ବ୍ରିଟେନର ଟିକା ବ୍ଲୁ ପ୍ରିଣ୍ଟ ଚୋରି କରି କରୋନା ଟିକା ତିଆରି କରିଛି ରୁଷ୍‌!

ନୂଆଦିଲ୍ଲୀ: ରୁଷିଆ ତାଙ୍କ ଗୁପ୍ତଚରମାନଙ୍କଠାରୁ ବ୍ରିଟେନ୍ ଦ୍ୱାରା ନିର୍ମିତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟୀକାର ବ୍ଲୁ ପ୍ରିଣ୍ଟ ଚୋରି କରିଛି ଏବଂ ଏହା ସାହାଯ୍ୟରେ ପ୍ରଥମ କୋଭିଡ୍ ଟିକା ତିଆରି କରିଥିବା ଅଭିଯୋଗ ହୋଇଛି। ସୁରକ୍ଷା ଏଜେନ୍ସି ବ୍ରିଟେନର ମନ୍ତ୍ରୀମାନଙ୍କୁ ଏହା ଜଣାଇଛନ୍ତି ଏବଂ କହିଛନ୍ତି ଯେ କ୍ରେମଲିନ୍ ଗୁପ୍ତଚର ଏଜେଣ୍ଟମାନେ କୋଭିଡ ଟିକା ଯୋଜନା ଚୋରି କରିଛନ୍ତି ଏବଂ ଏହା ପରେ ନିଜ ଟିକା ତିଆରିରେ ଏହାକୁ ବ୍ୟବହାର କରିଛନ୍ତି। ଦ ସନ୍‌ ର ରିପୋର୍ଟ ଅନୁଯାୟୀ, […]

Continue Reading

ଚତୁର୍ଥ ଶ୍ରେଣୀ ବିଜ୍ଞାନ ବହିରେ ଗୁରୁତର ତୃଟି ,ବଜ୍ରକାପ୍ତାକୁ ନେଇ ବଢୁଛି ବିବାଦ

ଭୁବନେଶ୍ୱର : ଚତୁର୍ଥ ଶ୍ରେଣୀ ବିଜ୍ଞାନ ବହିରେ ଗୁରୁତର ତୃଟି ଦେଖିବାକୁ ମିଳିଛି । ବଜ୍ରକାପ୍ତା କାତିର ଵ୍ୟଵହାରକୁ ପ୍ରୋତ୍ସାହନ ଦିଆଯାଇଛି । ସାରା ପୃଥିବୀରେ ଜୀବନ୍ତ ବଜ୍ରକାପ୍ତା ଓ ଏହାର କାତି ର ଚୋରା ଚାଲାଣ ରୋକିବା ପାଇଁ କଡାକଡି ଭାବରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଭାରତରେ ମଧ୍ୟ ବଜ୍ରକାପ୍ତା କୁ ଭାରତୀୟ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ସବୁଠାରୁ ଅଧିକ ସୁରକ୍ଷା ମଧ୍ୟ ଦିଆଯାଇଛି । ହେଲେ ଚତୁର୍ଥ ଶ୍ରେଣୀ ବିଜ୍ଞାନ […]

Continue Reading

ସିଅର କାର୍ଯ୍ୟାଳୟରେ ଇ-ଶ୍ରମ କାର୍ଡ଼ ବଣ୍ଟନ

ରାଉରକେଲା: ସୁନ୍ଦରଗଡ଼ ଅଟୋ ୱାର୍କରସ ଆସୋସିଏସନ ପକ୍ଷରୁ ସେକ୍ଟର-୭ରେ ଥିବା ସିଅର କାର୍ଯ୍ୟାଳୟରେ ଭାରତ ସରକାରଙ୍କ ଦ୍ୱାରା ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବା ପାଇଁ ହୋଇଥିବା ଇ-ଶ୍ରମ କାର୍ଡ଼ ବଣ୍ଟନ କରାଯାଇଥିଲା। ସିଅରର ସାଧାରଣ ସମ୍ପାଦକ ବୈଦ୍ୟନାଥ ଦାସ ମୁଖ୍ୟଅତିଥିଭାବେ ଯୋଗଦେଇ ଇ-ଶ୍ରମ କାର୍ଡ଼ର ଗୁରୁତ୍ୱ ଓ ଏହାର ସଦୂପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ବାସୁ ବାନାର୍ଜୀଙ୍କ ସଂଯୋଜନାରେ ଅନ୍ୟ ଅତିଥିଙ୍କ ମଧ୍ୟରେ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ଗଦାଧର ସାହୁ, ସଙ୍ଗଠନ […]

Continue Reading

କଟକ ମହାନଦୀ ବିହାରରେ ଉଦଘାଟିତ ହେଲା ରୁଚି-ଫ୍ରୋଜିଟର ଫୁଡ଼୍ ଆଉଟଲେଟ୍

କଟକ: କଟକ ମହାନଦୀ ବିହାର ଜଷ୍ଟିସ୍ ଛକ ନିକଟରେ ଉଦଘାଟିତ ହେଲା ରୁଚି ଫ୍ରୋଜିଟର ନୂତନ ତଥା ରୁଚିର ସର୍ବବୃହତ ଫୁଡ଼୍ ଆଉଟଲେଟ୍। ଓଡ଼ିଶାର ଅଗ୍ରଣୀ ମସଲା ଏବଂ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ଼୍ ଲାଇନ୍ ଟିଭି ଦ୍ୱାରା ଏହା ପରିଚାଳିତ। ଏହାକୁ ଉଦଘାଟନ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ଓ ଯୁବ ଅଭିନେତା ଶୁଭାଶିଷ ଶର୍ମା। ସମ୍ମାନିତ ଅତିଥିଭାବେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ.ଶରତ କୁମାର ସାହୁ, ନିର୍ଦ୍ଦେଶିକା […]

Continue Reading

ଜାଗୃତିଙ୍କ ଫୋଟୋ ପୋଷ୍ଟ କରି ଟ୍ରୋଲ୍ ହେଲେ ଅନୁଭବ

ଭୁବନେଶ୍ବର: ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏବେ ଚର୍ଚ୍ଚାରେ ଅନୁଭବ । ଦୀର୍ଘ ଦିନ ପରେ ଅନୁଭବ ପୁଣି ଥରେ ବାନ୍ଧବୀ ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି । ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଛାଡିଥିବା ଏହି ଫଟୋରେ ଅନୁଭବ ଓ ଜାଗୃତି ଏକାଠି ବସି ଖାଉଥିବାର ଦେଖିବାକୁ ମିଳିଛି । ଏହି […]

Continue Reading

ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ୮ ଓଡ଼ିଆ ଶ୍ରମିକ

ନବରଙ୍ଗପୁର : ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ୮ ଓଡ଼ିଆ ଶ୍ରମିକ । ରୋଜଗାର ଆଶାରେ ତେଲେଙ୍ଗାନାକୁ ଯାଇଥିବା ଏହି ଶ୍ରମିକଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ଲିଲ୍ଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଓ ଉମରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରୁ ଯାଇଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ୧୧ଜଣ ଶ୍ରମିକ ମାଲକାନଗିରି ଜିଲ୍ଲାର ଛୋଟୁ ମଣ୍ଡଳ ନାମକ ଜଣେ ଦଲାଲଙ୍କ ସହ ତେଲେଙ୍ଗାନାକୁ କାମ ପାଇଁ ଯାଇଥିଲେ । ସେଠାରେ ହିମାଏତ […]

Continue Reading

ଆସନ୍ତାକାଲିଠୁ ଟ୍ବିନ୍ ସିଟିରେ ରାତି ୮ରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର : ଆସନ୍ତାକାଲି ପୂଜା ମଣ୍ଡପରେ ଅନୁଷ୍ଠିତ ହେବ ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା । ସଂଧ୍ୟାରେ ବିଲ୍ବ ବରଣୀ କରାଯାଇ ମା’ଙ୍କ ଆବାହନ କରାଯିବ । ମା’ଙ୍କ ପୂଜାକୁ ଦୃଷ୍ଟିରେ ରଖି କଟକର ପୂଜା ମଣ୍ଡପ ଗୁଡିକରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମୂର୍ତ୍ତିର ରଙ୍ଗ କାମ ସିରିଥିବା ବେଳେ, ମା’ଙ୍କୁ ବସ୍ତ୍ର ଓ ଆଭୂଷଣରେ ଭୂଷିତ କରାଯାଉଛି । କରୋନା କଟକଣା ଅନୁଯାୟୀ ପୂଜା ପାଇବେ ମା’ । ମଣ୍ଡପରେ ମା’ଙ୍କ ଦର୍ଶନ […]

Continue Reading

ବାତିଲ ହେଲା ୟୁଜିସି ଏନଇଟି, ଘୋଷଣା ହେବ ସାନି ତାରିଖ

ନୂଆଦିଲ୍ଲୀ : ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ବା ୟୁଜିସି ଏନଇଟିକୁ ପୁଣି ବାତିଲ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ । ଆସନ୍ତା ଅକ୍ଟୋବର ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲା । ତେବେ ପୁନର୍ବାର ପରୀକ୍ଷା ନେଇ ତାରିଖ ୟୁଜିସିର ଓ୍ବେବସାଇଟ ugcnet.nta.nic.inରେ ପ୍ରକାଶ ପାଇବ ବୋଲି କୁହାଯାଇଛି । ଆସନ୍ତା ଅକ୍ଟୋବର ୨୦ରୁ ଏହି ପରୀକ୍ଷା କରାଯାଇପାରେ । ଅକ୍ଟୋବର ୧୭ରୁ ୨୫ ମଧ୍ୟରେ […]

Continue Reading

ଆତଙ୍କୀ ଲିଙ୍କ ଅଭିଯୋଗରେ ଜାମ୍ମୁ-କାଶ୍ମୀରର ୧୬ଟି ସ୍ଥାନରେ ଏନଆଇଏର ରେଡ୍

ଜାମ୍ମୁ : ଆତଙ୍କୀ କାର୍ଯ୍ୟକଳାପ ସନ୍ଦେହରେ ଏନଆଇଏ କରିଛି ଚଢ଼ାଉ । ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ, ଜାମ୍ମୁ-କାଶ୍ମୀରର ୧୬ଟି ସ୍ଥାନରେ ଚଢ଼ାଉ କରିଛି ଏନଆଇଏ । ଶ୍ରୀନଗର, ବାରମୂଳା, ଅନନ୍ତନାଗ, କୁଲଗାମର ବିଭିନ୍ନ ଅଞ୍ଚଳରେ ଚଢ଼ାଉକୁ ବ୍ୟାପକ କରାଯାଇଛି । ଦୁଇଟି ଆତଙ୍କୀ ହମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ ଏହି ଚଢ଼ାଉ କରିଛି ଏନଆଇଏ । ସିଆରପିଏଫ ଯବାନଙ୍କ ସହାୟତାରେ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି ଏନଆଇଏ । ଗତ କିଛି […]

Continue Reading

ଘନଉଛି କୋଇଲା ସଙ୍କଟ, ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିୁଜଳି ସଙ୍କଟ । କୋଇଲା ସଙ୍କଟ ଦେଖା ଦେଇଥିବା ବେଳେ ଯଦି ଶୀଘ୍ର ଆବଶ୍ୟକତା ଅନୁସାରେ କୋଇଲା ଯୋଗାଣ ନହୁଏ, ତା’ହେଲେ ଦୁଇ ଦିନ ପରେ ପୂରା ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟ ଏବେ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ରାଜ୍ୟ ଗୁଡିକରେ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କିଛି ଦିନ […]

Continue Reading