ମ୍ୟାଚ୍‌ ହାରିଥିଲେ, ଏବେ ଟିମ ଇଣ୍ଡିଆ ଖେଳାଳିଙ୍କ ପାଉଣା ୮୦% କଟିଲା

ଢାକା: ବାଂଲାଦେଶ ଠାରୁ ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିବା ଟିମ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି। ମିରପୁରରେ ଧିମା ବୋଲିଂ ପାଇଁ ଭାରତୀୟ ଖେଳାଳିଙ୍କ ଉପରେ ଆର୍ଥିକ ଦଣ୍ଡ ଲାଗୁ କରାଯାଇଛି। ଦଣ୍ଡ ସ୍ୱରୂପ ସବୁ ଖେଳାଳିଙ୍କ ମ୍ୟାଚ୍‌ ଫି’ ୮୦% କାଟି ଦିଆଯାଇଛି। ଟିମ ଇଣ୍ଡିଆ ୩ଟିକିଆ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଠାରୁ ଗୋଟିଏ ୱିକେଟରେ ହାରିଥିଲା। ତେବେ ଭାରତ ଆବଶ୍ୟକ ସମୟ ଭିତରେ ବୋଲିଂ କରି ନଥିବାରୁ ଆଇସିସି ଏଲିଟ […]

Continue Reading

ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଲଘୁଚାପ କ୍ଷେତ୍ର, ହୋଇପାରେ ବାତ୍ୟା

ନୂଆଦିଲ୍ଲୀ: ବଙ୍ଗୋପ ସାଗରରେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଘନିଭୂତ ହୋଇ ନେଇପାରେ ସାମୁଦ୍ରିକ ଝଡ଼ର ରୂପ । ଏମିତି କିଛି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ଼ ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର ତାମିଲନାଡ଼ୁର ପୁଡ଼ୁଚେରି ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିପାରେ। ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଡିସେମ୍ବର ୮ ସୁଦ୍ଧା ଏହି ସାମୁଦ୍ରିକ […]

Continue Reading

ଭୋଟ୍ ଦିନ ବି ବିଜେପି ଟଙ୍କା ବାଣ୍ଟୁଛି; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ପଦ୍ମପୁର : କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ତଥା କଳାହାଣ୍ଡି କୃଷକ ମୋର୍ଚ୍ଚା ନେତା ସୁଧୀର ପାଟ୍ଟଯୋଶୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଲୋକେ ଧରିଥିଲେ । ପାଇକମାଳ କେଚୋଦାଦରସ୍ଥିତ ଛେଳିମାଳ ଗାଁରେ ସେ ଟଙ୍କା ବାଣ୍ଟୁଥିବା ଭିଡିଓ ଥିବା ପେନଡ୍ରାଇଭକୁ ପ୍ରମାଣ ଭାବେ ସିଇଓଙ୍କ ଠାରେ ଦାଖଲ କରିଛି ବିଜେଡି । ଭୋଟ୍ ଦିନ ବି ପ୍ରଦୀପ ପୁରୋହିତ ଟଙ୍କା ବାଣ୍ଟୁଛି ବୋଲି ଅଭିଯୋଗ ଆଣି ବିଜେଡି ସୁଧୀର ପାଟ୍ଟଯୋଶୀଙ୍କ ଉପରେ […]

Continue Reading

ଆନ୍ଧ୍ର-ଓଡ଼ିଶା ସୀମାରେ ହାଇ ଆଲର୍ଟ

ବିଶାଖାପାଟଣା: ଆନ୍ଧ୍ର-ଓଡ଼ିଶା ସୀମାରେ ହାଇ ଆଲର୍ଟ। ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ସମସ୍ତ ସଡ଼କପଥରେ ଏଭଳି ସତର୍କତା ଜାରି କରାଯାଇଛି। ବିନା ପରିଚୟପତ୍ରରେ ସୀମା ପାର ମନା କରାଯାଇଛି। ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଏଭଳି କଡ଼ା ଅଭିମୁଖ୍ୟ ଗ୍ରହଣ କରାଯାଇଛି। ସୂଚନା ମୁତାବକ, ଚଳିତ ମାସର ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ତେଣୁ ହିଂସାକାଣ୍ଡ ଘଟିବା ଆଶଙ୍କା କରି […]

Continue Reading

ବଙ୍ଗୋପସାଗରରେ ଭୂମିକମ୍ପ, ତୀବ୍ରତା ୫.୧

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂକମ୍ପ ଝଟ୍‌କା । ସମୁୂଦ୍ର ଭିତରେ ଅନୁଭୂତ ହୋଇଛି ଏହି ଭୂକମ୍ପ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି । ସମୁଦ୍ର ଭିତରେ ହୋଇଥିବା ଏହି ଭୂକମ୍ପ ଝଟ୍‌କା ନେଇ ସୂଚନା ଦେଇଛି NCS। ଆଜି ସକାଳ ୮ଟା ୩୨ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ଢାକାରେ ମଧ୍ୟ୍ ଅନୁଭୂତ ହୋଇଛି । ଢାକାରେ ମୃଦୁ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଢାକାର […]

Continue Reading

ମାଗିଥିଲେ ୧୫ ଦିନ, ମିଳିଲା ୭ ଦିନ

ଭୁବନେଶ୍ୱର: ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାଗିଥିଲା। ମାତ୍ର ଜିଲ୍ଲା ଦୌରା ଜଜ୍‌ ୭ ଦିନିଆ ରିମାଣ୍ଡ ନେବାକୁ ଅନୁମତି ଦେଇଛନ୍ତି। ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲା ଦିନକୁ ଦିନ ବୁଢ଼ୀଆଣି ଜାଲରେ ଛନ୍ଦି ହେଉଛି। ପ୍ରତିଦିନ ନୂଆ ନୂଆ ଖିଅ ବାହାରୁଛି। ଅର୍ଚ୍ଚନାଙ୍କ ଲିଙ୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) କିଛି ଲୋକଙ୍କୁ ଜେରା […]

Continue Reading

ଚୀନର ନୂଆ ପ୍ଲାନ: ଆମେରିକାକୁ ଜବାବ ଦେବାକୁ ଜିନପିଙ୍ଗଙ୍କ ସାଉଦୀ ଆରବ ଗସ୍ତ

ନୂଆଦିଲ୍ଲୀ: କିଏ ହେବ ଶକ୍ତିଶାଳୀ ? କାହାର କ୍ଷମତା ହେବ ସବୁଠାରୁ ଅଧିକ ? ଦୁଇ ପ୍ରଭାବଶାଳୀ ଦେଶ ଆମେରିକା-ଚୀନ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏହି କାରଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବି ବଢିଚାଲିଛି । ତାଇବାନକୁ ନେଇ ହେଉ ବା ଅନ୍ୟ ଯେ କୌଣସି ପ୍ରସଙ୍ଗକୁ ନେଇ ହେଉ, ଦୁଇ ଦେଶ ମଧ୍ୟରେ ବିବାଦ ବଢିଚାଲିଛି ଏବଂ ଦୁଇ ଦେଶ ମୁହାଁମୁହିଁ ହେଉଛନ୍ତି । କିଛି ଦିନ ପୂର୍ବରୁ ଆମେରିକା ତାଇବାନ […]

Continue Reading

ନବୀନଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର: କହିଲେ- ଆପଣ ବୁଝିବା ଅବସ୍ଥାରେ ନାହାନ୍ତି, ଥକି ଗଲେଣି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ନନେଇ ସେମାନଙ୍କ ଉପରେ ଖୁବ୍ ବର୍ଷିଥିଲେ। ଆଜି ତା’ର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ତା’ ଭିତରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାଶୟ, ଆପଣ ବୁଝିବା ଅବସ୍ଥାରେ ନାହାନ୍ତି, ଥକି ଗଲେଣି। ଆଜି ପଦ୍ମପୁରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, […]

Continue Reading

୧୭୫ ବର୍ଷର ଯାତ୍ରା, ତଥାପି କମିନି ‘ଖାକି’ର ଚମକ

ନୂଆଦିଲ୍ଲୀ: ଖାକି ଶବ୍ଦ ଶୁଣିବା କ୍ଷଣି ଆଖିଆଗରେ ଭାସି ଉଠେ ଭାରତୀୟ ପୋଲିସର ଚେହେରା । କେହି କେହି ତ ପୋଲିସର ନାଁ ନ ଧରି ଖାକି ବୋଲି ଡାକିଥାନ୍ତି । କାହିଁ କେଉଁ ଦିନରୁ ଏଇ ପୋଷାକରେ ଭାରତୀୟ ପୋଲିସ ସେମାନଙ୍କର ସେବା ଯୋଗାଇ ଆସୁଛନ୍ତି । ୧୭୫ ବର୍ଷରେ ପହଞ୍ଚିଛି ଖାକି । ୧୮୫୧ରେ କର୍ଣ୍ଣାଟକରୁ ଏହାର ଆରମ୍ଭ ହୋଇଥିଲା ଖାକିର ଯାତ୍ରା । ଜନ ହାଲର ନାମକ ଜଣେ ଜର୍ମାନ ଟେକ୍ସଟାଇଲ ଇଞ୍ଜିନିୟର […]

Continue Reading

ଶ୍ରୀମନ୍ଦିରର ସନ୍ଧି, କନ୍ଦି କିଛି ଛାଡ଼ିଲେନି; ଡ୍ରୋନ୍ କ୍ୟାମେରା ଭିଡିଓ ଭାଇରାଲ

ପୁରୀ: ଶ୍ରୀମନ୍ଦିରର ସନ୍ଧି, କନ୍ଦି କିଛି ଛାଡ଼ିଲେନି। ଆକାଶ ମାର୍ଗରୁ ସବୁ ଉପରେ ବୁଲିଲା ଡ୍ରୋନ୍ କ୍ୟାମେରା। ତନତନ କରି ଦେଖାଇ ଦିଆଯାଇଛି, ଶ୍ରୀମନ୍ଦିରରେ କେଉଁଠି କେଉଁ ମନ୍ଦିର ଅଛି। ଶ୍ରୀମନ୍ଦିର ନୀଳଚକ୍ରରେ ବାନା କିପରି ବନ୍ଧା ଯାଉଛି। ରୋଷ ଘର, କୋଇଲି ବୈକୁଣ୍ଠ, ଆନନ୍ଦ ବଜାର, ଭକ୍ତଙ୍କ ଗହଳି ସବୁ ଦେଖାଯାଉଛି। ସୋଶାଲ ମିଡ଼ିଆ ୟୁଟୁବ୍‌ରେ ପଡ଼ିଛି ଏହି ଭିଡ଼ିଓ। ୨ ସପ୍ତାହ ତଳେ ଏହି ଭିଡିଓ ୟୁଟୁବ୍‌ରେ ଅପଲୋଡ କରାଯାଇଥିବା ବେଳେ ହଜାର ହଜାର […]

Continue Reading