ଏହି ମନ୍ଦିର ସିଡିରୁ ଶୁଭୁଛି ଶ୍ରୁତିମଧୂର ଧ୍ୱନୀ

ମାଡ୍ରାସ: ତାମିଲନାଡୁ ଐରାବତେଶ୍ୱର ମନ୍ଦିରର ରହସ୍ୟ ସମସ୍ତଙ୍କୁ ଚକିତ କରିଥାଏ । ୧୨ଶ ଶତାବ୍ଦୀରେ ଚୋଳ ବଂଶର ରାଜାମାନେ ଏହାକୁ ନିର୍ମାଣ କରିଥିଲେ । ଏହି ମନ୍ଦିରର ସିଡି ଚଢ଼ୀ ଉପରକୁ ଯିବା ମାତ୍ରେ ବିଭିନ୍ନ ପ୍ରକାରର ଶ୍ରୁତିମଧୂର ଧ୍ୱନୀ ବାହାରିଥାଏ । ସଙ୍ଗୀତ ଏବଂ ଧ୍ୱନୀ ପଛରେ ଥିବା ରହସ୍ୟକୁ ଏବେ ମଧ୍ୟ ଉଜାଗର କରାଯାଇ ପାରି ନାହିଁ । ମନ୍ଦିରର ସ୍ଥାପନା କିମ୍ବଦନ୍ତୀ ଅନୁସାରେ ଦେବତାଙ୍କ ରାଜା ଇନ୍ଦ୍ରଙ୍କ ବାହନ ଐରାବତ ହସ୍ତୀ ଏଠାରେ […]

Continue Reading

ରାଜ୍ୟର ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଓଡିଶାର ୧୨ଟି ଜିଲ୍ଲାରେ ଦିନ ୧ଟା ଯାଏଁ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଉକ୍ତ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର ଏବଂ ବାଲେଶ୍ବର ଆଦି ରହିଛି। ତେବେ ପାଣିପାଗ ଉପରେ ନଜର ରଖିବା ସହ ତଦନୁଯାୟୀ ନିରାପଦ ସ୍ଥାନରେ ରହିବା […]

Continue Reading

ପୁରୀରେ ସାହିଯାତ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି। ଗତକାଲି ଶ୍ରୀରାମ ନବମୀ ଠାରୁ ଶ୍ରୀମନ୍ଦିରରେ ରୀତିନୀତି ସହ ସମ୍ପୃକ୍ତ ଏହି ସାହିଜାତରେ ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ଯାଏଁ ଚାଲିଥାଏ। ସୂଚନା ଅନୁଯାୟୀ ଗତକାଲି ପ୍ରଥମ ଦିନରେ କାଳିକାଦେବୀ ସାହି ପକ୍ଷରୁ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି କରାଯାଇଥିବା ବେଳେ ଆଜି ଦଶମୀ ତିଥିରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞରକ୍ଷା ପ୍ରସ୍ତାବ ଓ ମାଟିମଣ୍ଡପ ସାହି ପକ୍ଷରୁ ନିଶାଣ ଯାତ୍ରା, ଏକାଦଶୀରେ ହରଚଣ୍ଡୀ ସାହି ପକ୍ଷରୁ […]

Continue Reading

ବ୍ରାହ୍ମଣୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା: ରାଉରକେଲାର ବ୍ରାହ୍ମଣୀ ନଦୀକୁ ଡେଇଁ ଗୁରୁବାର ଦିନ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ପାରିବାରିକ କଳହ କାରଣରୁ ଜଣେ ବିବାହିତ ମହିଳା ବ୍ରାହ୍ମଣୀ ନଦୀରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ରଘୁନାଥପାଲି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ତେବେ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ଉଦ୍ଧାର ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Continue Reading

ମାଟ୍ରିକ ପରୀକ୍ଷା ବାତିଲ ପରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଦଶମ ଶ୍ରେଣୀ ଛାତ୍ର

ଭୁବନେଶ୍ୱର: କରୋନା ଯୋଗୁ ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ସରକାର ବାତିଲ କରିଛନ୍ତି । ଗତକାଲି ଏହି ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହପାପରେ ଆଜି ତାଙ୍କୁ ସରକାରୀ ବାସଭବନରେ ଭେଟି ଧନ୍ୟବାଦ ଜଣାଇଛନ୍ତି ଦଶମ ଶ୍ରେଣୀ ଛାତ୍ର । କରୋନା ସଂକ୍ରମଣ ବଢୁଥିବା ବେଳେ ପରୀକ୍ଷା ବନ୍ଦ ନିଷ୍ପତ୍ତି ନେଇଥିବାରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି […]

Continue Reading

ସୁପ୍ରିମକୋର୍ଟରେ ୪ ଜଣ ବିଚାରପତି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପଶିଛି କରୋନା । ପୂର୍ବରୁ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏବେ ୪ ଜଣ ବିଚାରପତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବିଚାରପତି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ସଂକ୍ରମିତ ହୋଇଥିବା ୪ ବିଚାରପତି ଗତ ସୋମବାର ଯାଏ କୋର୍ଟ କାର୍ୟ୍ୟ କରିଥିବା ସୂଚନା ମିଳିଛି । ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନାଙ୍କ ଶପଥ ଗ୍ରହଣ ସମାରୋହରେ […]

Continue Reading

ଦୈନିକ ସଂକ୍ରମଣରେ ରେକର୍ଡ: ଦିନକରେ ଦେଶରୁ ୩ଲକ୍ଷ ୧୪ ହଜାର ପଜିଟିଭ୍, ସାରା ବିଶ୍ୱରେ ସର୍ବାଧିକ

ନୂଆଦିଲ୍ଲୀ: ଏପ୍ରିଲରେ କରୋନା ଦେଶରେ ସୁନାମୀ ଆଣିଛି । ପ୍ରତିଦିନ ମାରୁଛି ଲମ୍ବା ଡିଆଁ ମାରୁଛି ମହାମାରୀ । ପ୍ରଥମେ ଲକ୍ଷେ, ପରେ ପରେ ଦୁଇ ଲକ୍ଷ ଡେଇଁଥିଲା ଦୈନିକ ସଂକ୍ରମଣ । ଆଜି ସବୁ ରେକର୍ଡ ପାର କରିଛି । ଦିନକରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୧୪ ହଜାର ୮୩୫ ନୂଆ ଆକ୍ରାନ୍ତ । ଯାହାକି ଦେଶରେ ଓ ସାରା ବିଶ୍ୱରେ ସର୍ବାଧିକ । କରୋନା ହେବା ପରଠୁ କେବେ କୌଣସି ଦେଶରେ ଏତେ ସଂଖ୍ୟକ […]

Continue Reading

ପାରା ନାଁରେ ଏଫ୍ଆଇଆର୍‌

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ସୀମା ନିକଟରୁ ଏକ ପାରା ଧରାପଡ଼ିଛି। ଯାହା ନାଁରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ରୋରାନୱାଲାରେ ଡ୍ୟୁଟିରେ ଥିବା ଜଣେ କନେଷ୍ଟବଳଙ୍କ ନିକଟକୁ ପାରାଟି ଉଡିଆସି ତାଙ୍କ କାନ୍ଧ ଉପରେ ବସିଥିଲା। ଏହାସହ ପାରାଟିର ଗୋଡରେ ଏକ କାଗଜ ଖଣ୍ଡ ବନ୍ଧା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏପ୍ରିଲ ୧୭ ତାରିଖ ସନ୍ଧ୍ୟା ସମୟରେ ଏକ କଳା ଏବଂ ଧଳା ରଙ୍ଗର ପାରାଟି ଉଡିଆସି କ୍ୟାମ୍ପ୍‌ ଗାର୍ଡ ଡ୍ୟୁଟିରେ ଥିବା […]

Continue Reading

ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ଲାଗିଲା କଟକଣା

ଗଞ୍ଜାମ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ଲାଗିଲା କଟକଣା । ଆସନ୍ତାକାଲିଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମସଜିଦ୍, ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ନୂଆ କଟକଣା ଅନୁସାରେ, ଧାର୍ମିକ ଅନୁଷ୍ଠାନ ସୀମିତ ସଂଖ୍ୟକ ପୂଜକଙ୍କୁ ଅନୁମତି ଦିଆଯାଇଛି । ଏହାସହ କୌଣସି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ପାର୍କ, ସମୁଦ୍ର କୂଳ, ଖେଳ […]

Continue Reading

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା, ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଆଜି ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟର ଦକ୍ଷିଣ, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣର ପ୍ରାୟ ୨୧ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଆଜି […]

Continue Reading