ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ : ଶ୍ରୀଲଙ୍କା ବିପକ୍ଷରେ ଭାରତର ବୃହତ ବିଜୟ

ମୋହାଲୀ: ରବୀନ୍ଦ୍ର ଜାଡେଜାଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କାକୁ ଏକ ଇନିଂସ ଓ ୨୨୨ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା ଦ୍ୱିତୀୟ ସର୍ବ ବୃହତ ବିଜୟ । ଏଥିସହ ଭାରତ ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଜାଡେଜାଙ୍କ ଅପରାଜିତ ୧୭୫ ଏବଂ ରିଷଭ ପନ୍ତଙ୍କ ୯୬ […]

Continue Reading

ମହିଳା ବିଶ୍ୱକପ କ୍ରିକେଟ: ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

ମାଂଉଟ ମନନୁଗେଇ: ମହିଳା ବିଶ୍ୱକପ କ୍ରିକେଟରେ ଭାରତ ୧୦୭ ରନରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ବିନିମୟରେ ୨୪୪ ରନ କରିଥିଲା । ସ୍ନେହା ରାଣା ୫୩ ଓ ପୂଜା ବସ୍ତ୍ରକାର ୬୭ ରନର ଚମତ୍କାର ଇନିଂସ ଖେଳିଥିଲେ । ସ୍ମୃତି ମାନ୍ଧନା ମଧ୍ୟ ଦ୍ରୁତ ୫୨ ରନର ଯୋଗଦାନ ଦେଇଥିଲେ । ଜବାବରେ ପାକିସ୍ତାନ ୪୩ ଓଭରରେ ୧୩୭ ରନ […]

Continue Reading

କାନପୁର ଏୟାରପୋର୍ଟରେ ଟଳିଲା ବଡ଼ ଦୁର୍ଘଟଣା

କାନପୁର: କାନପୁର ଚକେରୀ ଏୟାରପୋର୍ଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ସୂଚନା ଅନୁସାରେ, ଚେନ୍ନାଇରୁ କାନପୁର ପହଞ୍ଚିଥିବା କୋଷ୍ଟଗାର୍ଡର ଡର୍ନିଅର୍ ବିମାନ ଅବତରଣ କରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନ ଅବତରଣ ସମୟରେ ଏହାର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହି କାରଣରୁ ବିମାନ ଅବତରଣ କରିବା ପରେ ମଧ୍ୟ ଅଟକି ନଥିଲା ଏବଂ ରନୱେରୁ ଚାଲିଗଲା । ରନୱେରେ ଦୀର୍ଘ ସମୟ ଚାଲିବା ପରେ ବିମାନଟି କିଛି ପିଲର ସହ […]

Continue Reading

ମାନସିକ ଚିନ୍ତାରୁ ସାଥୀ ଯବାନଙ୍କୁ ଗୁଳି ମାଡ଼, ପରେ ନିଜେ ନିଜକୁ ଗୁଳି କଲେ

ଅମୃତସର: ପଞ୍ଜାବ ଅମୃତସରରେ ଥିବା ବିଏସଏଫ ମୁଖ୍ୟାଳୟରେ ଯବାନଙ୍କ ଗୁଳିମାଡ଼ ଘଟଣା । ସାଥୀ ଯବାନଙ୍କୁ ଗୁଳି ମାରିବା ପରେ ନିଜେ ନିଜକୁ ଗୁଳି କରି ମୃତ ହେଲେ କଟପା । କଟପା ନାମକ ଯବାନ ଜଣକ ବହୁ ସମୟ ଧରି ମାନସିକ ଚିନ୍ତାରେ ରହି ଆସୁଥିଲେ ବୋଲି ଜଣା ପଡ଼ିଥିଛି । ଏଥିପାଇଁ ଅଧିକ ତଦ୍ତ ଜାରି ରହିଛି । ସୂଚନା ଥାଉକି, ଆଜି ପଞ୍ଜାବ ଅମୃତସର ଖାସାରେ ଅଭାବନୀୟ ଘଟଣା ଘଟିଥିଲା । ଗୁଳିକାଣ୍ଡ ଘଟି […]

Continue Reading

ନରାଜରେ ପୁଣି ଫସିଲେ ହାତୀ, ଉଦ୍ଧାର ପାଇଁ ବନ ବିଭାଗର ତତ୍ପରତା

କଟକ: ପୁଣି ଆଜି ନରାଜ ବ୍ୟାରେଜରେ ଫସିଲେ ଦାତୀ । କଟକ ନରାଜ ବ୍ୟାରେଜ ନିକଟରେ ୨ଟି ହାତୀ ପାଣି ପିଇବାକୁ ଆସି ଫସି ରହିଥିବା ଖବର ରହିଛି । ବନ ବିଭାଗ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ହତୀମାନଙ୍କୁ ଜଗି ରହିଛି । ଖବର ଅନୁସାରେ, ରବିବାର ଅପରାହ୍ନ ସମୟରେ ୨ଟି ହାତୀ ନରାଜ ନିକଟରେ ଫସି ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ […]

Continue Reading

ଭାରତ ଆକାଶରେ ଉଡିଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ଗୁଇନ୍ଦା ବିଭାଗ

ନୂଆଦିଲ୍ଳୀ: ପୁଣି ଭାରତ ଆକାଶରେ ଦୃଶ୍ୟମାନ ହେଲା ପାକିସ୍ତାନ ଡ୍ରୋନ । ଜମ୍ମୁର ଅର୍ନିଆ ଅଞ୍ଚଳର ଅନ୍ତର୍ଜାତୀୟ ସୀମା ନିକଟରେ ଏକ ସନ୍ଦିଗ୍ଧ ପାକିସ୍ତାନ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ସୀମା ସୁରକ୍ଷା ବଳ ଉକ୍ତ ଡ୍ରୋନକୁ ଗୁଳିମାଡ କରାଯାଇଥିଲା । ସେନା ଅଧିକାରୀ କହିଛନ୍ତି ଯେ ଅର୍ନିଆର ଆନ୍ତର୍ଜାତୀୟ ସୀମା ଭାରତୀୟ ଅଞ୍ଚଳ ୧୫୦ ମିଟର ଭିତରେ ତଥା BOP ପିଣ୍ଡି ନିକଟରେ ପାକିସ୍ତାନର ଏକ ସନ୍ଦିଗ୍ଧ ସିସିଟିଭି ଡ୍ରୋନ ଦେଖିବାକୁ ମିଳିଥିଲା। ଡ୍ରୋନ […]

Continue Reading

ବିଜେପିରୁ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ହେଲେ ଡକ୍ଟର ସୁନୀତି ମୁଣ୍ଡ୍

ଭୁବନେଶ୍ୱର : ବିଜେପି ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନା ଘୋଷଣା କରିଛି । ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ୍ । ଡକ୍ଟର ସୁନୀତି ମୁଣ୍ଡଙ୍କୁ ବିଜେପି ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ  । ସାମ୍ବାଦିକରୁ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ସୁନୀତି ମୁଣ୍ଡ୍ । ମୁଁ ସାହିତ୍ୟ ସହିତ ଭଲ ଭାବେ ଜଡିତ ତେଣୁ ସମ୍ବେଦନଶୀଳତାକୁ ଭଲ […]

Continue Reading

ବଜ୍ରକାପ୍ତା ଡିଲ୍ କରିବା ପଡିଲା ମହଙ୍ଗା , ବିଜେପି ନେତା ଗିରଫ

ମୟୁରଭଞ୍ଜ : ବଜ୍ରକାପ୍ତା ଡିଲ୍ କରିବା ପଡିଲା ମହଙ୍ଗା । ବଜ୍ରକାପ୍ତା ଡିଲ୍ ବେଳେ ଧରାପଡିଲେ ଜେଏମଏମର ପୂର୍ବତନ ବିଧାୟକ ପ୍ରାର୍ଥୀ ବର୍ତ୍ତାମାନର ବିଜେପି ନେତା ଦିଲ୍ଲୀର ନାୟକ ।ଦେବଗଡ ବାରକୋଟା ଥାନା ଝୁମ୍ପୁରା ଜଙ୍ଗଲ ନିକଟରୁ ବଜ୍ରକାପ୍ତା ବିକ୍ରି ପାଇଁ ୧୫ ଲକ୍ଷ ଟଙ୍କା ଡିଲ୍ ବେଳେ ଦିଲ୍ଲୀପ ନାଏକଙ୍କୁ ଧରିଥିଲା ପୋଲିସ । ଦିଲ୍ଲୀପଙ୍କ ନିକଟରୁ ୭ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କରିଛ ପୋଲିସ ।ବିଜେପି ନେତାଙ୍କୁ ଏନେଇ ପଚରା ଉଚରା ଜାରି […]

Continue Reading

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢିଙ୍କିଆରେ ପୁଣି ଜନଶୁଣାଣି, ପୁଲିସ-ଗାଁ ଲୋକେ ମୁହାଁମୁହିଁ

ଜଗତସିଂହପୁର : ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢିଙ୍କିଆରେ ପୁଣି ଜନଶୁଣାଣି ।  ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଆଜି ଢ଼ିଙ୍କିଆରେ ୨ୟ ଥର ଆରମ୍ଭ ହୋଇଛି ଜନ ଶୁଣାଣି । ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଜନ ଶୁଣାଣିରେ ଢ଼ିଙ୍କିଆ ପଂଚାୟତର  ଢ଼ିଙ୍କିଆ, ଗୋବିନ୍ଦପୁର, ମାହାଳ ଓ ପାଟଣା ଆଦି ଗ୍ରାମବାସୀଙ୍କ ସମେତ ଜଗତସିଂହପୁର ଜିଲ୍ଲାପାଳ ,ଏସ୍‌ପି ଓ ହାଇକୋର୍ଟଙ୍କ ଦ୍ଵାରା ଚୟନ କରାଯାଇଥିବା ପ୍ରତିନିଧି ମାନେ ଉପସ୍ଥିତ ରହିଛନ୍ତି । ପ୍ରକଳ୍ପକୁ ବିରୋଧ […]

Continue Reading

କଟକ ବଡ ମେଡିକାଲ ପରିସରରେ ଅଗ୍ନିକାଣ୍ଡ , ହୁତୁ ହୁତୁ ହୋଇ ଜଳିଲା ଟ୍ରାନ୍ସଫରମର

କଟକ : କଟକ ବଡ ମେଡିକାଲ ପରିସରରେ ଅଗ୍ନିକାଣ୍ଡ । ମେଡିକାଲ ପରିସରରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ୍ ସମ୍ମୁଖରେ ଏକ ଇଲେକ୍ଟ୍ରି ଟ୍ରାନ୍ସଫରମରରେ ହଠାତ୍ ନିଆଁ ଲାଗି ଯାଇଥିଲା । ଟ୍ରାନ୍ସଫର୍ମରଟି ହଠାତ୍ ହୁତୁ ହୁତ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକ ଆତଙ୍କିତ ହୋଇଯାଇଥିଲେ । ପରେ ଖବର ପାଇ ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ବିଦ୍ୟୁତ ବିଭାଗର ଅବହେଳା […]

Continue Reading