇ ପୁଣେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ବିଶେଷଜ୍ଞମାନେ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦାବି କରିଛି। ଯେତେବେଳେ ଡେଲଟା ଭାରିଆଣ୍ଟ (B.1.617.2) ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା ​​ଏବଂ ଦେଶରେ ଏହା ପ୍ରାଧାନ୍ୟ […]

Continue Reading