ଆସନ୍ତା ଦିନରେ ଅଧିକ ସଂକ୍ରମିତ ହୋଇପାରନ୍ତି ଶିଶୁ ଓ କିଶୋର

ନୂଆଦିଲ୍ଲୀ : କୋଭିଡ ନେଇ ପୁଣି ଆସିଲା ଚିନ୍ତାଜନକ ତଥ୍ୟ । ସାଧାରଣ ଥଣ୍ଡାର କାରଣ ପାଲଟୁଥିବା କିଛି କରୋନା ଭାଇରସ ପରି କୋଭିଡ 19 ନିଜର ଧାରା ବଦଳାଇବ । ଆସନ୍ତା ଦିନରେ ବିଶେଷ କରି ଶିଶୁ ଓ କିଶୋରଙ୍କୁ ସଂକ୍ରମିତ କରିବ । ଟିକା ନେଇ ନଥିବା କିମ୍ବା ଭାଇରସ ସଂସ୍ପର୍ଶରେ ଆସିଥିବା ଶିଶୁ ଓ କିଶୋରମାନଙ୍କ ଲାଗି ଏହା କ୍ଷତିକାରକ ହେବ ବୋଲି ଗବେଷଣାରୁ ଜଣାପଡିଛି । ଆସନ୍ତା ବର୍ଷରେ ଏହି ସମସ୍ୟା […]

Continue Reading

କାନ୍ଦାହାରକୁ କବଜା କଲେ ତାଲିବାନୀ ଆତଙ୍କବାଦୀ

ଆଫଗାନିସ୍ତାନ : ଆପଗାନିସ୍ତାନରେ ଜଟିଳ ରୂପ ନେଉଛି ସ୍ଥିତି । ଆତଙ୍କୀଙ୍କ କବଳକୁ ଯାଉଛି ପୂରା ଆଫଗାନିସ୍ତାନ । ଖୁବଶୀଘ୍ର କାବୁଲକୁ କବ୍‌ଜା କରିପାରେ ତାଲିବାନ୍ । ଦେଶର ଅନ୍ୟତମ ବଡ଼ ସହର ହେରାତକୁ ନିଜ ଅକ୍ତିଆରକୁ ନେଇସାରିଥିବା ବେଳେ, ଆଫଗାନିସ୍ତାନର ଦ୍ବିତୀୟ ବୃହତ୍ତମ ସହର କାନ୍ଦାହାରକୁ କବ୍‌ଜା କରିଛନ୍ତି ତାଲିବାନୀ । ଆତଙ୍କବାଦୀମାନେ ସହରର ସହିଦ ମଇଦାନରେ ପହଞ୍ଚି ସାରିଛନ୍ତି । କାନ୍ଦାହାର ସହର ପରେ ତାଲିବାନର ବଡ଼ ଟାର୍ଗେଟ ହେଉଛି କାବୁଲ । ସେପଟେ […]

Continue Reading

ପୀଡିତାଙ୍କୁ ମିଳିଲା ନ୍ୟାୟ, ଜେଲରେ ବିବାହ ଉତ୍ସବ

କଟକ : ଶେଷରେ ପୀଡିତାଙ୍କୁ ମିଳିଛି ନ୍ୟାୟ । ବିବାହ କରିଛନ୍ତି ପ୍ରତାରଣାର ଶିକାର ପୀଡିତା । କଟକ ଚୌଦ୍ୱାର ସର୍କଲ ଜେଲରେ ହୋଇଛି ଏହି ବିବାହ ଉତ୍ସବ। ବିବାହ କରି ଅଭିଯୁକ୍ତ ଏବଂ ପୀଡିତାରୁ ପାଲଟିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ। ସାଲେପୁର ଅଞ୍ଚଳର ଯୁବକ ଜଣକ ନିଶ୍ଚିନ୍ତ କୋଇଲିର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ପରେ ଯୁବକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଉ […]

Continue Reading

ମାରାତ୍ମକ ଲାମ୍ବଡା ଭ୍ୟାରିଆଣ୍ଟ ବିରୋଧରେ ଫେଲ୍ ମାରୁଛି ଟିକା

ନୂଆଦିଲ୍ଲୀ : ମାରାତ୍ମକ ହେବ ଲାମ୍ବଡା ଭ୍ୟାରିଆଣ୍ଟ । ଏହା ବିରୋଧରେ ଫେଲ ମାରୁଛି ଟିକା । ଦେଶରେ ଡେଲଟା ପ୍ଲସକୁ ନେଇ ଗମ୍ଭୀର ସ୍ଥିତି ଜାରି ରହିଥିବା ବେଳେ, ଲାମ୍ବଡା ଭ୍ୟାରିଆଣ୍ଟକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ । ଆମେରିକା ସମେତ ଅନ୍ୟ କେତେକ ଦେଶରେ ଲାମ୍ବଡା ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ଏହି ଭ୍ୟାରିଆଣ୍ଟ ବିରୋଧରେ ଟିକା କାମ କରୁନଥିବା ଏକ ଗବେଷଣାରୁ ଜଣାପଡ଼ିଛି । ନିକଟରେ ଜାପାନରେ କରାଯାଇଥିବା ଏକ ଗବେଷଣାରୁ […]

Continue Reading

ଉଦଘାଟିତ ହଲା ଷ୍ଟେଟ୍ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ

ଭୁବନେଶ୍ବର : ଉଦଘାଟିତ ହୋଇଛି ଷ୍ଟେଟ୍ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ । ପୋଲିସ ଡିଜି ଅଭୟ ଏହି ନୂଆ ବିଲ୍ଡିଂକୁ ଉଦଘାଟନ କରିଛନ୍ତି । ଏଣିକି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ପୋଲିସ ଡିଜି । ତଦନ୍ତ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟ କରିବ । ଏହାସହ ବିଭିନ୍ନ ଟେଷ୍ଟ କରିବା ପାଇଁ ଏଣିକି ରାଜ୍ୟ ବାହାରକୁ ଯିବାକୁ ପଡିବନି । ଏହି ନୂଆ କୋଠାକୁ ସ୍ଥାନାନ୍ତର ହୋଇଛି […]

Continue Reading

କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରତ୍ୟାହାର ନ କଲେ ବଢ଼ି ଚାଲିଥିବ ଦରଦାମ

ଭୁବନେଶ୍ବର : ଦିନକୁ ଦିନ ବଢ଼ି ଚାଲିଛି ଦରଦାମ । ବର୍ଦ୍ଧିତ ଦରଦାମକୁ ନେଇ ଲୋକେ ଅତିଷ୍ଠ ହୋଇପଡିଲେଣି । ତେଣୁ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରତ୍ୟାହାର ନ କଲେ ଏମିତି ବଢ଼ି ଚାଲିଥିବ ଦରଦାମ । ଯେପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ଉପରୁ ସଂଶୋଧିତ ନୂଆ ଆଇନ ଓ ନୂତନ କୃଷି ନୀତିକୁ ପ୍ରତ୍ୟାହାର କରାନଯାଇଛି, ସେପର୍ଯ୍ୟନ୍ତ ଦରଦାମ ବଢ଼ି ଚାଲିଯିବ । ଅନ୍ତର୍ଜାତୀୟ ବଜାରରେ ବି ଦାମ ବଢ଼ିବା ଯୋଗୁଁ ବଜାର ପ୍ରଭାବିତ […]

Continue Reading

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ବର : ମହାମାରୀ କରୋନାରେ ସୁଧାର ଆସୁଥିବା ବେଳେ, ଆଗକୁ ଆସୁଛି ସମ୍ଭାବ୍ୟ ତୃତୀୟ ଲହରୀ । ତେଣୁ ଏହାର ମୁକାବିଲା ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ରାଜ୍ୟ ସରକାର । ଏହା ପୂର୍ବରୁ ଶିଶୁଙ୍କ ପାଇଁ ୬୦୦ ବେଡ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାଠାରୁ ଯଥେଷ୍ଟ ଆଗରେ ରହିଛି ଓଡ଼ିଶା । ୬୦୦ ନୁହେଁ, ରାଜ୍ୟ ସରକାର ୩୦୦୦ ବେଡ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଯେଉଁଥିରେ ୨୦୦ରୁ ୨୫୦ […]

Continue Reading

ଗ୍ରାମାଞ୍ଚଳରେ ଜୋରଦାର ହେବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ତେଣୁ ଏବେ ଗ୍ରାମାଞ୍ଚଳରେ ଜୋରଦାର ହେବ ଟିକାକରଣ । ଗାଁ ଗାଁରେ ଅଧିକ ଟିକାକରଣ ଉପରେ ଫୋକସ୍ କରୁଛନ୍ତି ରାଜ୍ୟ ସରକାର । ମୋବାଇଲ ଭ୍ୟାନ ଜରିଆରେ ଗ୍ରାମାଞ୍ଚଳରେ ହେବ ଟିକାକରଣ । ଆବଶ୍ୟକ ପଡ଼ିଲେ ଗ୍ରାମାଞ୍ଚଳରେ ଅଧିକ ଟିକା କେନ୍ଦ୍ର ଖୋଲିଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ଦୈନିକ ସାଢ଼େ […]

Continue Reading

ଭାରତ ବିପକ୍ଷ ସିରିଜ ଆୟୋଜନ କରି ଶ୍ରୀଲଙ୍କା ଲାଭ ପାଇଛି ୧୦୭ କୋଟି !

କଲମ୍ବୋ: ଭାରତ ବିପକ୍ଷ କ୍ରିକେଟ ସିରିଜ ଆୟୋଜନ କରି ଶ୍ରୀଲଙ୍କା ବୋର୍ଡ ୧୪.୫ ନିୟୁତ ଡଲାର (୧୦୭ କୋଟି ଟଙ୍କା) ଲାଭ କରିଛି । କରୋନା ମହାମାରୀ ସତ୍ୱେ ଏହି ଦ୍ୱିପାକ୍ଷିକ ସିରିଜ ଆୟୋଜନ ହୋଇଥିଲା । ଉଭୟ ଦେଶ ମଧ୍ୟରେ ୩ଟି ଦିନିକିଆ ଓ ୩ଟି ଟି୨୦ କ୍ରିକେଟ ମ୍ୟାଚ ଆୟୋଜିତ ହୋଇଥିଲା । ଏସଏଲସି ସମ୍ପାଦକ ମୋହନ ଡି ସିଲଭା ଏହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଟିମ୍ ଇଣ୍ଡିଆ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା […]

Continue Reading

ଇଣ୍ଡୋନେସିଆ ସେନାରୁ ହଟିଲା ବିବାଦୀୟ କୁମାରୀତ୍ୱ ଯାଂଚ ପ୍ରକ୍ରିୟା

ଜାକର୍ତା: ବିଭିନ୍ନ ମହଲରେ ବିରୋଧ ହେବା ପରେ ଶେଷରେ ଇଣ୍ଡୋନେସିଆ ବିବାଦୀୟ କୁମାରୀତ୍ୱ ଯାଂଚ ପ୍ରକ୍ରିୟାକୁ ହଟେଇ ଦେଇଛି । ଇଣ୍ଡୋନେସିଆ ସେନାରେ ମହିଳାମାନେ ଯୋଗ ଦେବା ପୂର୍ବରୁ ସେମାନଙ୍କ କୁମାରୀତ୍ୱ ପରୀକ୍ଷା କରାଯାଉଥିଲା । ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି ବୋଲି ସେନାମୁଖ୍ୟ ଏଣ୍ଡିକା ପରକେସା ସ୍ପଷ୍ଟ କରିଛନ୍ତି । ଆନ୍ତର୍ଜାତୀୟ ସ୍ତରରେ ବିରୋଧ ହେବା ପରେ ହ୍ୟୁମାନ ରାଇଟ ୱାଚରେ ଏହାକୁ ତଦନ୍ତ କରାଯାଇଥିଲା । ଏହା ଦ୍ୱାରା ମହିଳାଙ୍କ ସମ୍ମାନ […]

Continue Reading