କୋଟି କୋଟି ଚାଷୀଙ୍କ ପାଇଁ ଖୁସିଖବର! PNB ଦେଉଛି ୫୦ ହଜାର ଟଙ୍କା, ସିଧା ଆସିବ ଖାତାକୁ

ପଞ୍ଜାବ: ପଞ୍ଜାବ ନାସନାଲ ବ୍ୟାଙ୍କ୍ ଚାଷୀଙ୍କ ପାଇଁ ଖାସ୍ ସ୍କିମ ଆଣିଛି, ଯେଉଁଥରେ ବ୍ୟାଙ୍କ୍ ତରଫରୁ କୃଷକଙ୍କୁ ୫୦ ହଜାର ଟଙ୍କା ଦିଆଯାଉଛି । ଏହି ଟଙ୍କାକୁ ଚାଷ କାମ ବ୍ୟତୀତ ବ୍ୟକ୍ତିଗତ କାମକୁ ପୂରା କରିବା ପାଇଁ ମଧ୍ୟ କରିପାରିବେ । ଆସନ୍ତୁ ଜାଣିବା ବ୍ୟାଙ୍କ୍ କେଉଁ ଖାସ୍ ସ୍କିମ ଅନୂଯାୟୀ ଏହି ଟଙ୍କା ଦେଉଛି ଏବଂ ଆପଣ କିପରି ଏହାକୁ ଆବେଦନ କରିପାରିବେ । ପଞ୍ଜାବ ନାସନାଲ ବ୍ୟାଙ୍କ (Punjab National Bank) ତରଫରୁ ଗ୍ରାହକଙ୍କୁ […]

Continue Reading

ହଷ୍ଟେଲରେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଭାଇରାଲ, ୩ ଅଭିଯୁକ୍ତ ଗିରଫ

ଚଣ୍ଡିଗଡ: ପଞ୍ଜାବର ମୋହାଲିରେ ଥିବା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ୬୦ରୁ ଅଧିକ ଛାତ୍ରୀ ଗାଧୋଉଥିବାର ଭିଡିଓ ଭାଇରାଲ କରିବା ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଭିଡିଓ ତିଆରି କରିଥିବା ହଷ୍ଟେଲର ଝିଅ ଏବଂ ଶିମଲାରେ ରହୁଥିବା ତାଙ୍କ ବନ୍ଧୁ ଏଥିରେ ସମ୍ପୃକ୍ତ ଅଛନ୍ତି। ସୂଚନା ଅନୁସାରେ ହଷ୍ଟେଲରେ ରହୁଥିବା ୬୦ରୁ ଅଧିକ ଛାତ୍ରୀଙ୍କ ଗାଧାଉଥିବାର ଭିଡିଓ ରେକର୍ଡିଂ କରି ଏହାକୁ ନିଜ ବନ୍ଧୁଙ୍କ ନିକଟକୁ ପଠାଇ ଭାଇରାଲ କରିଥିଲେ ଜଣେ ଛାତ୍ରୀ। ଏହି ଖବର […]

Continue Reading

ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଡ. ଗୌରହରି ଦାସ ପାଇବେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର। ୨୦୧୮ ମସିହାରେ ପ୍ରକାଶିତ ଗଳ୍ପ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଅକ୍ଟୋବର ୨୬ ତାରିଖରେ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ତାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି […]

Continue Reading

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ରାଷ୍ଟ୍ରପତି ଜୋ ବାଇଡେନ ପରସ୍ପରକୁ ଅଭିବାଦନ ଜଣାଇଲେ

ନୂଆଦିଲ୍ଲୀ: ଆଜି ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଅନ୍ତିମ ସଂସ୍କାର ହେବ। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ବ୍ରିଟେନରେ ପହଞ୍ଚିଥିଲେ। ବ୍ରିଟେନର ବକିଙ୍ଗହମ୍ ପ୍ୟାଲେସରେ ଅନ୍ତିମ ସଂସ୍କାର ପୂର୍ବରୁ ଆୟୋଜିତ ଏକ ଶୋକସଭାର ଆୟୋଜନ ହୋଇଥିଲା। ଏଥିରେ ରାଷ୍ଟ୍ରପତି ମୁର୍ମୁ ରାଜା କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ ଭେଟିଛନ୍ତି। ରାଣୀଙ୍କ ଅନ୍ତିମ ସଂସ୍କାରରେ ରାଷ୍ଟ୍ରପତି ମୁର୍ମୁ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଇଛନ୍ତି। ସେ ରବିବାର ଲଣ୍ଡନରେ ଭାରତ ସରକାରଙ୍କ ତରଫରୁ ଏକ ସମବେଦନା ବହିରେ ନିଜର ଉପସ୍ଥିତି […]

Continue Reading

ବିଧାନସଭା ଓ ପାର୍ଟି ଅଫିସରେ ବିଷ୍ଣୁ ସେଠୀଙ୍କୁ ଦିଆଗଲା ଶେଷ ଶ୍ରଦ୍ଧାଞ୍ଜଳୀ: ସାମ୍ନାକୁ ଆସିଲା ବିଷ୍ଣୁଙ୍କ ଶେଷ କବିତା

ଭୁବନେଶ୍ୱର:  ଆଉ ନାହାନ୍ତି ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମାତ୍ର ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ […]

Continue Reading

ସଡ଼କରେ ୨୩୦ କିମି ବେଗରେ ଦୌଡ଼ିବ ‘ସୁଇମିଂ କାର’

ନୂଆଦିଲ୍ଲୀ: ନୂତନ କୌଶଳ ଆବିଷ୍କାର କରିବା ଏବଂ ପ୍ରଯୁକ୍ତିବିଦ୍ୟାରେ ସର୍ବଦା ଶୀର୍ଷରେ ରହୁଛି ଚାଇନା। ନୂତନ ଟେକ୍ନୋଲୋଜି, ଗାଡି, ମୋବାଇଲ ବନେଇ ସବୁବେଳେ ଚର୍ଚ୍ଚାରେ ରହୁଛି ଚିନ୍। ନିକଟରେ ଚାଇନା ଏକ କାରକୁ ସଫଳତାର ସହ ପରୀକ୍ଷା କରିଛି, ଯାହା ରାସ୍ତାରେ ଉଡ଼ିବ। ଏହି କାରଟି ସଡକରେ ଚାଲିବା ବେଳେ ଏମିତି ପ୍ରତୀୟମାନ ହେବ ଯେପରି କାରଟି ସଡ଼କରୁ ମାତ୍ର କିଛି ମିଲିମିଟର ଉପରେ ଭାସିଲା ପରି ମନେ ହେବ। ଅର୍ଥାତ୍ କାରର ଚକା ସଡକରେ ଲାଗିବ […]

Continue Reading

ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି ପାଇଁ ସଂକଳ୍ପ ପାରିତ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ଅଭିଯାନ ଜୋରଦାର ହୋଇଛି।  ରାଜସ୍ଥାନ କଂଗ୍ରେସ ପ୍ରଥମ ରାଜ୍ୟ ଭାବେ ରାହୁଲ ଗାନ୍ଧି ପୁଣିଥରେ କଂଗ୍ରେସର ସଭାପତି ଦାୟିତ୍ୱ ନିଅନ୍ତୁ ବୋଲି ଏକ ସଙ୍କଳ୍ପ ପାରିତ ହୋଇଛି। ସର୍ବସମ୍ମତିକ୍ରମେ ଦଳୀୟ ନେତାମାନେ ରାହୁଲ ଗାନ୍ଧିଙ୍କୁ ସଭାପତି କରିବା ପାଇଁ ଆସିଥିବା ପ୍ରସ୍ତାବକୁ ପାରିତ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ନିଜ ଆଡ଼ୁ ରାହୁଲ […]

Continue Reading

ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତଭବନ ଠାରେ ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦୁଇ ଦଫା ଦାବି ଉପସ୍ଥାପନ କରାଯାଇଛି । ଅବସରକାଳୀନ ପେନସନ ଓ ଚାକିରୀ ଜନିତ ସର୍ତ୍ତାବଳୀ ଭଳି ଦାବି ଉପସ୍ଥାପନ କରିଛି […]

Continue Reading

ରାଜଧାନୀରେ ବଢୁଛି ଗଞ୍ଜେଇ ଚୋରା ଚାଲାଣକାରୀ, ବ୍ରାଉନ୍ ସୁଗାର ମାଫିଆଙ୍କ ରାଜ୍ !

ଭୁବନେଶ୍ୱର: ରାଜଧାନୀ ତଥା ରାଜ୍ୟର ବିଭିନ୍ନ ସହରରେ ବଢୁଛି ଗଞ୍ଜେଇ ଚୋରା ଚାଲାଣକାରୀ ଏବଂ ବ୍ରାଉନ୍ ସୁଗାର ମାଫିଆଙ୍କ ରାଜ୍ । ଏହି ପରିପ୍ରେକ୍ଷୀରେ କେତେବେଳେ ନିରୀହ ଜନତାଙ୍କ ମୁଣ୍ଡ ଗଡ଼ୁଛି ତ ଆଉ କେତେବେଳେ ଏହି ସାନୁ ଘଟଣାକୁ ବିରୋଧ କରୁଥିବା ଲୋକଙ୍କ ଉପରେ ହେଉଛି ଖୋଲା ଆକ୍ରମଣ। ରାଜ୍ୟରେ ପ୍ରତି ଦ୍ୱିତୀୟ ଦିନରେ ନିଶା କାରବାର ଜନିତ ସାମଗ୍ରୀ ଜବତ ହେବାରେ ଲାଗିଛି । ଏଥିରୁ ଜଣାପଡୁଛି ଯେ ଓଡିଶା ମାଫିଆଙ୍କ ପାଇଁ ଏକ […]

Continue Reading

୬୦ ଛାତ୍ରୀଙ୍କ ଏମଏମଏସ୍ ଭାଇରାଲ, ଆତ୍ମହତ୍ୟା ଉଦ୍ୟମ କଲେ ୮ ଛାତ୍ରୀ

ଚଣ୍ଡିଗଡ଼: ପଞ୍ଜାବର ମୋହାଲୀ ସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଅଭାବନୀୟ କାଣ୍ଡ। ଏଠାରେ ଜଣେ ଛାତ୍ରୀ ଅନ୍ୟ ଛାତ୍ରୀମାନଙ୍କର ସ୍ନାନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛି। ଯେଉଁଥିପାଇଁ ଗତକାଲି ବିଳମ୍ବିତ ରାତିରେ ଚଣ୍ଡୀଗଡ଼ ୟୁନିଭର୍ସିଟିରେ ହଙ୍ଗାମା ହୋଇଥିବା ସୂଚନା ମିଳିଛି। ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ ୟୁନିଭର୍ସିଟିର ଆଠ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେପଟେ କ୍ରୋଧରେ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ଦୁଇ ନମ୍ବର ଗେଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନେକ ଛାତ୍ର ଏଠାରେ ଏକତ୍ରିତ […]

Continue Reading