ପାରା ନାଁରେ ଏଫ୍ଆଇଆର୍‌

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ସୀମା ନିକଟରୁ ଏକ ପାରା ଧରାପଡ଼ିଛି। ଯାହା ନାଁରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ରୋରାନୱାଲାରେ ଡ୍ୟୁଟିରେ ଥିବା ଜଣେ କନେଷ୍ଟବଳଙ୍କ ନିକଟକୁ ପାରାଟି ଉଡିଆସି ତାଙ୍କ କାନ୍ଧ ଉପରେ ବସିଥିଲା। ଏହାସହ ପାରାଟିର ଗୋଡରେ ଏକ କାଗଜ ଖଣ୍ଡ ବନ୍ଧା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଏପ୍ରିଲ ୧୭ ତାରିଖ ସନ୍ଧ୍ୟା ସମୟରେ ଏକ କଳା ଏବଂ ଧଳା ରଙ୍ଗର ପାରାଟି ଉଡିଆସି କ୍ୟାମ୍ପ୍‌ ଗାର୍ଡ ଡ୍ୟୁଟିରେ ଥିବା ନୀରଜ କୁମାର ନାମକ ଜଣେ କନେଷ୍ଟବଳଙ୍କ କାନ୍ଧ ଉପରେ ବସିଥିଲା ଏହି କ୍ୟାମ୍ପଟି ପାକିସ୍ତାନଟି ସୀମାରୁ ୫୦୦ ମିଟର ଦୂରରେ ଅବସ୍ଥିତ।

ଏହାପରେ କନେଷ୍ଟବଳ ତୁରନ୍ତ ପାରାଟିକୁ ଧରିଥିଲେ ଏବଂ ପୋଷ୍ଟ କମାଣ୍ଡର ଓମ୍‌ପାଲ ସିଂଙ୍କୁ ଜଣାଇଥିଲେ। ତାପରେ ପାରାଟିର ସମ୍ପୂର୍ଣ୍ଣ ସ୍କାନ୍ କରାଯାଇଥିଲା।

ଏହି ପାରାଟିର ଗୋଡରେ ଏକ ଧଳା କାଗଜ ଟେପ୍ ସହିତ ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଥିଲା। ଯାହା ଉପରେ ଏକ ସଂଖ୍ୟା ମଧ୍ୟ ଲେଖାଯାଇଥିଲା। ତତ୍‌କ୍ଷଣାତ୍‌ ପାରା ବିରୋଧରେ ମାମଲା ଦାଏର୍‌ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *