ଫିଲ୍ମ ‘୮୩’ ପାଇଁ ପ୍ରଥମ ପସନ୍ଦ ଥିଲେ ଅର୍ଜୁନ!

ମନୋରଞ୍ଜନ

ନୂଆଦିଲ୍ଲୀ: ଆଗାମୀ କ୍ରୀଡ଼ା ଚଳଚ୍ଚିତ୍ର ‘୮୩’ର ନିର୍ଦ୍ଦେଶକ କବୀର ଖାନ କହିଛନ୍ତି ଯେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ମୁଖ୍ୟ ଭୂମିକା ପାଇଁ ଅଭିନେତା ରଣବୀର ସିଂ ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ। କପିଲ ଦେବଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ କ୍ରିକେଟ୍ ଦଳ ୧୯୮୩ ମସିହାରେ ଦେଶର ପ୍ରଥମ ବିଶ୍ୱକପ ଜିତି ଇତିହାସ ରଚିଥିଲା ଏହାକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଏଥିରେ ୧୯୮୩ ବିଶ୍ବକପ୍‌ର ପ୍ରତିଟି ମୁହୂର୍ତ୍ତକୁ ଦର୍ଶକ ଆଉ ଥରେ ଅନୁଭବ କରିପାରିବେ।

ଟାଇମ୍ସ ଅଫ୍ ଇଣ୍ଡିଆ ସହ ଏକ ସାକ୍ଷାତକାର ବେଳେ କବୀର ଖାନ୍‌ଙ୍କୁ ଫିଲ୍ମ ୮୩ ପାଇଁ ଅଭିନେତା ଅର୍ଜୁନ କପୁର ପ୍ରଥମ ପସନ୍ଦ କି ନାହିଁ ସେ ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ଯେ ରଣବୀରଙ୍କ ଛଡା ଅନ୍ୟ କୌଣସି ନାମ ତାଙ୍କ ମନରେ ଆସିନଥିଲା। ସେ ଏହି ଭୂମିକା ପାଇଁ ରଣବୀରଙ୍କୁ ହିଁ ଚାହୁଁଥିଲେ।

Leave a Reply

Your email address will not be published. Required fields are marked *