ବନ୍ଦ ହେବ ତୁର୍କମେନିସ୍ତାନର ନର୍କର ଦ୍ୱାର !

ଅଶଗବାତ: ତୁର୍କମେନିସ୍ତାନର ପ୍ରମୁଖ ସ୍ଥାନ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚିତ ଗେଟ୍ସ ଅଫ ହେଲ(ନର୍କର ଦ୍ୱାର)କୁ ସରକାର ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ପ୍ରାକୃତିକ ଗ୍ୟାସ କ୍ରେଟର ଅସ୍ତିତ୍ୱ ଏଥର ସମାପ୍ତ ହେବ । ରାଜଧାନୀ ଅଶବବାତଠାରୁ ୧୬୦ ମାଇଲ ଦୂରରେ ଥିବା ମରୁଭୂମିର ଏକ ବିଶାଳକାୟ ଗର୍ତରୁ ପ୍ରାକୃତିକ ଅଗ୍ନି ଉଦଗୀରଣ ହୋଇଥାଏ । ୧୯୭୧ରେ ଗ୍ୟାସ ଡ୍ରିଲିଂ ବେଳେ ଏହି ଗର୍ତ ସୃଷ୍ଟି ହୋଇଥିଲା । ୨୦ […]

Continue Reading

ଆରବ ସାଗରର ଭାରତୀୟ ସୀମାରେ ଧରାପଡିଲେ ୧୦ ପାକିସ୍ତାନୀ

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ବଡ ସଫଳତା ମିଳିଛି । ଆରବସାଗରେ ଗସ୍ତ କରୁଥିବା ଭାରତୀୟ ଜାହଜ ଅଙ୍କିତ ଶନିବାର ରାତିରେ ଏକ ନୌକା ସମେତ ୧୦ଜଣ ପାକିସ୍ତାନୀ ନାଗରିକଙ୍କୁ ଧରିଛି । ଭାରତୀୟ ଜଳକ୍ଷେତ୍ରରେ ନୌକାଟି ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା । ଅଟକ ରଖାଯାଇଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା ପାଇଁ ପୋରବନ୍ଦର ଅଣାଯାଇଛି । ଭାରତୀୟ ଜାହଜକୁ ଦେଖି ସେମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ନୌକାରୁ ୨ ଟନ […]

Continue Reading

ବାଲେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ

ବାଲେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧୪ଜଣ କୋଭିଡ଼୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ମଧ୍ୟ ୧୨୩ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏନେଇ ବାଲେଶ୍ୱର ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରାଯାଇଛି । ଜିଲ୍ଲାରେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ତରଫରୁ […]

Continue Reading

ୱ, ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବେ କୋହଲି

କେପଟାଉନ: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ୧୧ ଜାନୁୟାରୀରୁ କେପଟାଉନରେ ଖେଳାଯିବ । ଏହି ମ୍ୟାଚରେ ଷ୍ଟିଭ ୱ ଓ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିବେ କୋହଲି । ଏହି ମ୍ୟାଚରେ କୋହଲି ଆଉ ୧୪ ରନ ସଂଗ୍ରହ କଲେ ଦ୍ରାବିଡଙ୍କୁ ଅତିକ୍ରମ କରିବେ । ଦକ୍ଷିଣ ଆଫ୍ରିକାରେ ଭାରତ ବ୍ୟାଟ୍ସମ୍ୟାନ ଭାବେ ଦ୍ରାବିଡ ୧୧ ଟେଷ୍ଟରେ ୨୯.୭୧ ଆଭରେଜରେ ୬୨୪ ରନ କରିଛନ୍ତି । କୋହଲି ୬ ଟେଷ୍ଟରେ ୫୦.୯୧ […]

Continue Reading

‘ଭୁଲ୍‌ ଭୁଲେୟା ୨’ରେ ପୁଣି ଥରେ ମଞ୍ଜୁଲିକା ହେବେ ବିଦ୍ୟା!

ନୂଆଦିଲ୍ଲୀ: ୨୦୦୭ରେ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଭୁଲ୍‌ ଭୁଲେୟା’ ବକ୍ସ ଅଫିସରେ ବେଶ୍‌ ସଫଳତା ହାସଲ କରିଥିଲା। ବର୍ତ୍ତମାନ ଖୁବ୍ ଶୀଘ୍ର ଦର୍ଶକ ଏହି ଚଳଚ୍ଚିତ୍ରର ସିକ୍ୱେଲ୍ ଦେଖିବାକୁ ପାଇବେ। ‘ଭୁଲ୍‌ ଭୁଲେୟା ୨’ର ଚଳିତ ରିଲିଜ ହେବାକୁ ଯାଉଛି। ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ପାର୍ଟ ୨କୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଫିଲ୍ମରେ ବିଦ୍ୟା ବାଲାନଙ୍କ ମଞ୍ଜୁଲିକା ଭୂମିକାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। […]

Continue Reading

ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା ଘଟଣା, ୮ ବିଜେପି କର୍ମୀ ଗିରଫ

ଭଦ୍ରକ : ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୮ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ, ଭିଡ଼ିଓ ଫୁଟେଜ ଯାଞ୍ଚ କରାଯାଉଛି । ଯେଉଁମାନେ ଭଙ୍ଗାରୁଜା ସହ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ଅତିରିକ୍ତ ଏସପି । ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣରେ ଅନିୟମିତତା ନେଇ ଭଦ୍ରକ ଜିଲ୍ଲାରେ […]

Continue Reading

୪୦ କେଜି ଗଞ୍ଜେଇ ଜବତ, ଏସଟିଏଫ୍ ପଞ୍ଝାରେ ୩ଜଣ ଚୋରା ଚାଲଣକାରୀ

ଭୁବନେଶ୍ୱର : ଏସଟିଏଫ୍ ପଞ୍ଝାରେ ଗଞ୍ଜେଇ ଚୋରା ଚାଲଣକାରୀ । ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ୪୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏତେ ପରିମାଣର ଗଞ୍ଜେଇ କେଉଁଆଡେ ଚାଲଣ ହେଉଥିଲା ତାକୁ ନେଇ ଛାନଭିନ ଜାରି ରଖିଛି ପୋଲିସ ।

Continue Reading

ଭିଏତନାମରୁ ଚୀନ ଆସିଥିବା ଡ୍ରାଗନ ଫଳରେ କରୋନା ଭାଇରସ

ବେଜିଂ: ଭିଏତନାମରୁ ଚୀନ ବଜାରକୁ ଆସିଥିବା ଡ୍ରାଗନ ଫଲରେ କରୋନା ଭାଇରସ ମିଳିଛି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରି ଦେଶର ସମସ୍ତ ସୁପରମାର୍କେଟକୁ ବନ୍ଦ କରି ଦିଆଯାଇଛି । ଖାଦ୍ୟ, ପଦାର୍ଥରୁ କରୋନା ବ୍ୟାପିବା ନେଇ କୌଣସି ପ୍ରମାଣ ମିଳି ନ ଥିବାରୁ ଚୀନ ସରକାର ଏ ନେଇ ତଦନ୍ତ ଆରମ୍ଭ କରିଛି । ଡ୍ରାଗନ ଫ୍ରୁଟ କିଣିଥିବା ଏବଂ ବିକ୍ରୟ କରିଥିବା ବ୍ୟକ୍ତିମାନଙ୍କୁ କ୍ୱାରେଂଟାଇନରେ […]

Continue Reading

ହିନ୍ଦୀ ଗୀତରେ ମତୁଆଲା ପାକିସ୍ତାନୀ ସାଂସଦ

ନୂଆଦିଲ୍ଲୀ: ୨୦୨୧ ମସିହା ନଭେମ୍ବର ୫ ତାରିଖରେ ରିଲିଜ୍ ହୋଇଥିବା ସୂର୍ଯ୍ୟବଂଶୀ ବକ୍ସ ଅଫିସରେ ଧମାଲ କରିଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ଏହା ସହିତ ଫିଲ୍ମରେ ଥିବା ‘ମୋହରା’ ଫିଲ୍ମର ରିମେକ୍ ଗୀତ ‘ଟିପ୍ ଟିପ୍ ବର୍ଷା ପାନି’ ଗୀତରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଡ୍ର୍ୟାନ୍ସକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଏହାରି ଭିତରେ ପାକିସ୍ତାନରୁ ଏକ ଭିଡିଓ […]

Continue Reading

କିଶୋରମାନେ କୋଭାକ୍ସିନ ଟିକା ନେବା ପରେ ନିଅନ୍ତୁ ନାହିଁ କୌଣସି ପେନକିଲର

ନୂଆଦିଲ୍ଲୀ : କିଶୋରମାନେ କୋଭାକ୍ସିନ ଟିକା ନେବା ପରେ ନିଅନ୍ତୁ ନାହିଁ କୌଣସି ପେନ୍ କିଲର । ଏଭଳି ପରାମର୍ଶ ଦେଇଛି ଭାରତ ବାୟୋଟେକ । ୧୫ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ବର୍ତ୍ତମାନ କୋଭାକ୍ସିନ ଦିଆଯାଉଛି । ହେଲେ ଅନେକ ଟିକାଦାନ କେନ୍ଦ୍ର ପକ୍ଷରୁ ପାରାସିଟାମଲ ୫୦୦ ମିଲିଗ୍ରାମ ଟାବଲେଟ ନେବାକୁ ପରାମର୍ଶ ଦିଆଯାଉଛି । ଏହି ସୂଚନା ପାଇବା ପରେ ପ୍ରତିକ୍ରିୟା ରଖିଛି ଭାରତ ବାୟୋଟେକ । କୋଭାକ୍ସିନ ନେଇଥିବା ପିଲାଙ୍କୁ ଏହି ସବୁ […]

Continue Reading