ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ରୁପଲ ପଟେଲ

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ରୁପଲ ପଟେଲ। ସାଥ୍‌ ନିଭାନା ସାଥିଆର ଲୋକପ୍ରିୟ ଅଭିନେତ୍ରୀ ରୂପଲ ପଟ୍ଟେଲଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ସୁସ୍ଥ ଅଛନ୍ତି ଏବଂ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହେବେ ବୋଲି ରୁପଲଙ୍କ ସ୍ୱାମୀ ସ୍ପଷ୍ଟ କରିଛନ୍ତି। ରୁପଲ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆସନ୍ତା ତିନି ଚାରି ଦିନ ମଧ୍ୟରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ତେବେ କେଉଁ କାରଣ ଯୋଗୁ […]

Continue Reading

ଜୁଲାଇ ୧୬ରେ ବାହା ହେବେ ରାହୁଲ ଏବଂ ଦିଶା

ନୂଆଦିଲ୍ଲୀ: ରାହୁଲ ଏବଂ ଦିଶାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସିଙ୍ଗର ରାହୁଲ ବୈଦ୍ୟ ଏବଂ ଦିଶା ପରମର୍‌। ଦମ୍ପତି ସେମାନଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୧୬ରେ ଉଭୟ ବିବାହ କରିବେ। ଏହି ବିବାହ ସମାରୋହ ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁ ପରିବାର ବର୍ଗଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟଙ୍କ ସମ୍ପର୍କକୁ ନେଇ ପୂର୍ବରୁ ଚର୍ଚ୍ଚା ଲାଗିରହିଥିଲା। ଏଥିରେ ପୂର୍ଣ୍ଣଛେଦ ପକେଇଛନ୍ତି ରାହୁଲ […]

Continue Reading

ଫିଲ୍ମ ସୁଟିଂକୁ ଅନୁମତି; ତଥାପି ଦ୍ଵନ୍ଦ୍ଵରେ ଓଲିଉଡ୍

ଭୁବନେଶ୍ଵର: ୧ ତାରିଖରୁ ଓଡ଼ିଶାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ, ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ୩୦ ଜିଲ୍ଲାକୁ ୨ ଭାଗରେ ଭାଗ କରିଦେଇଛନ୍ତି। ‘ଏ’ ବର୍ଗ ଜିଲ୍ଲାଗୁଡ଼ିକରେ ଉଭୟ ଆଉଟଡୋର୍ ଓ ଇନଡୋର ସୁଟିଂକୁ ଅନୁମତି ମିଳିଥିବା ବେଳେ ‘ବି’ ବର୍ଗ ଜିଲ୍ଲାଗୁଡ଼ିକରେ କେବଳ ଆଉଟଡୋର୍ ସୁଟିଂକୁ ଅନୁମତି ମିଳିଛି। ଏହାଛଡ଼ା କରୋନା ପ୍ରୋଟୋକଲ ଦୃଷ୍ଟିରୁ ଅନେକ କଟକଣା ରହିଛି।ଏହାକୁ ନେଇ ଓଲିଉଡରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଭୂମିକା ଦାଶ,  ଅଭିନେତ୍ରୀ -ଓଲିଉଡ୍ ଅଭିନେତ୍ରୀ […]

Continue Reading

ଏକତାଙ୍କ ‘ୟୁ-ଟର୍ନ’ରେ ଆଲାୟାଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: କନ୍ନଡ ଥ୍ରୀଲର ଚଳଚ୍ଚିତ୍ର ‘ୟୁ-ଟର୍ନ’ର ହିନ୍ଦୀ ରିମେକ୍‌ ନିର୍ମାଣ କରୁଛନ୍ତି ଏକତା କପୁର। ତେବେ ଏଥିରେ ଅଭିନେତ୍ରୀ ଆଲାୟା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ଆରିଫ ଖାନ। ଏହା ଆରିଫ୍‌ଙ୍କ ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର। ଆଲାୟା ୨୦୨୦ରେ କମେଡି-ଡ୍ରାମା ମୁଭି ‘ଜବାନୀ ଜାନେମନ’ରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ, ତବୁ ଏବଂ ଆଲାୟା ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

Continue Reading

ଖୁବ୍‌ ଶୀଘ୍ର କୋରିଓଗ୍ରାଫର ସରୋଜ ଖାନଙ୍କ ଜୀବନୀକୁ ନେଇ ତିଆରି ହେବ ଫିଲ୍ମ

ମୁମ୍ବାଇ: ଖୁବ୍‌ ଶୀଘ୍ର କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କ ଜୀବନୀକୁ ନେଇ ତିଆରି ହେବ ଚଳଚ୍ଚିତ୍ର। ଏ ନେଇ ଟି ସିରିଜ ମୁଖ୍ୟ ଭୂଷଣ କୁମାର ସରୋଜ ଖାନଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଘୋଷଣା କରିଛନ୍ତି। ବାୟୋପିକ୍ ଟି ସିରିଜ୍ ଦ୍ୱାରା ପ୍ରସ୍ତୁତ ହେବ। ବାୟୋପିକ୍ ନିର୍ଦ୍ଦେଶକ ଏବଂ କାଷ୍ଟ ଏବଂ କ୍ରୁଙ୍କ ବିଷୟରେ ଅଧିକ ବିବରଣୀ ଆସନ୍ତା ଦିନରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ପ୍ରାୟ ଚାରି ଦଶନ୍ଧି ଧରି ସେ ବଲିଉଡ୍‌ ଚଳଚ୍ଚିତ୍ର ଜଗତରେ […]

Continue Reading

ଟେଲି ଅଭିନେତା ପ୍ରାଚୀନ ଚୌହାନ ଗିରଫ

ମୁମ୍ବାଇ: ଗିରଫ ହେଲେ ଟେଲିଭିଜନ ଅଭିନେତା ପ୍ରାଚୀନ ଚୌହାନ। ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମୁମ୍ବାଇ ପୋଲିସା ତାଙ୍କୁ ଆଜି ଗିରଫ କରିଥିବା ଜଣାପଡ଼ିଛି। ମହିଳାଙ୍କ ଅଭିଯୋଗ ପରେ ପ୍ରାଚୀନଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଧାରା ୩୫୪ ଆଧାରରେ ପ୍ରାଚୀନଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ପୋଲିସ ଏହି ମାମଲାର ତଦନ୍ତ କରୁଥିବା ଜଣାପଡ଼ିଛି।

Continue Reading

ବିବାହର ୧୫ ବର୍ଷ ପରେ ପତ୍ନୀଙ୍କୁ ଛାଡପତ୍ର ଦେବେ ଅଭିନେତା ଅମୀର ଖାନ

ନୂଆଦିଲ୍ଲୀ: ବିବାହର ୧୫ ବର୍ଷ ପରେ ଛାଡପତ୍ର ନେବେ ବଲିଉଡ୍‌ ଅଭିନେତା ଅମୀର ଖାନ ଏବଂ ପତ୍ନୀ କିରଣ ରାଓ। ଏ ନେଇ ଅମୀର ଖାନ ଏବଂ କିରଣ ରାଓ ଆଜି ଏକ ମିଳିତ ବିବୃତ୍ତି ପ୍ରଦାନ କରିଛନ୍ତି। ବିବୃତ୍ତି ଅନୁଯାୟୀ, “ଏହି ୧୫ ଧରି ସମ୍ପର୍କ ମଧ୍ୟରେ ଆମେ ଆମ ଜୀବନରେ ସୁନ୍ଦର ଅନୁଭୂତି, ଆନନ୍ଦ ଏବଂ ହସ ବାଣ୍ଟିଛୁ ଏବଂ ଆମର ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମରେ ବଢିଛି। ବର୍ତ୍ତମାନ ଆମେ […]

Continue Reading

ଏହି ଦିନ ରିଲିଜ କରିବ ଶିଳ୍ପା ଶେଟ୍ଟୀଙ୍କ ‘ହଙ୍ଗାମା ୨’

ମୁମ୍ବାଇ: ଶିଳ୍ପା ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ଅଭିନୀତ ହଙ୍ଗାମା ୨ ଜୁଲାଇ ୨୩ ରେ ଡିସ୍ନି + ହଟଷ୍ଟାରରେ ମୁକ୍ତିଲାଭ କରିବେ। ଏ ନେଇ ଏହି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆଜି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମର ପ୍ରଥମ ଟ୍ରେଲର ଜୁଲାଇ ୧ରେ ରିଲିଜ ହେବ। ଏହି ଖବର ଘୋଷଣା କରିବା ସହିତ ଶିଳ୍ପା ଶେଟ୍ଟୀ ହଙ୍ଗାମା ୨ ର ନୂଆ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି। […]

Continue Reading

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ନାସିରୁଦ୍ଦିନ ଶାହା

ମୁମ୍ବାଇ: ବଲିଉଡ୍‌ ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା ନିମୋନିଆ କାରଣରୁ ମୁମ୍ବାଇରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦିନ ଧରି ତାଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାପଡ଼ିଛି। ନାସିରୁଦ୍ଦିନ ଶାହାଙ୍କର ବର୍ତ୍ତମାନ ନିମୋନିଆ ଚିକିତ୍ସା ଚାଲିଛି। ତାଙ୍କ ଫୁସଫୁସରେ ଏକ ପ୍ୟାଚ୍ ଦେଖିବାକୁ ମିଳିଥିଲା ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ଅନୁଯାୟୀ, ନାସିରୁଦ୍ଦିନ ଶାହା ଗୋଟିଏ ଦିନରେ ଡିସଚାର୍ଜ ହେବେ ବୋଲି ଆଶା କରାଯାଉଛି।

Continue Reading

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅସୁସ୍ଥ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଶ୍ରୀ ମିଶ୍ରଙ୍କର ହଠାତ୍ ରକ୍ତବାନ୍ତି ହେବାରୁ ତାଙ୍କୁ ଡାକ୍ତରଖାନାରାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା କରିବା ପରେ ସେ ହୃତ୍ପିଣ୍ଡ ଓ ଯକୃତ ରୋଗରେ ପୀଡ଼ିତ ଥିବା ଜଣାପଡିଥିଲା । ଏକ ଡାକ୍ତରୀ ଟିମ୍ ବର୍ତ୍ତମାନ ତାଙ୍କର ଚିକିତ୍ସା କରୁଛନ୍ତି । ଏବେ ବି ସେ ବିପଦମୁକ୍ତ […]

Continue Reading