୫୦ ବର୍ଷର ରେକର୍ଡ ଭାଙ୍ଗିଲା ଅଷ୍ଟ୍ରେଲିଆର ବନ୍ୟା ବିତ୍ପାତ

Top Storise ଦେଶ- ବିଦେଶ

ମେଲବର୍ଣ୍ଣ: ସପ୍ତାହକ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ପ୍ରବଳ ବର୍ଷା ହେତୁ କେତେକ ଅଞ୍ଚଳରେ ଅର୍ଦ୍ଧ ଶତାବ୍ଦୀରେ ସବୁଠାରୁ ଅଧିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଧିକାରୀମାନେ ରବିବାର ଦିନ କହିଛନ୍ତି। ଏଥିପାଇଁ ହଜାର ହଜାର ଲୋକଙ୍କୁ ଘର ଛାଡିବାକୁ ବାଧ୍ୟ କରାଯାଇଛି।

ନ୍ୟୁ ସାଉଥ ୱେଲ୍ସ ପ୍ରିମିୟର୍ ଗ୍ଲାଡିସ୍ ବେରେଜିକଲିୟାନ୍ କହିଛନ୍ତି ଯେ ୮ ମିଲିୟନ ଲୋକଙ୍କ ସହ ଅଷ୍ଟ୍ରେଲିଆର ସର୍ବାଧିକ ଜନସଂଖ୍ୟାରେ ଏହି ବନ୍ୟା ବିତ୍ପାତ ବିଶେଷ କରି ସିଡନୀର ଉତ୍ତର-ପଶ୍ଚିମ ଅଞ୍ଚଳ ପାଇଁ ଏହି ପ୍ରଳୟଙ୍କରୀ ବନ୍ୟା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି।

ବେରେଜିକଲିୟାନ୍ ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି ଯେ, ୫୦ ବର୍ଷ ମଧ୍ୟରେ ଏଭଳି ବନ୍ୟା ପରିସ୍ଥିତି ପ୍ରଥମ ଥର ପାଇଁ ଉପୁଜିଛି। ଏଥିପାଇଁ ବିଭିନ୍ନ ସହରର ପ୍ରମୁଖ ସଡ଼କ ପଥଗୁଡ଼ିକୁ ବନ୍ଦ ରଖାଯିବା ସହ ସ୍କୁଲ କଲେଜଗୁଡ଼ିକୁ ମଧ୍ୟ ବନ୍ଦ ଡାକରା ଦିଆଯାଇଛି।

Leave a Reply

Your email address will not be published. Required fields are marked *