ଓଡ଼ିଶାରେ ବାତ୍ୟାର ପ୍ରଭାବ ନାହିଁ, କିନ୍ତୁ ୯ ଓ ୧୦ରେ ବର୍ଷା!

ଭୁବନେଶ୍ୱର: ଘନୀଭୂତ ହେଉଛି ବାତ୍ୟା ମେନ-ଣ୍ଡୋସ୍‌। ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପନେବାର ସମ୍ଭାବନା ରହିଛି। ଏହାର ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। […]

Continue Reading

ଘୋଷଣା ହେଲା ଓଡ଼ିଶା ରଣଜୀ ଦଳ, ଶୁଭ୍ରାଂଶୁ ସେନାପତି ଅଧିନାୟକ

କଟକ: ଆଜି ଘୋଷଣା ହେଲା ୧୭ ଜଣିଆ ବିଶିଷ୍ଟ ଓଡ଼ିଶା ରଣଜୀ ଅଭିଜ୍ଞ ଶୁଭ୍ରାଂଶୁ ସେନାପତିଙ୍କ ମୁଣ୍ଡରେ ରହିଛି ଅଧିନାୟକ ଭାର। ଉଭୟ ଜୁନିୟର ଓ ସିନିୟରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଓଡ଼ିଶା। ଦଳରେ ବ୍ୟାଟିଂ ଲାଇନ ଅପ୍‌ରେ ରହିଛନ୍ତି ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦାର, ଅଭିଷେକ ରାଉତ, ରାକେଶ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଠିକ୍‌ ସେହିପରି ବୋଲିଂ ଅର୍ଡରରେ ଦେବବ୍ରତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି ସୁଭମ ନାୟକ […]

Continue Reading

କଣ୍ଟେନର ପଛରୁ ପିଟିଲା କାର୍‌, ୬ ଜଣଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ତାମିଲନାଡ଼ୁର ଚେଙ୍ଗଲପେଟ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ତିରୁବନ୍ନା ମଲାଇରୁ ଚେନ୍ନାଇ ଫେରୁଥିବା ବାଟରେ ହୋଇଥିଲା ଅଘଟଣ । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ସମସ୍ତ ଲୋକଙ୍କ ଘର ଚେନ୍ନାଇର ଉପନଗର ପୋଝିଚାଲୁରେ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଆଜି ସକାଳେ ଚେଙ୍ଗଲପେଟ୍ ଜିଲ୍ଲାରେ ଘଟିଛି […]

Continue Reading

ଚାକିରି ନାଁରେ ଠକେଇ ଅଭିଯୋଗ ପରେ ବର୍ଷା ରଖିଲେ ଉତ୍ତର, ‘ମତେ ଦାବିବା ପାଇଁ ଷଡ଼ଯନ୍ତ୍ର’

ଭୁବନେଶ୍ୱର: ପ୍ରଥମେ ପରିବାରରେ ଝଡ଼ ଏବେ ସମାଜରେ ଥିବା ପ୍ରତିପତ୍ତି ନଷ୍ଟ ପାଇଁ ଉଦ୍ୟମ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ କଲ୍ୟାଣୀ ନାୟକ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ବର୍ଷା । ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି, ୨୦୨୦ ପରଠାରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମୋ ନାଁରେ ଅନେକ ଅଭିଯୋଗ ଆଣି ଷଡ଼ଯନ୍ତ୍ର କରି ମତେ ଦାବି ଦେବା ପାଇଁ ପ୍ରୟାସ କରାଯାଉଛି । […]

Continue Reading

ଐତିହାସିକ ବିଜୟ ପରେ ମୋଦିଙ୍କ ଆଶୀର୍ବାଦ କାମନା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ଆପ୍‌ ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୧୫ ବର୍ଷ ହେଲା ଏମସିଡିରେ ବିଜେପି ଜାରି ରଖିଥିବା ଶାସନରେ ଆପ୍‌ ପୂର୍ଣ୍ଣଚ୍ଛେଦ ଟାଣିବା ପରେ ଦଳୀୟ କର୍ମୀ ଓ ନେତାମାନେ ସେଲିବ୍ରେସନ ମୁଡରେ ରହିଛନ୍ତି। ତେବେ ଦଳୀୟ ମୁଖ୍ୟାଳୟରେ ଆପ୍‌ର କର୍ମୀ ଓ ନେତାମାନଙ୍କୁ ବିଜୟ ବାର୍ତ୍ତା ଦେବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦ କାମନା କରିଛନ୍ତି। ଏଥିସହ ଦିଲ୍ଲୀର ବିକାଶ ପାଇଁ […]

Continue Reading

ମ୍ୟାଚ୍‌ ଅଧାରୁ ହସ୍ପିଟାଲ ଗଲେ ରୋହିତ ଶର୍ମା, ଜାଣନ୍ତୁ କାରଣ

ମୀରପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତକୁ ଲାଗିଛି ବଡ଼ ଝଟକା। ମ୍ୟାଚ୍ ଅଧାରୁ ହସ୍ପିଟାଲ ଯାଇଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା। ସ୍ଲିପରେ ଫିଲ୍ଡିଂ କରିଥିବା ବେଳେ ରୋହିତ ଗୋଟିଏ କ୍ୟାଚ୍‌ ନେବାକୁ ଚେଷ୍ଟା କରିଥିଲେ। ହେଲେ ବଲଟି ତାଙ୍କ ବାମ ହାତର ବୁଢ଼ା ଅଙ୍ଗୁଳିରେ ଜୋରରେ ମାଡ଼ ହୋଇଥିଲା। ଏଥିଯୋଗୁ ରୋହିତ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ମ୍ୟାଚ୍‌ ଅଧାରୁ ହିଁ ରୋହିତ ଶର୍ମାଙ୍କୁ ଏକ୍ସ-ରେ ପାଇଁ ଢାକା […]

Continue Reading

ଘନୀଭୂତ ହେଉଛି ଗଭୀର ଅବପାତ, ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା !

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ସକ୍ରିୟ ରହିଛି । ଏବେ ଗଭୀର ଅବପାତ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଶ୍ରୀଲଙ୍କାର ଟ୍ରିନକୋମାଲି ଠାରୁ ପୂର୍ବରେ ୫୦୦ କିଲୋମିଟର ଏବଂ ଚେନ୍ନାଇ ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୭୭୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ । ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ଝଡ଼ରେ ପରିଣତ […]

Continue Reading

ବଢ଼ିଲା ରେପୋରେଟ୍: ମହଙ୍ଗା ହେବ ହୋମ୍‌, କାର୍ ଓ ପର୍ସନାଲ ଲୋନ୍‌

ନୂଆଦିଲ୍ଲୀ: ବଢ଼ିଲା ରେପୋ ରେଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୩୫ ବେସିସ୍‌ ପ‌ଏଣ୍ଟ୍‌ ବୃଦ୍ଧି କରିଛି। ଫଳରେ ମହଙ୍ଗା ହେବ ଋଣ। ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆରବିଆଇ ମନିଟାରୀ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ୍ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ। ଏହା ସହ ଅନ୍ୟାନ୍ୟ ସାମଗ୍ରୀ […]

Continue Reading

ଖଲ୍ଲିକୋଟ ଜୁନିୟର କଲେଜ ରାଗିଂରେ ସଂପୃକ୍ତ ୭ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସ ବାରଣ

ବ୍ରହ୍ମପୁର: ରାଗିଂରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ୭ ଜଣ ଛାତ୍ରଙ୍କୁ ସୁବଦିନ ପାଇଁ କ୍ୟାମ୍ପସକୁ ବାରଣ କରିଛନ୍ତି ଖଲ୍ଲିକୋଟ ଜୁନିୟର କଲେଜ କର୍ତ୍ତୃପକ୍ଷ।ମଙ୍ଗଳବାର ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି ୭ ଜଣ ଛାତ୍ର ହେଲେ ଯୁକ୍ତ ଦୁଇ କଳା ବିଭାଗ ଦ୍ବିତୀୟ ବର୍ଷର ଶୁଭମ ଚୌଧୁରୀ, ପ୍ରାର୍ଥ ଦାସ, ଡି. କିରଣ ପାତୁରୁଡୁ, କେ. ନରସିଂହ ପାତ୍ର, ମୌସମ ବେହେରା, ଏସ. ଗୌତମ ରାୟ, କାହ୍ନା ସାବତ। ସୂଚନାଯୋଗ୍ୟରେ ନଭେମ୍ବର ୧୧ ତାରିଖରେ ଏହି […]

Continue Reading

୩ ଗୋଲ୍ଡ ମେଡାଲିଷ୍ଟ: ବାପା-ପୁଅ ଓ ଝିଅ

ଜୟପୁର: ବାପା ଚାମ୍ପିୟନ୍, ପୁଅ ବି ଚାମ୍ପିୟନ ଓ ଝିଅ ସୁପର ଚମ୍ପିୟନ। ଗୋଟିଏ ମଞ୍ଚରେ ସମାନ ଅତିଥିଙ୍କ ଠାରୁ ବାପା, ପୁଅ ଓ ଝିଅ ହାତେଇଛନ୍ତି ପଦକ। ଏହି ପଦକ ପୁଣି ରୌପ୍ୟ କି କାଂସ୍ୟ ନୁହେଁ, ୩ ଜଣ ଯାକ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଜୟପୁରର ବିଶ୍ୱନାଥ ନାୟକଙ୍କ ଘରେ ଏବେ ତିନି ଜଣ ଗୋଲ୍ଡ ମେଡାଲିଷ୍ଟ। ବାପାଙ୍କ ପଥକୁ ଅନୁସରଣ କରି ପୁଅ ଓ ଝିଅ ପାୱାରଲିଫଟିଂକୁ ନିଜର ନିଶା ଭାବେ ଆପଣାଇ […]

Continue Reading