ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଗଡିବ ରୁକୁଣା ରଥ: ଅପରାହ୍ନ ୩ଟାରୁ ଆରମ୍ଭ ହେବ ରଥ ଟଣା

ଭୁବନେଶ୍ୱର : ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଗଡିବ ରୁକୁଣା ରଥ । ଅପରାହ୍ଣ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି । ଭୋର୍‌ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହେବା ପରେ ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ହୋଇଛି । ଏହାପରେ ରୋଷହୋମ, ପାକକାର୍ଯ୍ୟ ସମ୍ପନ୍ନ ହୋଇ ଛାମୁ ପରିଷ୍କାର ହୋଇଛି । ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ […]

Continue Reading

BMCର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ଭୁବନେଶ୍ୱର : ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମସ୍ତ ଜନପ୍ରତିନିଧିଙ୍କ  ଶପଥଗ୍ରହଣ ଉତ୍ସବ ବିଏମସି କନଫରେନ୍ସ ହଲରେ ଆୟୋଜିତ ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ […]

Continue Reading

ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ : ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଳିରେ ରୁକୁଣା ରଥଯାତ୍ରା ।

ଭୁବନେଶ୍ୱର : ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ମହାଆନନ୍ଦରେ ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି ଭକ୍ତଗଣ । ଆଜି ପବିତ୍ର ଅଶୋକା ଅଷ୍ଟମୀ ଅବସରରେ ଦୀର୍ଘ ୨ ବର୍ଷ ପରେ ଭକ୍ତ ଟାଣୁଛନ୍ତି ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହୋଇଛନ୍ତି । ଯାତ ବିଧି ଓ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ହେବା ପରେ ରଥରେ ସଖି ଖଞ୍ଜା ହୋଇଥିଲେ ଓ ଘୋଡ଼ା ଯୋଚା ହୋଇଥିଲେ । […]

Continue Reading

ମରିଚି କୁଣ୍ଡ ପାଣି: ୧ଲକ୍ଷ ୭୭ହଜାର ଟଙ୍କାରେ ନିଲାମ ହେଲା ୨ କଳସ

ଭୁବନେଶ୍ୱର : ସରିଛି ରୁକୁଣା ରଥ ପ୍ରତିଷ୍ଠା। ମହାଖଳାରେ ଠିଆ ହୋଇଥିବା ରଥରେନେତ ବନ୍ଧା ହେବା ସହିତ ମରୀଚି କୁଣ୍ଡର ଜଳରେ ପ୍ରତିଷ୍ଠା କରାଯାଇଛି। ଶନିବାର ବିଧି ଅନୁସାରେ ପୂଜାର୍ଚ୍ଚନା ହେବା ପରେ ରଥରେ ସଖି, ଘୋଡା ଯୋଚା ଯାଇଛି। ପବିତ୍ର ଅଶୋକାଷ୍ଟମୀରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବେଶ ଜାକଜମକରେ କରାଯିବାର ସମସ୍ତ ପ୍ରସ୍ତୁତି ହୋଇଛି। ସେପଟେ  ଗୋଟିଏ କଳସୀ ପାଣିର ଦାମ ଏକ ଲକ୍ଷେ ଟଙ୍କାରୁ ଅଧିକ ।  ରାଜଧାନୀସ୍ଥିତ ମୁକ୍ତେଶ୍ୱର ମନ୍ଦିରର ମରିଚି […]

Continue Reading

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା‌ରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ରବିବାର କେତେକ ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି । ଏହାସହ ଯେକୌଣସି ପରିସ୍ଥିତି ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲଫ୍‌ କମିସନର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ, କେତେକ ସ୍ଥାନରେ ବଜ୍ରପାତ […]

Continue Reading

ଗିରଫ ଭୟରେ ଶାଳୀଙ୍କୁ ସୁନା ଅଳଙ୍କାର ଦେଇଦେଇଥିଲେ କୋଟିପତି ଯନ୍ତ୍ରୀ

ଭୁବନେଶ୍ବର: ଗିରଫ ହୋଇ ଜେଲ୍ ଯାଇଥିବା ଭଞ୍ଜନଗରର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀଙ୍କ ଘରୁ ଆଜି ସକାଳେ ୧.୪୧ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଏକ କୁଡ଼ିଆରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରିଥିବା ଜଣାଯାଇଛି। ଏହାଛଡ଼ା ସେଠାରୁ ୩୫୪ ଗ୍ରାମର ସୁନା […]

Continue Reading

କୃଷି ବିଜ୍ଞାନ ପାଠ୍ୟକ୍ରମ : ଏକ ବୃହତ୍ତର ସୁଯୋଗ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ଶିକ୍ଷା ମଣିଷ ଜୀବନର ଏକ ସ୍ୱତନ୍ତ୍ର ଅନୁଭବ ଯାହା ମୁକ୍ତି ପ୍ରଦାନ କରେ । ଯିଏ ସାରସ୍ୱତ ଜ୍ଞାନର ବିକାଶ କରେ । ଚାକିରୀ ଜୀବନର ସବୁଠୁ ବଡ ଆଶା – ଏହାକୁ ଅସ୍ୱୀକାର କରାଯାଇନପାରେ । ଟଙ୍କା ହିଁ ମୋହ ସର୍ବସ୍ୱ ଦୁନିଆର ବ୍ରହ୍ମାସ୍ତ୍ର । ଲୋଭରେ ଲୋଭାନ୍ୱିତ ଆଜିର ଯୁବପିଢ଼ି କେବଳ ଦୁଇ ତିନିଟା ଚାକିରୀ ପଛରେ ଆଜି ମରିଚିକା ପରି ଦୃଶ୍ୟମାନ […]

Continue Reading

ବନ୍ଧ ଉପରେ ଝାଟିମାଟି କୁଡ଼ିଆ ଘରେ ଦୁର୍ବିସହ ଜୀବନ

ନୂଆପଡ଼ା : ଦୁର୍ବିସହ ହୋଇପଡ଼ିଛି ଜୀବନ। ଗୋଟିଏ କି ଦୁଇଟି ନୁହେଁ ସମସ୍ୟା ଏଠି ଅନେକ। ଏହିଭଳି କିଛି ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ଖଡ଼ିଆଳ ୧୨ନମ୍ବର ୱାର୍ଡ ଗୋଡେଲବନ୍ଧ ପଡ଼ାରେ। ୫୦ରୁ ଅଧିକ ପରିବାର ଏହି ବନ୍ଧ ଉପରେ ଝାଟିମାଟି କୁଡ଼ିଆ କରି ରହିଛନ୍ତି । ମରୁଡ଼ି ସମୟରେ ଜୀବନ ବଞ୍ଚାଇବାକୁ ଏହି ସ୍ଥାନରେ ପରିବାର ସହ ଆଶ୍ରୟ ନେଇଥିଲେ। ହେଲେ ଏବେ ସମାସ୍ତ ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି। ହେଲେ ଏବେ ବି କୌଣସି ପ୍ରକାର ସୁବିଧା […]

Continue Reading

ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା : ପୂର୍ବାଞ୍ଚଳ IGଙ୍କୁ ରିପୋର୍ଟ ମାଗିଲେ OHRC

ଭୁବନେଶ୍ୱର: ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା । ନିଜ ଆଡୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି । ସାମ୍ବାଦିକଙ୍କ ଗୋଡରେ ହ୍ୟାଣ୍ଡକପ୍ ପକାଇବା ମାନବାଧିକାରର ଉଲ୍ଲଂଘନ । ପୂର୍ବାଞ୍ଚଳ ଆଇଜିଙ୍କୁ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ୧୫ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟାବସ୍ଥା ନେଇ ରିପୋର୍ଟ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । […]

Continue Reading

ଦିଲ୍ଲୀରେ ସାମ୍ବାଦିକଙ୍କ ବେଡ଼ି ମାମଲା: କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିଲା ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ

ଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିଲାଣି ନୀଳଗିରିରେ ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଯିବା ମାମଲା । ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏହି ଘଟଣା ନେଇ ଗଭୀର ଉଦବେଗ୍ ପ୍ରକାଶ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି । ସାମ୍ବାଦିକଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଡା ନିନ୍ଦା କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛି । ଏଡିଟର୍ସ ଗିଲ୍ଡ ହେଉଛି, ଜାତୀୟ ସ୍ତରରେ ସାମ୍ବାଦିକଙ୍କ ସୁରକ୍ଷା ଓ […]

Continue Reading