ଟେଲି ଅଭିନେତା ପ୍ରାଚୀନ ଚୌହାନ ଗିରଫ

ମୁମ୍ବାଇ: ଗିରଫ ହେଲେ ଟେଲିଭିଜନ ଅଭିନେତା ପ୍ରାଚୀନ ଚୌହାନ। ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମୁମ୍ବାଇ ପୋଲିସା ତାଙ୍କୁ ଆଜି ଗିରଫ କରିଥିବା ଜଣାପଡ଼ିଛି। ମହିଳାଙ୍କ ଅଭିଯୋଗ ପରେ ପ୍ରାଚୀନଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଧାରା ୩୫୪ ଆଧାରରେ ପ୍ରାଚୀନଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ପୋଲିସ ଏହି ମାମଲାର ତଦନ୍ତ କରୁଥିବା ଜଣାପଡ଼ିଛି।

Continue Reading

ଲାଞ୍ଚ ନେବା ବେଳେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲଙ୍କୁ ଧରିଲା ଭିଜିଲାନ୍ସ

ଭବାନୀପାଟଣା: ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ । ପୁରୁଣା ମାମଲା ରଫାଦଫା ପାଇଁ ଲାଞ୍ଚ ନେଉଥିଲେ । ଭବାନୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଧରିଛି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ । ଅଭିଯୋଗ ଅନୁସାରେ, ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍ ରଫାଦଫା ପାଇଁ ଏହି ଡିଲ୍ ହୋଇଥିଲା । ଆଶୁତୋଷ ମିଶ୍ର ୩ ଲକ୍ଷ ଟଙ୍କା ଦାବି […]

Continue Reading

ବିବାହର ୧୫ ବର୍ଷ ପରେ ପତ୍ନୀଙ୍କୁ ଛାଡପତ୍ର ଦେବେ ଅଭିନେତା ଅମୀର ଖାନ

ନୂଆଦିଲ୍ଲୀ: ବିବାହର ୧୫ ବର୍ଷ ପରେ ଛାଡପତ୍ର ନେବେ ବଲିଉଡ୍‌ ଅଭିନେତା ଅମୀର ଖାନ ଏବଂ ପତ୍ନୀ କିରଣ ରାଓ। ଏ ନେଇ ଅମୀର ଖାନ ଏବଂ କିରଣ ରାଓ ଆଜି ଏକ ମିଳିତ ବିବୃତ୍ତି ପ୍ରଦାନ କରିଛନ୍ତି। ବିବୃତ୍ତି ଅନୁଯାୟୀ, “ଏହି ୧୫ ଧରି ସମ୍ପର୍କ ମଧ୍ୟରେ ଆମେ ଆମ ଜୀବନରେ ସୁନ୍ଦର ଅନୁଭୂତି, ଆନନ୍ଦ ଏବଂ ହସ ବାଣ୍ଟିଛୁ ଏବଂ ଆମର ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମରେ ବଢିଛି। ବର୍ତ୍ତମାନ ଆମେ […]

Continue Reading

ପୁରୀରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା, ପୂର୍ବ ନିଷ୍ପତ୍ତି ବଦଳାଇଲା ଜିଲ୍ଲା ପ୍ରଶାସନ

ପୁରୀ: ଆଉ ଦିନ କେଇଟା ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ଯୋଗୁ ଏବର୍ଷ ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଛାତ ଉପରେ ବି ୧୪୪ ଧାରା ହେବ । ଘରର ପରିବାର ଲୋକ ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ । ପୂର୍ବ ନିଷ୍ପତ୍ତିକୁ ଜିଲ୍ଲା ପ୍ରଶାସନ ବଦଳାଇଛି । ପୂର୍ବରୁ ପରିବାର […]

Continue Reading

ବିଟା ଅପେକ୍ଷା ଡେଲ୍‌ଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ଫାଇଜର ଏବଂ ଜନସନ ଆଣ୍ଡ୍‌ ଜନସନ

ନୂଆଦିଲ୍ଲୀ: ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାର ଫାର୍ମା ମେଜର୍ ଫାଇଜର ଏବଂ ଜନସନ ଆଣ୍ଡ ଜନସନ ଦ୍ବାରା ବିକଶିତ କରୋନା ଟିକା ବିଟା ଷ୍ଟ୍ରେନ୍ ଅପେକ୍ଷା ଡେଲଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ବିଟା ଭାରିଆଣ୍ଟ ଚଳିତ ବର୍ଷ ଆରମ୍ଭରେ ଦ୍ବିତୀୟ ତରଙ୍ଗ ସୃଷ୍ଟି କରିଥିଲାବେଳେ ଭାରତରେ ପ୍ରଥମେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହି ଟିକା […]

Continue Reading

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଳି ମମତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବାକୁ ପଡ଼ିବ କି?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୧୧୫ ଦିନର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ୱତ । ଅଚାନକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବିଧାନିକ ସଙ୍କଟ ଯୋଗୁ ପଦ ଛାଡ଼ିଛନ୍ତି । କାରଣ ସମ୍ବିଧାନର ଧାରା ୧୬୪(୪) ଅନୁଯାୟୀ ବିଧାନସଭା କିମ୍ବା ବିଧାନପରିଷଦ ସଦସ୍ୟ ନଥାଇ ବି ଜଣେ ଛଅ ମାସ ମନ୍ତ୍ରୀ ରହିପାରିବେ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ ତୀରଥ ସାଂସଦ ଥିଲେ । କରୋନା ଯୋଗୁ ଉତ୍ତରାଖଣ୍ଡରେ ଉପନିର୍ବାଚନ ନେଇ ସସପେନ୍ସ ରହିଛି । […]

Continue Reading

ଧାନ କିଣାରେ ଅବ୍ୟବସ୍ଥା, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

କଟକ : ମଣ୍ଡିରେ ଧାନ କିଣାକୁ ନେଇ ସାରା ରାଜ୍ୟରେ ଦାନା ବାନ୍ଧିଲାଣି ଅସନ୍ତୋଷ । ମଣ୍ଡିରୁ ଧାନ ଉଠୁନଥିବାରୁ ଏବେ ସରକାରଙ୍କୁ ଘେରିଛି ବିଜେପି । କଟକ ଜିଲ୍ଲାରେ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ବିଜେପି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ମଣ୍ଡିରେ ଥିବା ସମସ୍ତ ଧାନକୁ ସରକାର କିଣିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି କଟକ ବିଜେପି । ବିଜେପି କହିଛି, ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ […]

Continue Reading

ଦୂର ହେଲା ଟିକା ସଙ୍କଟ, ଓଡ଼ିଶାରେ ପହଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଟିକା

ଭୁବନେଶ୍ବର : ଦୂର ହେଲା ଟିକା ସଙ୍କଟ । ଓଡ଼ିଶାରେ ପହଞ୍ଚିଲା ୯୪ ହଜାର ୩୯୩ ଭଏଲ ବା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା । ଆଜି ଅପରାହ୍ନରେ ସ୍ପାଇସ ଜେଟ୍ ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା ଟିକା । ରାଜ୍ୟରେ ଟିକା ପହଞ୍ଚିବା ପରେ ସମସ୍ତ ଜିଲ୍ଲାକୁ ପଠାଯିବ । ଗତକାଲି ୧ ଲକ୍ଷ କୋଭିସିଲ୍ଡ ଟିକା ଆସିଥିଲା । ରାଜ୍ୟରେ ଆବଶ୍ୟକ ପରିମାଣର ଟିକା ନଥିବାରୁ ଆଜି […]

Continue Reading

ମହଙ୍ଗା ପଡ଼ିଲା ପୋଲିସକୁ ଆକ୍ରମଣ, ଗିରଫ ହେଲା ଅଭିଯୁକ୍ତ

ଜଗତସିଂହପୁର : ମହଙ୍ଗା ପଡ଼ିଲା ପୋଲିସକୁ ଆକ୍ରମଣ । ଶେଷରେ ଲୁଚକାଳି ଭିତରେ ଗିରଫ ହେଲା ଅଭିଯୁକ୍ତ । ଜଗତସିଂହପୁର ତିର୍ତ୍ତୋଲ ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ ହୋଇଛି ରାହାମା ତେରମାଣପୁର ତୋଟାସାହିର ନନ୍ଦ କିଶୋର ବରାଳ । ଭଉଣୀ ଘରେ ଲୁଚି ଥିବା ବେଳେ ଅଭିଯୁକ୍ତକୁ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିକଣି ଗାଁରୁ ଗିରଫ କରିଛି ପୋଲିସ । ଗତକାଲି ପୋଲିସ ଏକ ଚୋରି ମାମଲାର ତଦନ୍ତ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ […]

Continue Reading

ଏମଏସଏମଇରେ ସାମିଲ ହେଲେ ରିଟେଲର ଓ ହୋଲସେଲ୍ ବ୍ୟବସାୟୀ

ନୂଆଦିଲ୍ଲୀ : ମହାମାରୀ କରୋନା ଭଳି ବିପତ୍ତି ସମୟରେ ଅଧିକ ପ୍ରଭାବିତ ହୋଇଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ । ଆଉ ଏବେ ଏହି କ୍ଷେତ୍ର ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରିଟେଲର ଓ ହୋଲସେଲ୍ ବ୍ୟବସାୟୀଙ୍କୁ ଏମଏସଏମଇରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହାଦ୍ବାରା ଉପକୃତ ହେବେ ସାରା ଦେଶର ୨ କୋଟି ୫୦ ଲକ୍ଷ ରିଟେଲର ଓ ହୋଲସେଲର । କେନ୍ଦ୍ର ସଡ଼କ […]

Continue Reading