ୱଣ୍ଡର ଅଫ ଦି ସିଜର ପ୍ରଥମ ଯାତ୍ରା ପାଇଁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ବଡ ଜାହାଜ ମାନ୍ୟତା ପାଇଥିବା ୱଣ୍ଡର ଅଫ ଦି ସିଜ ମାର୍ଚ୍ଚ ୨୨ରୁ ଶାଂଘାଇରୁ ପ୍ରଥମ ଯାତ୍ରା ଆରମ୍ଭ କରିବ । ଏଥିପାଇଁ ବୁକିଂ ଆରମ୍ଭ ହୋଇ ସାରିଛି । ରୟାଲ କ୍ୟାରିବିୟାନ ଇଂଟରନ୍ୟାଶନାଲ ଏହାର ପ୍ରଥମ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ୨ ହଜାରରୁ ଅଧିକ ରୁମ୍ ଥିବା ଏହି ଜାହାଜରେ ୬୯୮୮ ଯାତ୍ରୀ ଯାଇପାରିବେ । ଯାତ୍ରା କରିବା ପାଇଁ ଜଣେ ଯାତ୍ରୀଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ […]

Continue Reading

ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହେଲା ବୁର୍ଜ ଖଲିଫା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅବସ୍ଥିତ ବିଶ୍ବର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାକୁ ରବିବାର ଦିନ ଭାରତର ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଥିଲା। ଭାରତରେ ବ୍ୟାପକ ମାତ୍ରାରେ କରୋନା ସଂକ୍ରମଣର ବୃଦ୍ଧି ଘଟୁଛି। ଦୁବାଇର ବୁର୍ଜ ଖଲିଫା ଏବଂ ଆବୁଧାବିରେ ଥିବା ଆଡନୋକ ମୁଖ୍ୟାଳୟକୁ ଭାରତର ତ୍ରିରଙ୍ଗା ରଙ୍ଗରେ ସଜ୍ଜିତ କରାଯାଇଥିଲା। ଏଭଳି କରି କରୋନା କାଳରେ ଭାରତ ପ୍ରତି ସମର୍ଥନ ଜତେଇଛି ୟୁଏଇ। ଅଟ୍ଟାଳିକାରେ ପ୍ରଦର୍ଶିତ ତ୍ରିରଙ୍ଗା ଦ୍ବାରା ୟୁଏଇ ଭାରତକୁ ଦୃଢ ରହିବା […]

Continue Reading

ଓଡ଼ିଶାରେ ପ୍ଲାଟୋ ଷ୍ଟେଜରେ ଅଛି ସଂକ୍ରମଣ, ଖାଲି ଅଛି ୭୦% ବେଡ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ସଂକ୍ରରଣ ୬ ହଜାର ଉପରେ ରହୁଛି । କରୋନା ଓଡ଼ିଶାରେ ପ୍ଲଟୋ ସ୍ଥିତିରେ ରହିଛି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଅର୍ଥାତ ଗତ ୫ ଦିନ ହେବ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି । ସଂକ୍ରମଣ ସଂଖ୍ୟା ପାଖାପାଖି ସମାନ ରହୁଥିଲେ ତାକୁ ପ୍ଲାଟୋ ବୋଲି କୁହାଯାଏ । ଆଗକୁ କଣ ହେବ ତାହା ଏବେଠୁ ନିର୍ଦ୍ଦିଷ୍ଟ ଭାବେ କହିହେବନି । […]

Continue Reading

ଶ୍ରୀଲଙ୍କାରେ କରୋନାର ସବୁଠାରୁ ମାରାତ୍ମକ ଭୂତାଣୁ ଚିହ୍ନଟ

କଲମ୍ବୋ: ବର୍ତମାନ କରୋନାର ଦ୍ୱିତୀୟ ଷ୍ଟ୍ରେନ ହାହାକାର ସୃଷ୍ଟି କରିଛି । ଏହି ଚିନ୍ତାଜନକ ପରିସ୍ଥିତି ବେଳେ ଶ୍ରୀଲଙ୍କାରେ କରୋନାର ଆଉ ଏକ ଷ୍ଟ୍ରେନ ଦେଖିବାକୁ ମିଳିଛି । ଏହା ସବୁଠାରୁ ମାରାତ୍ମକ ବୋଲି ଗବେଷକ ମାନେ କହିଛନ୍ତି । ଖୁବ୍ ଶୀଘ୍ର ବାୟୁ ମାଧ୍ୟମରେ ଏହା ଜଣକ ଶରୀରରୁ ଅନ୍ୟକୁ ବ୍ୟାପୁଛି । ଯଦି ଏହାକୁ ନିୟନ୍ତ୍ରଣକୁ ଅଣା ନ ଯାଏ ତାହା ହେଲେ କରୋନାର ତୃତୀୟ ଲହରୀ ବ୍ୟାପିବ । ଯାହା କି ବହୁତ […]

Continue Reading

କାୟା ମେଲାଉଛି କରୋନା; ୩ ଦିନରେ ICUରେ ଭର୍ତ୍ତି ହେଲେ ୩୩୬ ରୋଗୀ

ଭୁବନେଶ୍ୱର: କ୍ରମାଗତ ଚାରି ଦିନ ହେବ ଓଡିଶାରେ ୬୦୦୦ରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସରକାରୀ ତଥା ବେସରକାରୀ କୋଭିଡ ହସ୍ପିଟାଲର ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଏପ୍ରିଲ୍ ୨୦ରେ ୪୧୨ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ମାତ୍ର ତିନି ଦିନ ମଧ୍ୟରେ ୩୩୬ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ଯାହା ପାଇଁ ଏହି ସଂଖ୍ୟା ୭୪୮କୁ ବୃଦ୍ଧି […]

Continue Reading

ମେ ୩ ଯାଏ ଦିଲ୍ଲୀ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଦେଖାଯାଉଥିଲେ ମଧ୍ୟ କୋଭିଡ-୧୯ ମାମଲାରେ ବୃଦ୍ଧି ହେତୁ ଦିଲ୍ଲୀରେ ଜାରି ରହିଥିବା ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ଗତ ସପ୍ତାହରେ ଦିଲ୍ଲୀରେ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ବର୍ତ୍ତମାନ ମେ ୩ ପର୍ଯ୍ୟନ୍ତ ଜାରି ରହିବ। ଦିଲ୍ଲୀରେ ଦୈନିକ ୨୦,୦୦୦ରୁ ଅଧିକ କୋଭିଡ-୧୯ ମାମଲା ରିପୋର୍ଟ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଏମ୍‌ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, […]

Continue Reading

ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ୍ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

ବାଲେଶ୍ୱର: ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ବ୍ୟାପୁଛି କରୋନା କାୟା । ଓଡ଼ିଶାର ସୀମାନ୍ତବର୍ତ୍ତୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ବଢୁଛି । ଆଜି ବାଲେଶ୍ୱର ଗସ୍ତରେ ଯାଇ ଦୁଇଟିଯାକ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସୀମାରେ କେମିତି ଚାଲିଛି ପ୍ରବାସୀଙ୍କ ଚେକିଂ, ଏନଫୋର୍ସମେଣ୍ଟ କଟକଣାକୁ କିଭଳି କଡ଼ାକଡ଼ି କରିଛି ପୋଲିସ, ସନେଇ ଦୁଇ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ, […]

Continue Reading

‘ରାଧେ’ ଫିଲ୍ମର ଟ୍ରେଲର ଜରିଆରେ ଲୋକଙ୍କ ମଧ୍ୟରେ କରୋନା ସଚେତନତା ପ୍ରସାର କରୁଛି ମୁମ୍ବାଇ ପୋଲିସ

ମୁମ୍ବାଇ: ଭାରତରେ କୋଭିଡ୍-୧୯ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର। ଆମେ ସମସ୍ତେ ବର୍ତ୍ତମାନ ଘରେ ରହିବା ଏବଂ ସମସ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଜରୁରୀ। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବର୍ତ୍ତମାନ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ପୋଲିସ୍ ବିଭାଗର ଅନେକ ସ୍ୱାସ୍ଥ୍ୟସେବା ଏବଂ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଲୋକମାନଙ୍କୁ ଉପରୋକ୍ତ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ମୁମ୍ବାଇ ପୋଲିସ ବିଭିନ୍ନ କୌତୁକିଆ ପୋଷ୍ଟ ସାହାଯ୍ୟରେ ସଚେତନତା ପ୍ରସାର […]

Continue Reading

କରୋନା ମୁକାବିଲା; ପୁୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ରହିଛି ଅଧିକ ଆଣ୍ଟିବଡି

ମୁମ୍ବାଇ: ମହାରାଷ୍ଟ୍ରରେ ମୁମ୍ବାଇର ନାଗରିକ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ସେରୋ ସର୍ଭେରୁ ଜଣାପଡିଛି ଯେ କରୋନାଭାଇରସ୍ ସହିତ ଲଢିବା ପାଇଁ ପୁୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଆଣ୍ଟିବଡି ରହିଥାଏ। ଏହା ମଧ୍ୟ ଦର୍ଶାଇଛି ଯେ ସହରାଞ୍ଚଳରେ ସେରୋ ପଜିଟିଭିଟି ବଢୁଥିବାବେଳେ ବସ୍ତି ଅଞ୍ଚଳରେ ଏହା ହ୍ରାସ ପାଉଛି। ସିରୋ ପଜିଟିଭିଟିରେ ଏକ ରକ୍ତ ପରୀକ୍ଷା କରାଯାଏ, ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ଆଣ୍ଟିବଡି ପାଇଁ ଏକ ସକାରାତ୍ମକ ଫଳାଫଳ ଦେଖାଏ। ବିଏମ୍‌ସି ସର୍ଭେ ଅନୁଯାୟୀ ମହିଳାଙ୍କ ମଧ୍ୟରେ […]

Continue Reading

ତାଳଚେର ହିଙ୍ଗୁଳା ମନ୍ଦିର ବିକାଶ ପାଇଁ MCL ସିଏସ୍ଆର୍‌ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର

ଅନୁଗୋଳ: ତାଳଚେର ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ୯.୩୨ କୋଟି ମଞ୍ଜୁର । ଏମ୍‌ସିଏଲ୍‌ର ସିଏସ୍ଆର୍ ପାଣ୍ଠିରୁ ମନ୍ଦିରର ବିକାଶ ପାଇଁ ଏହି ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ମନ୍ଦିର ପାଇଁ ଅର୍ଥ ମଞ୍ଜୁର ହୋଇଛି । ଏନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତ ଜାନୁଆରୀ ୧୩ ତାରିଖରେ ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ କେନ୍ଦ୍ର କୋଇଲା […]

Continue Reading